ETV Bharat / bharat

ପଞ୍ଜାବରେ ବସ୍‌-କାର ଧକ୍କା: କେନାଲରେ ବୁଡି ୫ ମୃତ, ୨ ଶିଶୁ ନିଖୋଜ

ପଞ୍ଜାବରେ ବସ୍‌-କାର ଧକ୍କାରେ ୫ ଜଣଙ୍କର ମୃତ୍ୟୁ । ତେବେ ଏକ ଘରୋଇ କମ୍ପାନୀ ବସ ଧକ୍କା ଦେବାରୁ କାରଟି ଅହମ୍ମଦପୁରରେ ଥିବା ଭକ୍ରା କେନାଲ ଭିତରକୁ ଖସି ପଡିଥିଲା । ଅଧିକ ପଢନ୍ତୁ

ପଞ୍ଜାବରେ ବସ୍‌-କାର ଧକ୍କା, କେନାଲରେ ବୁଡି ୫ ମୃତ, ୨ଶିଶୁ ନିଖୋଜ

author img

By

Published : Apr 18, 2022, 5:14 PM IST

Updated : Apr 18, 2022, 5:37 PM IST

ଚଣ୍ଡିଗଡ: ପଞ୍ଜାବରେ ବସ୍‌-କାର ଧକ୍କାରେ ୫ ଜଣଙ୍କର ମୃତ୍ୟୁ । ତେବେ ଏକ ଘରୋଇ କମ୍ପାନୀ ବସ ଧକ୍କା ଦେବାରୁ କାରଟି ଅହମ୍ମଦପୁରରେ ଥିବା ଭକ୍ରା କେନାଲ ଭିତରକୁ ଖସି ପଡିଥିଲା । ସେପଟେ ଦୁର୍ଘଟଣାରେ ପୋଲିସ ଦୁଇଜଣ ପୁରୁଷ, ଦୁଇ ମହିଳା ଏବଂ ଜଣେ ଶିଶୁର ମୃତଦେହ ଉଦ୍ଧାର କରିଥିବାବେଳେ ଆଉ ଦୁଇ ଜଣେ ଶିଶୁ କେନାଲ ପାଣିର ପ୍ରବଳ ସ୍ରୋତରେ ଭାସି ଯାଇଛନ୍ତି ।

ପଞ୍ଜାବରେ ବସ୍‌-କାର ଧକ୍କା: କେନାଲରେ ବୁଡି ୫ ମୃତ, ୨ ଶିଶୁ ନିଖୋଜ

ସେହିପରି ଭାସି ଯାଇଥିବା ଦୁଇ ଶିଶୁଙ୍କୁ ଖୋଜାଖୋଜି ଜାରି ରହିଛି ବୋଲି ପୋଲିସ କହିଛି । ଏପଟେ ଏହି ଘଟଣାକୁ ନେଇ ରୂପାନଗର ଡିଏସପି ରବିନ୍ଦର ସିଂ କହିଛନ୍ତି ଯେ, କାରଟି ରାଜସ୍ଥାନର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ତେବେ ଦୁ୍ର୍ଘଟଣାରେ ମୃତ୍ୟୁ ହୋଇଥିବା ଲୋକେ ପଞ୍ଜାବର ଶ୍ରୀ ଆନନ୍ଦପୁର ସାହେବରୁ ରାଜସ୍ଥାନର ସିକର ଯାଉଥିବା ବେଳେ ଏହି ଦୁର୍ଘଟଣା ହୋଇଥିଲା ।

ଅନ୍ୟପଟେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାର ସଦସ୍ୟଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଉଛି ବୋଲି ପୋଲିସ କହିଛି । ଏଥିସହ ଦୁର୍ଘଟଣାରେ ସମ୍ପୃକ୍ତ ଏକ ଘରୋଇ କମ୍ପାନୀର ବସ ଚଳାଉ ଥିବା ଡ୍ରାଇଭରକୁ ଗିରଫ କରାଯାଇଛି ବୋଲି ଡିଏସପି କହିଛନ୍ତି । ଏହା ସହିତ କାରରୁ ପୋଲିସ ଡକ୍ୟୁମେଣ୍ଟ ଉଦ୍ଧାର କରିଛି, ଯାହା ସେମାନଙ୍କୁ ମୃତକଙ୍କ ଚିହ୍ନଟ କରିବାରେ ସାହାଯ୍ୟ ହେବ ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 18, 2022, 5:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.