ନୂଆଦିଲ୍ଲୀ: ଆଜି ସଂସଦ ବଜେଟ ଅଧିବେଶନର ନବମ ଦିନ । ସଦନର ଉଭୟ ଗୃହରେ ବଜେଟକୁ ନେଇ ଆଲୋଚନା ଜାରି ରହିଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଂସଦଙ୍କ ବିଭିନ୍ନ ପ୍ରସ୍ତାବ ପ୍ରଶ୍ନର ଜବାବ ଦେଉଛନ୍ତି । ତେବେ ଆଜି ମନ୍ତ୍ରୀ ଜବାବ ଦେଉଥିବା ବେଳେ କଂଗ୍ରେସ ଓ ଡିଏମକେ ସାଂସଦ କକ୍ଷତ୍ୟାଗ କରିଥିଲେ । ଯାହାକୁ ନେଇ କଂଗ୍ରେସ ଉପରେ ଭାରି ପଡିଛନ୍ତି ନିର୍ମଳା ।
ସଂସଦରେ କଂଗ୍ରେସକୁ କଡା ସମାଲୋଚନା କରି ଅର୍ଥମନ୍ତ୍ରୀ କହିଛନ୍ତି କଂଗ୍ରେସର ସତ୍ୟ ଓ ବିକାଶ ଦେଖିବା ଶୁଣିବାକୁ ଧୈର୍ଯ୍ୟ ନାହିଁ । କଂଗ୍ରେସକୁ ସବୁ କିଛି ଭିନ୍ନ ଲାଗୁଛି । କାରଣ କଂଗ୍ରେସ କେବେ ବିକାଶ ଚାହୁଁନଥିଲା । କଂଗ୍ରେସ ଗରିବଙ୍କ ଉନ୍ନିତି ଚାହୁଁନି । ଏବେ କଂଗ୍ରେସ ଯାହା ଚାହୁଁନାହିଁ ତାହା ହେଉଛି । ତେଣୁ କଂଗ୍ରେସ କକ୍ଷତ୍ୟାଗ କରିବା ଛଡା ଅନ୍ୟ ଉପାୟ ନାହିଁ ।
ସେହିଭଳି ନିର୍ମଳା କହିଛନ୍ତି ବର୍ତ୍ତମାନ ଦେଶର ପ୍ରଗତି ଦୃତଗତିରେ ଜାରି । ଦୀର୍ଘମିଆଦି ଯୋଜାନ କାର୍ଯ୍ୟକାରୀ ହେଉଛି । ସମସ୍ତଙ୍କ ବିକାଶ ହେଉଛି । କଂଗ୍ରେସ ଅନ୍ଧକାଳରେ ଦେଶକୁ ରଖିଥିଲା । ପ୍ରଧାନମନ୍ତ୍ରୀ ଅମୃତକାଳକୁ ପରିବର୍ତ୍ତନ କରିଛନ୍ତି । ଫଳରେ କଂଗ୍ରେସ ପାଇଁ ଅସହ୍ୟ ହୋଇପଡିଛି । ଯଦ୍ବାରା ସଂସଦରେ କେବେ ବିଶୃଙ୍ଖଳା ତ କେବେ କକ୍ଷତ୍ୟାଗ କରିବା ଛଡା ଅନ୍ୟ କୌଣସି ରାସ୍ତା ନାହିଁ ।
ସୂଚାନଯୋଗ୍ୟ ଯେ ଗୁରୁବାର ଲୋକସଭାରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଯୋରଦାର ବିତର୍କ ହୋଇଥିଲା । ଶାସକ ଦଳ ପକ୍ଷରୁ ନିଜେ ଅର୍ଥମନ୍ତ୍ରୀ ନେତୃତ୍ବ ନେଇଥିବା ବେଳେ, ଦଳୀୟ ସାଂସଦ ମାନେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ଉପରେ ଭାରି ପଡିଥିଲେ ।
@ANI