ETV Bharat / bharat

Bullibai app: ଓଡିଶାରୁ ଇଞ୍ଜିନିୟରିଂ ଛାତ୍ର ଗିରଫ, ଆପ୍‌ ତିଆରିରେ ଥିଲା ମୁଖ୍ୟ ଭୂମିକା ! - ବିବାଦୀୟ ବୁଲ୍ଲି ବାଈ ଆପ ଖବର

ବିବାଦୀୟ ବୁଲ୍ଲୀ ବାଈ ଆପ ମାମଲାରେ ଓଡ଼ିଶାରୁ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କୁ ଗିରଫ କରୁଛି ପୋଲିସ । ସେ ଆପ୍‌ ତିଆରି କରିବାରେ ମୁଖ୍ୟ ଭୂମିକା ନେଇଥିଲେ ବୋଲି ଜଣାପଡ଼ିଛି । ଅଧିକ ପଢନ୍ତୁ

ଓଡିଶାରୁ ଜଣେ ଗିରଫ
ଓଡିଶାରୁ ଜଣେ ଗିରଫ
author img

By

Published : Jan 20, 2022, 12:51 PM IST

Updated : Jan 20, 2022, 3:51 PM IST

ଭୁବନେଶ୍ବର: ବହୁ ଚର୍ଚ୍ଚିତ ବିବାଦୀୟ ବୁଲ୍ଲି ବାଈ ଆପର ମୂଳ ଚେର ପାଖରେ ପହଞ୍ଚିବାକୁ ଆକ୍ସନ ମୁଡରେ ମୁମ୍ବାଇ ପୋଲିସ । ଜଣଙ୍କ ପରେ ଜଣଙ୍କୁ ଗିରଫ କରୁଛି ପୋଲିସ । ଏ ମାମଲାରେ ଆଜି ଓଡିଶାର ଜଣଙ୍କୁ ବାନ୍ଧିଛି ପୋଲିସ । ଗିରଫ ଜଣକ ହେଲେ ନୀରଜ ସିଂହ । ଏହି ଓଡ଼ିଆ ଯୁବକଙ୍କୁ ମିଶାଇ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ପୋଲିସ ୫ ଜଣଙ୍କୁ ଗିରଫ କରିସାରିଲାଣି ।

  • Bullibai app case | Mumbai Police arrests one more person in the matter, from Odisha today

    — ANI (@ANI) January 20, 2022 " class="align-text-top noRightClick twitterSection" data=" ">

ଗିରଫ ଅଭିଯୁକ୍ତ ହେଲେ ନୀରଜ ସିଂ । ନୀରଜ ଭୁବନେଶ୍ବରର ଏକ ଘରୋଇ କଲେଜରେ ଇଞ୍ଜିନିୟରିଂ କରୁଥିବା ଜଣାପଡିଛି । ଏହାସହ ସେ ଏମ୍‌ବିଏ ଛାତ୍ର ବୋଲି ଜଣାପଡିଛି । ଇଞ୍ଜିନୟରିଂ ଛାତ୍ର ହୋଇଥିବାରୁ ବୁଲ୍ଲି ବାଈ ଆପ୍‌ ତିଆରି କରିବାରେ ନୀରଜର ମୁଖ୍ୟ ଭୂମିକା ଥିଲା । ଗତ କିଛି ଦିନ ହେଲା ନୀରଜକୁ ଖୋଜୁଥିଲା ମୁମ୍ବାଇ ସାଇବର ସେଲ୍‌ । ଶେଷରେ ଓଡିଶାରୁ ନୀରଜକୁ ଧରିବାରେ ସଫଳ ହୋଇଛି ପୋଲିସ । ଓଡ଼ିଆ ଯୁବକଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୫ ଜଣ ଗିରଫ ହୋଇସାରିଛନ୍ତି ।

ପୂର୍ବରୁ ଗତ ଜାନୁଆରା ୬ରେ ମୁଖ୍ୟ ଅଭିଯୁକ୍ତକୁ ଆସାମରୁ ଗିରଫ ଅଭିଯୁକ୍ତ ନୀରଜ ବିଷ୍ଣୁୁକୁ ଗରିଫ କରିଥିଲା ପୋଲିସ । ଅଭିଯୁକ୍ତ ଜଣଙ୍କ 20 ବର୍ଷୀୟ ହୋଇଥିବା ବେଳେ ଆସାମର ଜୋରହାଟର ଡିଜିମ୍ବର ଅଞ୍ଚଳର ବାସିନ୍ଦା ବୋଲି ପୋଲିସ ସ୍ପଷ୍ଟ କରିଥିଲା ପୋଲିସ । ବୁଲ୍ଲୀ ବାଈ ଆପ ମାଧ୍ୟମରେ ମୁସଲିମ ସମ୍ପ୍ରଦାୟର ମହିଳାଙ୍କୁ ଟାର୍ଗେଟ କରାଯାଉଥିବା ଅଭିଯୋଗ ଆସିଥିଲା । ଏହାକୁ ବ୍ୟବହାର କିଛି ମୁସଲିମ ମହିଳାଙ୍କ ଫଟୋକୁ ଏଡିଟ କରି ଏହି ଆପ ମାଧ୍ୟମରେ ସାମାଜିକ ଗଣମାଧ୍ୟମରେ ଅପଲୋଡ କରାଯାଉଥିଲା । ପରେ ଏନେଇ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ମୋଡକୁ ଆସଥିଲା ପୋଲିସ ।

ଏହା ବି ପଢନ୍ତୁ: Bulli Bai App: ମୁଖ୍ୟ ଅଭିଯୁକ୍ତ ଆସାମରୁ ଗିରଫ

GITHUB VPN ଜରିଆରେ ଅଭିଯୁକ୍ତମାନେ ବୁଲ୍ଲି ଆପ, ସୁଲ୍ଲି ଡିଲସ୍ ଭଳି ଆପ ତିଆରି କରି ଅଳ୍ପ ସଂଖ୍ୟକ ମହିଳାଙ୍କୁ ଟାର୍ଗେଟ କରୁଥିଲେ । ଗିଟହବ୍‌ ଦ୍ବାରା ଆପ୍‌ ତିଆରି କରାଯାଇଥିବାରୁ ଏମାନଙ୍କୁ ଧରିବା ପୋଲିସ ପାଇଁ କାଠିକର ପାଠ ହୋଇଥିଲା । ବିଶାଳ ଝାଙ୍କୁ ରିମାଣ୍ଡରେ ନେବା ପରେ ଓଡ଼ିଶା ଲିଙ୍କ ପଦାକୁ ଆସିଛି । ଗିରଫ ଅଭିଯୁକ୍ତ ମାନେ ସୁଲ୍ଲି ଡିଲ ଆପ ମାମଲାରେ ମଧ୍ଯ ସମ୍ପୃକ୍ତ ଥିବା ଜଣାପଡିଛି । ମୁଖ୍ଯ ଅଭିଯୁକ୍ତ ଗିରଫ ପୂର୍ବରୁ ଜଣେ ଛାତ୍ରଙ୍କୁ ଗିରଫ ହୋଇଥିଲା । ଆପ୍ ନେଇ ଅଭିଯୋଗ ପରେ ଏହାକୁ ବ୍ଲକ କରି ଦିଆଯାଇଥିବା କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଥିଲେ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିିଭି ଭାରତ

Last Updated : Jan 20, 2022, 3:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.