ETV Bharat / bharat

ଉଦ୍‌ଘାଟନର ୫ଦିନ ପରେ ଧସିଲା ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ୱେ, ଯୋଗୀ ସରକାରଙ୍କୁ ଅଖିଳେଶଙ୍କ କଟାକ୍ଷ - ଧସିଲା ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ

ଧସିଲା ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ । ଉଦ୍‌ଘାଟନର ୫ ଦିନ ପରେ ରାସ୍ତାରେ ୨ରୁ ୩ ଫୁଟ ଗଭୀର ଗାତ ସୃଷ୍ଟି ହୋଇଛି । ବର୍ଷା କାରଣରୁ ଯୋଗୀ ସରକାରଙ୍କ ସ୍ବପ୍ନ ପ୍ରକଳ୍ପ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେର କିଛି ଅଂଶ ଧୋଇ ହୋଇଯାଇଛି । ଅଧିକ ପଢନ୍ତୁ

Bundelkhand Expressway
Bundelkhand Expressway
author img

By

Published : Jul 22, 2022, 12:38 PM IST

ଲକ୍ଷ୍ନୌ: ଧସିଲା ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ । ଉଦଘାଟନର ୫ ଦିନ ପରେ ରାସ୍ତାରେ ୨ରୁ ୩ ଫୁଟ ଗଭୀର ଗାତ ସୃଷ୍ଟି ହୋଇଛି । ବର୍ଷା କାରଣରୁ ଯୋଗୀ ସରକାରଙ୍କ ସ୍ବପ୍ନ ପ୍ରକଳ୍ପ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେର କିଛି ଅଂଶ ଧୋଇ ହୋଇଯାଇଛି । ଜୁଲାଇ ୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଲାଉଁ ଜିଲ୍ଲାର ଓରାଇ ତହସିଲ ଅନ୍ତର୍ଗତ କୈଠେରୀ ଗାଁରେ ଏହାର ଉଦଘାଟନ କରିଥିଲେ । ରାସ୍ତାର ଏପରି ଅବସ୍ତା ନିମ୍ନମାନର କାମ ହୋଇଥିବା ଦର୍ଶାଉଛି । ରାସ୍ତାର ଏପରି ଅବସ୍ତା ପାଇଁ ବୁଧବାର ଅନେକ ଦୁର୍ଘଟଣା ଘଟିଥିଲା । ୪ଟି ଗାଡି ସହ ଗୋଟିଏ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଅନେକ ଯାତ୍ରୀ ଆହତ ହୋଇଥିଲେ ।

Bundelkhand Expressway
Bundelkhand Expressway

ଯୋଗୀ ସରକାରଙ୍କୁ ଅଖିଳେଶ ଯାଦବଙ୍କ କଟାକ୍ଷ

ଉଦଘାଟନର ୫ ଦିନ ପରେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେରେ ଫାଟ ସୃଷ୍ଟି ହେବା ନେଇ ସରକାରଙ୍କୁ ଘେରିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ରାସ୍ତାର ଏକ ଭିଡିଓ ନିଜ ଟ୍ବିଟରରେ ସେୟାର କରି ୟୁପି ସରକାର ଓ ବିଜେପିକୁ ଟାର୍ଗେଟ କରିଛନ୍ତି ଅଖିଳେଶ । ସେ ଲେଖିଛନ୍ତି, ''ଏ ହେଉଛି ଭାଜପାର ଅଧା ଅଧୁରା ବିକାଶ ଗୁଣବତ୍ତାର ନମୁନା । ବଡ ବଡିଆ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେର ଉଦ୍‌ଘାଟନ କରିଥିଲେ । ଉଦଘାଟନର ଗୋଟିଏ ସପ୍ତାହ ମଧ୍ୟରେ ଏଥିରେ ଭ୍ରଷ୍ଟାଚାରର ବଡ ବଡ ଗାତ ସୃଷ୍ଟି ହୋଇଛି । ଅର୍ଦ୍ଧ-ସମାପ୍ତ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେର ଉଦଘାଟନ ଉତ୍ସବରୁ ଜଣାପଡିଛି ଯେ, ଏହାର ଡିଜାଇନ୍ ମଧ୍ୟ ସମାନ ରହିଛି, ପ୍ରତିରକ୍ଷା କରିଡର ନିକଟରେ ରହିବା ପରେ ମଧ୍ୟ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେ ପରି ନିର୍ମାଣ କରିପାରାନହାନ୍ତି ।"

  • आधे-अधूरे बुंदेलखंड एक्सप्रेस-वे के उद्घाटन की हड़बड़ी बताती है कि इसका डिज़ाइन भी ऐसे ही चलताऊ बना है तभी डिफ़ेंस कॉरिडोर के पास होने के बाद भी यहाँ भाजपा सरकार, सपा काल में बने आगरा-लखनऊ एक्सप्रेस-वे जैसी हवाई पट्टी न बना पाई। इसे चित्रकूट तक विकसित न करना दूरदृष्टि की कमी है। pic.twitter.com/KjhQPcOGoP

    — Akhilesh Yadav (@yadavakhilesh) July 16, 2022 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ...Bundelkhand Expressway: ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ପ୍ରକାଶ ଥାଉ କି, ୨୯୬କିମି ଦୈର୍ଘ୍ୟ ଚାରିଲେନ ବିଶିଷ୍ଟି ଏହି ଏକ୍ସପ୍ରେସ ସଡକ ୧୪ ହଜାର ୮୫୦କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା । ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ସଡକ ଚିତ୍ରକୂଟ ଓ ଦିଲ୍ଲୀ ମଧ୍ୟରେ ଯାତ୍ରା ସମୟ ୩ ରୁ ୪ ଘଣ୍ଟା ହ୍ରାସ ପାଇବା ଲକ୍ଷ୍ୟରେ ନିର୍ମାଣ ହୋଇଛି । ୟୁପିବାସୀଙ୍କ ଉଦ୍ଦେଶ୍ୟରେ ଏହାକୁ ଜୁଲାଇ ୧୬ରେ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ । ୨୦୨୦ ଫେବୃୟାରୀ ୨୯ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ୱେର ଶିଳାନ୍ୟାସ ହୋଇଥିଲା । ୨୮ ମାସ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ଯ ଶେଷ ହୋଇଥିଲା ଓ ଜୁଲାଇ ୧୬ରେ ପ୍ରଧାନମନ୍ତ୍ରୀ ମୋଦି ଏହାର ଉଦ୍‌ଘାଟନ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.