ETV Bharat / bharat

ହେଲିକପ୍ଟର ଶବ୍ଦ ଶୁଣି ଚାଲିଗଲା ମଇଁଷିର ଜୀବନ, ଥାନାରେ ଅଭିଯୋଗ - ବିଧାୟକ ବଲଜିତ ଯାଦବ

ହେଲିକପ୍ଟର ଶବ୍ଦ ଶୁଣି ମଇଁଷିର ମୃତ୍ୟୁ ହୋଇଥିବା ଥାନାରେ ଅଭିଯୋଗ କଲା ମାଲିକ । ରାଜସ୍ଥାନର କୋହରାନା ଗ୍ରାମରେ ଘଟିଛି ଏହି ଅଜବ ଘଟଣା ।

ହେଲିକପ୍ଟର ଶବ୍ଦ ଶୁଣି ଚାଲିଗଲା ମଇଁଷିର ଜୀବନ
ହେଲିକପ୍ଟର ଶବ୍ଦ ଶୁଣି ଚାଲିଗଲା ମଇଁଷିର ଜୀବନ
author img

By

Published : Nov 14, 2022, 8:12 AM IST

ଜୟପୁର: ରାଜସ୍ଥାନରେ ଘଟିଛି ଏକ ଅଜବ ଘଟଣା । ହେଲିକପ୍ଟର ଶବ୍ଦ ଯୋଗୁଁ ଚାଲିଗଲା ମଇଁଷିର ଜୀବନ। ହେଲିକପ୍ଟର ଶବ୍ଦ ଶୁଣିବାରୁ ଘରେ ବନ୍ଧା ହୋଇଥିବା ଏକ ମଇଁଷିର ମୃତ୍ୟୁ ହୋଇଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ଏଭଳି ଅଭିଯୋଗ ଆସିଛି କୋହରାନା ଗ୍ରାମରୁ । ହେଲିକପ୍ଟରରେ ଥିବା ପାଇଲଟଙ୍କ ଅବହେଳା ଦର୍ଶାଇ ବହେରୋର ପୋଲିଷ ଷ୍ଟେସନରେ ଅଭିଯୋଗ କଲେ ମଇଁଷିର ମାଲିକ ।

ଗ୍ରାମବାସୀ କହିଛନ୍ତି ଯେ, ''ରବିବାର ଦିନ ଏହି ଅଞ୍ଚଳରେ ବିଧାୟକ ବଲଜିତ ଯାଦବଙ୍କ ସମର୍ଥକଙ୍କ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଏହି ସମୟରେ ଆକାଶ ମାର୍ଗରୁ ହେଲିକପ୍ଟର ଯୋଗେ ଫୁଲ ବର୍ଷା କରାଯାଇଥିଲା । ମଇଁଷିର ମାଲିକ ବଲଭେର କହିଛନ୍ତି ଯେ ରବିବାର ଦିନ ବହେରୋର ଅଞ୍ଚଳରେ ଆକାଶ ମାର୍ଗରୁ ଫୁଲ ବର୍ଷା ପାଇଁ ବାରମ୍ଭାର ହେଲିକପ୍ଟର ଚକର କାଟୁଥିଲା । ହେଲିକପ୍ଟରଟି ଶବ୍ଧ କରି ବହେରୋର କୋହରାନା ଗାଁ ଦେଇ ଯିବା ମାତ୍ରେ ଘର ଭିତରେ ବନ୍ଧା ହୋଇଥିବା ମଇଁଷି ଭୟଭୀତ ହୋଇ ମୃତ୍ୟୁ ବରଣ କରିଥିଲା । ହେଲିକପ୍ଟରଟି ତଳୁ ପ୍ରାୟ 10 ଫୁଟ ଉଚ୍ଚରୁ ଫୁଲ ବର୍ଷା କରିଥିଲା ।''

ପୋଲିସ ଷ୍ଟେସନରେ ଦେଇଥିବା ଅଭିଯୋଗ ପତ୍ରରେ ବିଧାୟକ ବଲଜିତ ଯାଦବଙ୍କ ସମର୍ଥକଙ୍କ ଦ୍ୱାରା ହେଲିକପ୍ଟର ଯୋଗେଁ ସେହି ଅଞ୍ଚଳରେ ଫୁଲ ବର୍ଷା କରାଯାଉଥିଲା । ଏହି ସମୟରେ ହେଲିକପ୍ଟରର ପାଇଲଟଙ୍କ ଅବହେଳା ହେତୁ ହେଲିକପ୍ଟରଟି ମାଲିକଙ୍କ ଘରଠାରୁ କମ୍ ଉଚ୍ଚରେ ଉଡୁଥିଲା । ଫଳରେ ହେଲିକପ୍ଟରର ଶବ୍ଦରେ ମୋର ଦେଢ ଲକ୍ଷଟଙ୍କାର ମଇଁଷିର ମୃତ୍ୟୁ ହୋଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି । ତେବେ ମଇଁଷିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବାବେଳେ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.