ETV Bharat / bharat

4 ଲୋକସଭା ଆସନରେ ଉପନିର୍ବାଚନ ଲଢେଇ, ବିଜେପି-କଂଗ୍ରେସ କଡା ଟକ୍କର - by-elections counting

ଦେଶର 4 ଲୋକସଭା ଆସନରେ ଚାଲିଛି ଭୋଟ ଗଣତି । ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର । ଅଧିକ ପଢନ୍ତୁ...

4 ଲୋକସଭା ଆସନରେ ଉପନିର୍ବାଚନ ଲଢେଇ, ବିଜେପି-କଂଗ୍ରେସ କଡା ଟକ୍କର
44 ଲୋକସଭା ଆସନରେ ଉପନିର୍ବାଚନ ଲଢେଇ, ବିଜେପି-କଂଗ୍ରେସ କଡା ଟକ୍କର ଲୋକସଭା ଆସନରେ ଉପନିର୍ବାଚନ ଲଢେଇ, ବିଜେପି-କଂଗ୍ରେସ କଡା ଟକ୍କର
author img

By

Published : May 2, 2021, 3:17 PM IST

ହାଇଦ୍ରାବାଦ: 4 ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ଫଳାଫଳକୁ ଅପେକ୍ଷା କରିଛି ଦେଶ । ଗୋଟିଏ ପଟେ ଭୋଟ ଗଣତି ପର୍ବ ଚାଲିଥିବା ବେଳେ ସେପଟେ 4 ରାଜ୍ୟରେ ଚାଲିଛି ଲୋକସଭା ଉପନିର୍ବାଚନ ଭୋଟ ଗଣତି । ଆଜି (ଶନିବାର) ସକାଳ 8ଟାରୁ ଦେଶର 4 ଲୋକସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନର ଭୋଟଗଣତି ଆରମ୍ଭ ହୋଇଛି । କେରଳର ମଲପ୍ପୁରମ, ତାମିଲନାଡୁର କନ୍ୟାକୁମାରୀ, ଆନ୍ଧ୍ରପ୍ରଦେଶର ତିରୁପତି ଓ କର୍ଣ୍ଣାଟକର ବେଲଗାମ ଲୋକସଭା ସିଟ୍ ପାଇଁ ଚାଲିଛି ମତ ଗଣନା ।

କନ୍ୟାକୁମାରୀ ଓ ମଲପ୍ପୁରମରେ ଗତ ଏପ୍ରିଲ 6 ତାରିଖରେ ମତଦାନ ହୋଇଥିବାବେଳେ ଏପ୍ରିଲ 17ରେ ତିରୁପତି ଓ ବେଲଗାମରେ ଲୋକସଭା ଉପନିର୍ବାଚନ ହୋଇଥିଲା । ତିରୁପତି ଆସନରେ ୱାଇଏସଆର କଂଗ୍ରେସ ପ୍ରାର୍ଥୀ ଏମ ଗୁରୁମୂର୍ତ୍ତି ଟ୍ରେଣ୍ଡିଂରେ ଆଗୁଆ ଥିବାବେଳେ ବର୍ତ୍ତମାନ ସୁଦ୍ଧା ତାଙ୍କୁ 2 ଲକ୍ଷ 24 ହଜାର 480 ଭୋଟ ମିଳିଛି । କର୍ଣ୍ଣାଟକର ବେଲଗାମରେ କଂଗ୍ରେସ ଓ ବିଜେପି ମଧ୍ୟରେ କମ ଭୋଟ ବ୍ୟାବଧାନରେ ଟକ୍କର ଜାରି ରହିଛି। ବିଜେପିର ଏଏମ ସୁରେଶ ଆଗୁଆ ଥିବାବେଳେ କଂଗ୍ରେସ ପ୍ରତିଦ୍ବନ୍ଦୀ ସତୀଶ ଲକ୍ଷ୍ମଣରାଓ ମାତ୍ର 5 ହଜାର ଭୋଟରେ ପଛରେ ରହିଛନ୍ତି ।

ସେପଟେ କେରଳର ମଲ୍ଲପୁରମ ସିଟରେ ଇଣ୍ଡିଆନ ୟୁନିଅନ ମୁସଲିମ ଲିଗର ଅବ୍ଦୁରସମାଦ ସମାଦନୀ 1 ଲକ୍ଷ 58 ଭୋଟ ସହ ସିପିଆଇ(ଏମ) ର ବିପି ସାନୁଙ୍କଠୁ ଆଗରେ ରହିଛନ୍ତି । କନ୍ୟାକୁମାରୀ ଲୋକସଭା ଉପନିର୍ବାଚନରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଫାଇଟ୍ ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା 1.71 ଲକ୍ଷ ଭୋଟ ସହ କଂଗ୍ରେସର ବିଜୟକୁମାର ବିଜୟମୁହାଁ ହେବା ଲକ୍ଷ୍ୟ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.