ETV Bharat / bharat

Etv Bharat Impact: ରାସ୍ତା ନହେଲେ ବାହା ହେବାକୁ ମନା କରିଥିଲେ ଯୁବତୀ, ଆଜି ଗାଁକୁ ଆସିଲା ବସ୍‌

author img

By

Published : Sep 23, 2021, 6:29 PM IST

ଇଟିଭି ଭାରତର ଖବର ପ୍ରସାରଣ ପରେ ଯୁବତୀଙ୍କ ସମେତ ଗ୍ରାମବାସୀଙ୍କ ସ୍ବପ୍ନ ହେଲା ପୂରଣ । ସୁଗମ ରାସ୍ତା ନହେଲେ ବାହା ହେବେନି ବୋଲି ପିଏମ ଓ ସିଏମଙ୍କୁ କହିଥିଲେ ଯୁବତୀ । ଶେଷରେ ଗାଁକୁ ପ୍ରବେଶ କରିଛି ବସ । ଅଧିକ ପଢନ୍ତୁ...

Etv Bharat Impact: ସୁଗମ ରାସ୍ତା ନହେଲେ କହିଥିଲେ ବାହା ହେବେନି ଯୁବତୀ, ଗାଁକୁ ଆସିଲା ବସ୍‌

ବେଙ୍ଗାଲୁରୁ: କର୍ଣ୍ଣାଟକର ଦେବାଙ୍ଗିରି ଜିଲ୍ଲାର ଜଣେ ଯୁବତୀ ଗାଁକୁ ରାସ୍ତା ନହେଲେ ବାହା ହେବେନି କହି ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇଙ୍କୁ ଚିଠି ଲେଖିଥିଲେ । ତେବେ ତାଙ୍କ ସ୍ବପ୍ନ ହୋଇଛି ପୂରଣ । ଶେଷରେ ତାଙ୍କ ଗାଁ ଭିତରକୁ ବସ ଯାତାୟାତ ଆରମ୍ଭ ହୋଇଛି ।

ଦେବାଙ୍ଗିରି ଜିଲ୍ଲାର ରାମପୁର ଗ୍ରାମରେ ୨୬ ବର୍ଷୀୟ ଯୁବତୀ ବିନ୍ଦୁ ଗାଁକୁ ପିଚୁ ରାସ୍ତା ନ ହେଲେ ବାହା ହେବେନି ବୋଲି କହିଥିଲେ । ଗ୍ରାମର ଯାତାୟାତ ସମସ୍ୟାକୁ ନେଇ ସେ ଦେଶର ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ବୋମାଇଙ୍କୁ ଚିଠି ଲେଖି ନିଜ ଦାବି ଜଣାଇଥିଲେ । ତାଙ୍କ ଗ୍ରାମକୁ ସୁଗମ ରାସ୍ତା ନଥିବାରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ ଅଞ୍ଚଳବାସୀ । ଯୁବତୀମାନେ ଉଚ୍ଚଶିକ୍ଷା ପାଇପାରୁନଥିଲେ । କଦର୍ଯ୍ୟ ରାସ୍ତା ଯୋଗୁଁ ଗ୍ରାମବାସୀଙ୍କ ଅତିଥି ମଧ୍ୟ ଗ୍ରାମକୁ ଆସିବା ବନ୍ଦ କରିଦେଇଥିଲେ । ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଏହି ଗ୍ରାମରେ ଉନ୍ନତି ହୋଇନାହିଁ । ବସରେ ଯାତାୟାତ କରିବା ପାଇଁ ଗ୍ରାମବାସୀଙ୍କୁ ୭ କିଲୋମିଟର ଚାଲି ଚାଲି ଯାତ୍ରା କରିବାକୁ ପଡୁଥିଲା ।

ଏହା ବି ପଢନ୍ତୁ: PM-CMଙ୍କୁ ଯୁବତୀଙ୍କ ଚିଠି, ଗାଁରେ ପିଚୁରାସ୍ତା ନ ହେବା ପର୍ଯ୍ୟନ୍ତ କରିବେନି ବିବାହ

ତେବେ ଇଟିଭି ଭାରତରେ ଏହି ଖବର ପ୍ରସାରଣ ପରେ ଘଟଣାଟି ଦେବାଙ୍ଗିରି ଡ଼ିସି ମହାନ୍ତେଶ ବିଲାଗିଙ୍କ ନଜରକୁ ଆସିଥିଲା । ଗ୍ରାମର ରାସ୍ତାକୁ ତୁରନ୍ତ ସୁଗମ କରିବା ପାଇଁ ସେ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ବିନ୍ଦୁଙ୍କ ଚିଠିକୁ ପ୍ରତିକ୍ରିୟା ମିଳିଛି । ଏହି ଘଟଣାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଗ୍ରାମରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଗ୍ରାମକୁ ବସ ଆସିଛି । ବସ ଆସିବା ପରେ ଗ୍ରାମର ମହିଳାମାନେ ବସକୁ ପୂଜା କରିଥିବା ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.