ETV Bharat / bharat

ଆଖି ପିଛୁଳାକେ ଭୁଶୁଡ଼ିଲା ୫ମହଲା କୋଠା, କ୍ୟାମେରାରେ କଏଦ ହେଲା ଭୟଙ୍କର ଦୃଶ୍ୟ - ଦିଲ୍ଲୀରେ ଭୁଶୁଡ଼ିଲା କୋଠା

ଦିଲ୍ଲୀ ବିଜୟନଗର ପାର୍କ ନିକଟରେ ଥିବା ଏକ ୫ ପହଲା କୋଠା ଭୁଶୁଡ଼ି ପଡ଼ିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି । ଅଧିକ ପଢ଼ନ୍ତୁ

building collapsed in north delhi
building collapsed in north delhi
author img

By

Published : Mar 8, 2023, 7:56 PM IST

ଆଖି ପିଛୁଳାକେ ଭୁଶୁଡ଼ି ଗଲା ୫ ମହଲା କୋଠା

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ଅଘଟଣ । ଉତ୍ତର-ପୂର୍ବ ଭଜନପୁରା ଅଞ୍ଚଳରରେ ଏକ ପାଞ୍ଚ ମହଲା କୋଠା ଭୁଶୁଡ଼ି ପଡ଼ିଛି । ଏହି ଘଟଣା ସମ୍ପର୍କରେ ସୂଚନା ପାଇଁ ପୋଲିସ ଏବଂ ଅଗ୍ନିଶମ ବିଭାଗ ପହଞ୍ଚିଛନ୍ତି । ସୌଭାଗ୍ୟବଶତଃ ଏଥିରେ କାହାର କିଛି ହୋଇନଥିବା ସୂଚନା ମିଳିଛି । ଭଗ୍ନାବଶେଷକୁ ହଟାଇବା ପାଇଁ ପ୍ରସ୍ତୁତି ଜାରି ରହିଛି । ଘଟଣା ଘଟିଥିବା ଉଭୟ ପାର୍ଶ୍ବକୁ ବନ୍ଦ କରି ଦିଆଯାଇଛି ।

ସୂଚନା ଅନୁଯାୟୀ, ଭଜନପୁରା ସ୍ଥିତ ବିଜୟନଗର ପାର୍କ ନିକଟ ମେନ ରୋଡ ଗଳି ନମ୍ବର ୨୪ ନିକଟରେ ଏହି ଅଘଟଣ ଘଟିଛି । ତେବେ ଆଖି ପିଛୁଳାକେ ଖସିପଡ଼ିଥିବା ଏହି ବିରାଟ କୋଠା ଯୋଗୁଁ କାହାର କୌଣସି କ୍ଷୟକ୍ଷତି ହୋଇନାହିଁ । କୋଠା ପାଖରେ ଥିବା କିଛି ଘର ମଧ୍ୟ ଭାଙ୍ଗି ଯାଇଛି । କୋଠା ଭୁଶୁ଼ଡ଼ିବା ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ବରେ ପଡ଼ିଥିବା ଭଗ୍ନାବଶେଷ ସଫା କରିବାକୁ କାମ ଚାଲୁଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ପୋଲିସ, ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ ଏବଂ ବିପର୍ଯ୍ୟୟ ପରିଚାଳନା ଟିମ ମୁତୟନ ହୋଇଛନ୍ତି ।

କିଛି ସ୍ଥାନୀୟ ଲୋକେ କୋଠା ଭୁଶୁଡ଼ିବାର ଭୟଙ୍କର ଦୃଶ୍ୟକୁ କ୍ୟାମେରାରେ କଏଦ କରିଛନନ୍ତି । ଭିଡ଼ିଓରୁ ଜଣାପଡୁଛି ଯେ, କୋଠାଟି ଆଖି ପିଛୁଳାକେ ଭୁଶୁଡ଼ି ପଡ଼ିଥିଲା । ଏହି ଘଟଣା ନେଇ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । କୋଠାଟି ଅସୁରକ୍ଷିତ ଥିବା ନେଇ ଲୋକେ ଆଶଙ୍କା କରୁଥିଲେ । ତେଣୁ ଏହି ଅଘଟଣ ପୂର୍ବରୁ ଆଖପାଖ ସ୍ଥାନ ଖାଲି କରିଦେଇଥିଲେ । ତେବେ କୋଠାଟି କେଉଁ କାରଣରୁ ଭାଙ୍ଗିଛି ସେନେଇ କାରଣ ସ୍ପଷ୍ଟ ହୋଇନାହିଁ । ସୂଚନା ଅନୁସାରେ, ଏହି କୋଠାର ତଳ ମହଲାରେ ଏକ ଦୋକାନ ଘର ଥିବାବେଳେ ଉପର ତିନି ମହଲାରେ କିଛି ପରିବାର ରହୁଥିଲେ । କୋଠାର ଛାତରେ ପ୍ଲାଷ୍ଟିକ ସେଡ ଲଗାଯାଇଥିଲା । ତେବେ କିଛି ଲୋକ ଏଥିରେ ଫସି ରହିଥାଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି ।

ଅନ୍ୟପଟେ ଦିଲ୍ଲୀ ନଗର ନିଗମର ଶାହଦରା ଉତ୍ତର ଜୋନର ଡେପୁଟି କମିଶନର ସଞ୍ଜୀବ ମିଶ୍ର କହିଛନ୍ତି, "ବିଜୟନଗର ପାର୍କ ନିକଟରେ ଥିବା ଏହି କୋଠାଠୁ ବହୁ ପୁରୁଣା ହେତୁ ଦୁର୍ବଳ ହୋଇପଡ଼ିଥିଲା । ଏଠାରେ ରହୁଥିବା ଲୋକଙ୍କ ଧାରଣା ଥିଲା ଯେ, ବିଲ୍ଡିଂର ଖରାପ ଅବସ୍ଥା ଯୋଗୁଁ ଏହା ଭାଙ୍ଗି ଯାଇପାରେ । ତେଣୁ କିଛି ମାସ ପୂର୍ବରୁ ସେମାନେ ଘର ଖାଲି କରିଥିଲେ । ବର୍ତ୍ତମାନ କୋଠାର ଭଗ୍ନାବଶେଷ ହଟାଇବା କାମ ଚାଲୁଛି । ଦିଲ୍ଲୀ ନଗର ନିଗମ ଟିମ ଏବଂ ସ୍ଥାନୀୟ ଲୋକେ ଏଥିରେ ସହଯୋଗ କରୁଛନ୍ତି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.