ETV Bharat / bharat

ରାଜଧାନୀରେ ଭୁଶୁଡିଲା ତିନି ମହଲା କୋଠା, ଉଦ୍ଧାର କାର୍ଯ୍ୟ ଜାରି

ଦିଲ୍ଲୀ ନନ୍ଦନଗିରି ଅଞ୍ଚଳରେ ଭୁଶୁଡିଲା ତିନି ମହଲା କୋଠା । ଘଟଣାସ୍ଥଳରେ ପୋଲିସ ଓ ଦମକଳ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି । ଅଧିକ ପଢନ୍ତୁ...

author img

By

Published : Aug 7, 2021, 4:18 PM IST

ରାଜଧାନୀରେ ଭୁଶୁଡିଲା ତିନି ମହଲା କୋଠା, ଉଦ୍ଧାର କାର୍ଯ୍ୟ ଜାରି
ରାଜଧାନୀରେ ଭୁଶୁଡିଲା ତିନି ମହଲା କୋଠା, ଉଦ୍ଧାର କାର୍ଯ୍ୟ ଜାରି

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀର ନନ୍ଦନଗିରି ଅଞ୍ଚଳରେ ଅଘଟଣ । ଶନିବାର ଏହି ଅଞ୍ଚଳରେ ଥିବା ଏକ ତିନି ମହଲା କୋଠା ଭୁଶୁଡି ଯାଇଛି । ଭଙ୍ଗା କୋଠା ତଳେ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି । ତେବେ ଏହି କୋଠାଟି ବହୁ ପୁରୁଣା ହୋଇଥିବା ଯୋଗୁଁ ଏପରି ଭାବେ ଭୁଶୁଡି ପଡିଥିବା ସନ୍ଦେହ କରାଯାଉଛି ।

ଏ ସମ୍ପର୍କରେ ସୂଚନା ପାଇଁ ଘଟଣାସ୍ଥଳରେ ପୋଲିସ, ଦମକଳ ବାହିନୀ ଏବଂ ନଗର ନିଗମ ଟିମ୍ ପହଞ୍ଚିଛନ୍ତି ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । କୋଠାର ଭଗ୍ନାବଶେଷକୁ ସଫା କରିବାରେ ସ୍ଥାନୀୟ ଲୋକ ମଧ୍ୟ ପ୍ରଶାସନର ସହୟତା କରୁଛନ୍ତି । ତେବେ ଆଜି ପୂର୍ବାହ୍ନ ପ୍ରାୟ ୧ଟା ସମୟରେ ଏହି ଅଘଟଣ ଘଟିଥିବା କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.