ଲକ୍ଷ୍ନୌ: ଉତ୍ତରପ୍ରଦେଶର କାନପୁର ମହାନଗରରେ ଭୟଙ୍କର ଦୁର୍ଘଟଣା । ଜେସିବି ଓ ବସ୍ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ 17 ମୃତ, ଅନେକ ଗୁରୁତର ଆହତ । ସମସ୍ତ ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଶୋକ ପ୍ରକାଶ କରିଛନ୍ତି । ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛିନ୍ତି । ସମସ୍ତ ଆହତଙ୍କୁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଡିରୁ 50 ହଜାର ଲେଖାଏଁ ସହୟତା ରାଶି ସହିତ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଡିରୁ ମୃତକଙ୍କ ପରିବାରୁ 2ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି ।
ପ୍ରକାଶ ଥାଉ କି, ଗତକାଲି କାନପୁରରୁ ଏକ ବସ ଝାନ୍ସି ଅଭିମୁଖେ ଯାଉଥିଲା । ଏହି ସମୟରେ ବସଟି ଦୁର୍ଘଟଣାଗସ୍ତ ହୋଇଥିଲା । ଦୁର୍ଘଟଣାରରେ 17ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 5ଜଣ ଗୁରତର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଜିଲ୍ଲା ମାଜିଷ୍ଟ୍ରେଟ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ