ETV Bharat / bharat

Bypoll Results 2023: 4 ରାଜ୍ୟର 5 ଆସନରେ ଉପନିର୍ବାଚନ, ଜଳନ୍ଧର ସଂସଦୀୟ ଆସନ ହାତେଇଲା AAP - ଉପନିର୍ବାଚନ ଫଳାଫଳ

4 ରାଜ୍ୟର 5 ଆସନରେ ଉପନିର୍ବାଚନ ସରିଲା । ଜଳନ୍ଧର ଲୋକସଭା ଆସନରେ ଆପ, ଉତ୍ତର ପ୍ରଦେଶ ଦୁଇଟି ଆସନରେ ଆପନା ଦଳ ପ୍ରାର୍ଥୀ ବିଜୟୀ । ଝାରସୁଗୁଡାରେ ଦିପାଳୀ ଦାସ ବିଜୟୀ । ଅଧିକ ପଢନ୍ତୁ

Bypoll Election Results 2023
Bypoll Election Results 2023
author img

By

Published : May 13, 2023, 9:10 PM IST

ହାଇଦ୍ରାବାଦ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ ଉପରେ ସମଗ୍ର ଦେଶର ନଜର ଥିବା ବେଳେ ଆଜି 4 ରାଜ୍ୟର 4 ବିଧାନସଭା ଆସନ ଓ ଗୋଟିଏ ଲୋକସଭା ଆସନରେ ଉପନିର୍ବାଚନ ଫଳାଫଳ ମଧ୍ୟ ସାମ୍ନାକୁ ଆସିିଛି । ପଞ୍ଜାବରେ ଜଳନ୍ଧର ଲୋକସଭା ଆସନ, ଉତ୍ତର ପ୍ରଦେଶର ଦୁଇଟି ବିଧାନସଭା ଆସନ, ଓଡ଼ିଶାର ଗୋଟିଏ ବିଧାନସଭା ଆସନ ଓ ଉତ୍ତର-ପୂର୍ବ ରାଜ୍ୟ ମେଘାଳୟରେ ଗୋଟିଏ ବିଧାନସଭା ଆସନରେ ଆଜି ଉପନିର୍ବାଚନ ଫଳାଫଳ ଆସିଛି ।

ଆଜି ପଞ୍ଜାବର ଜଳନ୍ଧର ସଂସଦୀୟ ଆସନରେ ଉପନିର୍ବାଚନ ହୋଇଥିଲା । ଏହି ଆସନ ଶାସନରେ ଥିବା ଆମ ଆଦମୀ ପାର୍ଟି କବଜାକୁ ଯାଇଛି । ଆପ ପ୍ରାର୍ଥୀ ସୁଶୀଲ କୁମାର ରିଙ୍କୁ ନିଜ ନିକଟତନ ପ୍ରତିଦ୍ବନ୍ଦ୍ବୀ ଭାବେ କଂଗ୍ରେସ ପ୍ରାର୍ଥୀ କରମଜିତ କୌର ଚୌଧୁରୀଙ୍କୁ ହରାଇଛନ୍ତି । ଏହି ଆସନ 1999ଠାରୁ କଂଗ୍ରେସର ଥିଲା । ଜାନୁଆରୀରେ ଭାରତ ଯୋଡୋ ଯାତ୍ରାରେ ଅଂଶଗ୍ରହଣ କରିଥିବା ତତ୍କାଳୀନ କଂଗ୍ରେସ ସାଂସଦ ସନ୍ତୋଖ ସିଂ ଚୌଧୁରୀଙ୍କ ହୃଦଘାତରେ ଦେହାନ୍ତ ହୋଇଥିଲା । ଏବେ ଏହି ଆସନ କଂଗ୍ରେସରୁ ଆମ ଆଦମୀ ପାର୍ଟି ଖାତାକୁ ଯାଇଛି ।

ଉତ୍ତର ପ୍ରଦେଶରେ ଦୁଇଟି ବିଧାନସଭା ଆସନରେ ହୋଇଥିବା ଏହି ଉପନିର୍ବାଚନରେ ଆପନା ଦଳ(ସୋନେନାଲ) ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଛାନବେ ଆସନରେ ଆପନା ଦଳ ପ୍ରାର୍ଥୀ ରିଙ୍କି କୋଲ ସମାଜବାଦୀ ପାର୍ଟି ପ୍ରାର୍ଥୀ କିର୍ତ୍ତି କୋଲଙ୍କୁ ହରାଇ ବିଜୟୀ ହୋଇଛନ୍ତି । ସେହିପରି ଅନ୍ୟତମ ଆସନ ସୁଆରରେ ସଫିକ୍‌ ଅହମ୍ମଦ ଅନସାରୀ ସମାଜବାଦୀ ପାର୍ଟି ପ୍ରାର୍ଥୀ ଅନୁରାଧା ଚୌହାନଙ୍କୁ ହରାଇଛନ୍ତି । ଉଭୟ ଆସନରେ ଆପନା ଦଳ ପ୍ରାର୍ଥୀ ଜିତିଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦ୍ବୀ ଭାବେ ସମାଜବାଦୀ ପାର୍ଟି ପ୍ରାର୍ଥୀ ପରାଜିତ ହୋଇଛନ୍ତି ।

ଓଡିଶାରେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ପରେ ଝାରସୁଗୁଡା ବିଧାନସଭା ଆସନରେ ଉପନିର୍ବାଚନ ହୋଇଥିଲା । ଏଥିରେ ଶାସକ ବିଜେଡି ଟିକେଟରୁ ନିର୍ବାଚନ ଲଢିଥିବା ଦିବଙ୍ଗତ ମନ୍ତ୍ରୀ ନବଦାସଙ୍କ ଝିଅ ଦିପାଳୀ ଦାସ ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ଭାବେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ପରାଜିତ କରିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ମାତ୍ର 2.56 ପ୍ରତିଶତ ଭୋଟ ସହ ନୈରାଶ୍ୟଜନକ ଭାବେ ତୃତୀୟ ସ୍ଥାନରେ ରହିଛନ୍ତି ।

ଉତ୍ତର-ପୂର୍ବ ରାଜ୍ୟ ମେଘାଳୟରେ ହୋଇଥିବା ଗୋଟିଏ ବିଧାନସଭା ଉପନିର୍ବାଚନରେ ସଂଯୁକ୍ତ ଗଣତାନ୍ତ୍ରିକ ପାର୍ଟି (UDP) ପ୍ରାର୍ଥୀ ସିନ୍ସର କୁପର ରୟ ଥାବା ବିଜୟୀ ହୋଇଛନ୍ତି । ସାହିୟଂଗ ନିର୍ବାଚନ ମଣ୍ଡଳୀରେ ହୋଇଥିବା ଏହି ଉପନିର୍ବାଚନରେ ସେ ତାଙ୍କ ନିଜ ନିକଟତମ ପ୍ରତିଦ୍ବନ୍ଦ୍ବୀ ନ୍ୟାସନାଲ ପିପୁଲ୍ସ ପାର୍ଟି ପ୍ରାର୍ଥୀଙ୍କୁ ପ୍ରାୟ 3,400 ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.