ETV Bharat / bharat

Uttrakhand: ଖାଇକୁ ଖସିଲା ବସ୍‌, 7 ତୀର୍ଥଯାତ୍ରୀଙ୍କ ମୃତ୍ୟୁ !

author img

By

Published : Aug 20, 2023, 7:23 PM IST

ଉତ୍ତରାଖଣ୍ଡ ଉତ୍ତରକାଶୀ ନିକଟରେ ଖାଇକୁ ଖସିଲା ବସ । 7 ମୃତ ସୂଚନା । 22 ଆହତ ହସ୍ପିଟାଲରେ ଭର୍ତ୍ତି । ଗୁଜୁରାଟରୁ ଆସିଥିଲେ ତୀର୍ଥଯାତ୍ରୀ । ଅଧିକ ପଢନ୍ତୁ

Uttrakhand: ଖାଇକୁ ଖସିଲା ବସ, 7 ଯାତ୍ରୀଙ୍କ ମୃତ୍ୟୁ !

ଡେରାଡୁନ: ଉତ୍ତରାଖଣ୍ଡ ଉତ୍ତରକାଶୀରେ ଗଙ୍ଗୋତ୍ରୀ ଜାତୀୟ ରାଜପଥରେ ଏକ ତୀର୍ଥଯାତ୍ରୀ ବସ ଖାଇକୁ ଖସିପଡିବା ଫଳରେ 7 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । 22 ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତୀର୍ଥଯାତ୍ରୀମାନେ ଗୁଜୁରାଟରୁ ଆସିଥିବା ମଧ୍ୟ ପ୍ରାଥମିକ ଭାବେ ଜଣାପଡିଛି । ବସଟି ଘାଟି ରାସ୍ତାରେ ଭାରସାମ୍ୟ ହରାଇ ଗଭୀର ଖାଇକୁ ଖସି ପଡିଥିବା ସନ୍ଦେହ କରାଯାଉଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସ୍ଥାନୀୟ ପ୍ରଶାସନ ଓ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ରେସକ୍ଯୁ ଅପରେସନ ଜାରି ରଖିଛନ୍ତି । ବସଟିରେ ଗୁଜୁରାଟରୁ ଆସିଥିବା 33 ଜଣ ଯାତ୍ରୀ ଥିବା ମଧ୍ୟ କୁହାଯାଉଛି ।

ମିଳିଥିବା ସୂଚନା ଅନୁସାରେ, ଗୁଜୁରାଟରୁ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଉତ୍ତରକାଶୀର ଗଙ୍ଗୋତ୍ରୀ ରାଜପଥରେ ଗାଙ୍ଗନାନି ନିକଟରେ ଖାଇକୁ ଖସିପଡିଥିଲା । ବସଟି ଗଙ୍ଗୋତ୍ରୀ ଧାମରୁ ଉତ୍ତରକାଶୀ ଅଭିମୁଖେ ଯାଉଥିବା ବେଳେ ଅପରାହ୍ନ ପ୍ରାୟ 4ଟା ବେଳେ ଏହି ଦୁର୍ଘଟଣା ଘଟିଛି । ଏବେ ସୁଦ୍ଧା ମୃତାହତଙ୍କ ସଂଖ୍ୟା ନେଇ ସରାକରୀ ଭାବେ ସ୍ପଷ୍ଟ କରାଯାଇନଥିବା ବେଳେ 7 ଜଣଙ୍କର ମୃତ୍ୟୁ ହୋଇଥିବା ସୂତ୍ରରୁ ସୂଚନା ମିଳିଛି । ଅନ୍ୟପଟେ 22 ଜଣ ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସ୍ଥାନୀୟ ବିପର୍ଯ୍ୟୟ ପରିଚାଳନା ବିଭାଗ ସ୍ପଷ୍ଟ କରିଛି ।

ଦୁର୍ଘଟଣା ଖବର ମିଳିବା ପରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଓ ଉଦ୍ଧାରକାରୀ ଟିମ୍‌ ଆମ୍ବୁଲାନ୍ସ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ । 33 ଯାତ୍ରୀଙ୍କ ମଧ୍ୟରୁ 22ଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକମାନେ ସମସ୍ତେ ଗୁଜୁରାଟୀ ତୀର୍ଥଯାତ୍ରୀ । ସେମାନଙ୍କ ପରିଚୟ ପୋଲିସ ସ୍ପଷ୍ଟ କରିନାହିଁ । ମୃତଦେହ ଉଦ୍ଧାର କରାଯାଇ ହସ୍ପିଟାଲକୁ ପଠାଯାଉଛି ।

ଏହା ମଧ୍ୟ ପଢନ୍ତୁ:- Amarnath Yatra: ଅଗଷ୍ଟ 23ରୁ ସାମୟିକ ସ୍ଥଗିତ ରହିବ ଅମରନାଥ ଯାତ୍ରା

ଗୁଜୁରାଟରୁ ଆସିଥିବା ଏହି ତୀର୍ଥଯାତ୍ରୀ ଗୋଷ୍ଠୀ ଏକ ବସ ଯୋଗେ ଗଙ୍ଗୋତ୍ରୀରୁ ଉତ୍ତରକାଶୀ ଅଭିମୁଖେ ବାହାରିଥିଲେ । ଗାଡ଼ିଟି ଘାଟିର ରାସ୍ତାରେ ଭାରସାମ୍ୟ ହରାଇ ଖାଇକୁ ଖସିପଡ଼ିଥିଲା । ଏସ୍‌ଡିଆରଏଫ୍‌ ଏବଂ ଏନ୍‌ଡିଆରଏଫ୍‌ ଟିମ୍ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ସ୍ଥାନୀୟ ଜିଲ୍ଲା ମାଜିଷ୍ଟ୍ରେଟ୍‌ ଅଭିଷେକ ରୁହେଲା ଏବଂ ଏସପି ଅରପାନ ଯଦୁବଂଶୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଡିଏମ୍‌ ରୁହେଲା କହିଛନ୍ତି, ସ୍ଥାନାନ୍ତରଣ ପ୍ରକ୍ରିୟା ପାଇଁ ଆବଶ୍ୟକ ହେଲେ ରାଜଧାନୀ ଡେରାଡୁନରେ ହେଲିକପ୍ଟର ମଧ୍ୟ ପ୍ରସ୍ତୁତ ରଖିବାକୁ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.