ETV Bharat / bharat

ଆଜି ଆସିବ ୩ ଲୋକସଭା, ୨୯ ବିଧାନସଭା ଉପନିର୍ବାଚନ ଫଳାଫଳ - ୨୯ ବିଧାନସଭା ଉପନିର୍ବାଚନ

ଆଜି ପ୍ରକାଶ ପାଇବ ୩ ଲୋକସଭା ଏବଂ ୨୯ ବିଧାନସଭା ଉପନିର୍ବାଚନ ଫଳାଫଳ । ଗତ ୩୦ ରେ ହୋଇଥିଲା ମତଦାନ । ଅଧିକ ପଢନ୍ତୁ...

ଆଜି ଆସିବ ୩ ଲୋକସଭା ଏବଂ ୨୯ ବିଧାନସଭା ଉପନିର୍ବାଚନ ଫଳାଫଳ

author img

By

Published : Nov 2, 2021, 10:26 AM IST

ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇବ ୩ ଲୋକସଭା ଏବଂ ୨୯ ବିଧାନସଭା ଉପନିର୍ବାଚନ ଫଳାଫଳ । ବିଭିନ୍ନ ସ୍ଥାନରେ ଭଟଗଣତି ପ୍ରକ୍ରିୟା ଜାରି ରହିଛି । କୋଭିଡ ଗାଇଡଲାଇନ ଏବଂ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଶାନ୍ତି ଶୃଙ୍ଖଳାରେ ଚାଲିଛି ଭୋଟ ଗଣତି ।

ଦେଶରେ ଖାଲି ପଡିଥିବା ୩ ଲୋକସଭା ଏବଂ ୨୯ ବିଧାନସଭା ଆସନ ପାଇଁ ଗତ ଅକ୍ଟୋବର ୩୦ ରେ ଭୋଟ ଗ୍ରହଣ ହୋଇଥିଲା । ଏଥି ମଧ୍ୟରୁ କେନ୍ଦ୍ରଶାସିତ ଅଞ୍ଚଳ ଦାଦ୍ରାନଗର ହାବେଳି, ମଧ୍ୟପ୍ରଦେଶର ଖଣ୍ଡୱା ଏବଂ ହିମାଚଳ ପ୍ରଦେଶର ମଣ୍ତି ଲୋକସଭା ଆସନରେ ଉପନିର୍ବାଚନ ହୋଇ ଥିବାବେଳେ ଆସାମରେ ୫ଟି, ପଶ୍ଚିମବଙ୍ଗରେ ୪ଟି, ମଧ୍ୟପ୍ରଦେଶରେ ୩ଟି, ହିମାଚଳ ପ୍ରଦେଶ, ମେଘାଳୟରେ, ବିହାର, କର୍ଣ୍ଣାଟକ ଏବଂ ରାଜସ୍ଥାନରେ ଦୁଇଟି ଲେଖାଏଁ, ଆନ୍ଧ୍ରପ୍ରଦେଶ, ହରିୟାଣା, ମହାରାଷ୍ଟ୍ର, ମିଜୋରାମ ଏବଂ ତେଲେଙ୍ଗାନାରେ ଗୋଟିଏ ଲେଖାଏଁ ଆସନରେ ବିଧାନସଭା ଉପନିର୍ବାଚନ ହୋଇଥିଲା ।

ଅଧିକାଂଶ ଆସନରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ମୁକାବିଲା ହୋଇଥିଲା । ତେବେ ଆଜି ସନ୍ଧ୍ୟା ସୁଦ୍ଧା ଫଳାଫଳ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.