ETV Bharat / bharat

କେନ୍ଦ୍ର ବଜେଟରେ ‘ବିଧାନସଭା ନିର୍ବାଚନ’ - assembly election

ନିର୍ବାଚନ ହେବାକୁ ଥିବା ରାଜ୍ୟ ଆସାମ, ପଶ୍ଚିମବଙ୍ଗ, ତାମିଲନାଡୁ ଓ କେରଳରେ ମେଗା ଭିତ୍ତିଭୂମି ସୃଷ୍ଟି ପାଇଁ ବଜେଟରେ ବ୍ୟୟବରାଦ କରାଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା ଆସାମ ଓ ବଙ୍ଗଳାରେ ବିଜେପିର ଆତ୍ମବିଶ୍ବାସ ବୃଦ୍ଧି ପାଇଁ ଉଦ୍ଦିଷ୍ଟ ବୋଲି କୁହାଯାଉଛି ।

କେନ୍ଦ୍ର ବଜେଟରେ ‘ବିଧାନସଭା ନିର୍ବାଚନ’
କେନ୍ଦ୍ର ବଜେଟରେ ‘ବିଧାନସଭା ନିର୍ବାଚନ’
author img

By

Published : Feb 2, 2021, 8:35 PM IST

ଯେତେବେଳେ କିଛି ଗୁରୁତ୍ବପୂର୍ଣ୍ଣ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଆଉ ଦୁଇ ମାସ ଥିବ, ସେତେବେଳେ ଯେକୌଣସି ରାଜନୈତିକ ଦଳ ପାଇଁ କେନ୍ଦ୍ର ବଜେଟ୍ ପ୍ରସ୍ତୁତ କରିବା ଏକ ଲୋଭନୀୟ ବ୍ୟାପାର ନିଶ୍ଚିତ। କାରଣ ନିର୍ବାଚନ ହେବାକୁ ଥିବା ରାଜ୍ୟର ଭୋଟର ଯେ, ବଜେଟ୍ ଦ୍ବାରା ଯେମିତି ନିରାଶ ନହେବେ, ସେ ନେଇ ଉଦ୍ୟମ କରିଥାଏ କେନ୍ଦ୍ରରେ କ୍ଷମତାରେ ଥିବା ଦଳ । ଏଥର ବଜେଟରେ ବି ସେମିତି କିଛି ଦେଖିବାକୁ ମିଳିଛି । ନିର୍ବାଚନ ହେବାକୁ ଥିବା ରାଜ୍ୟ ଆସାମ, ପଶ୍ଚିମବଙ୍ଗ, ତାମିଲନାଡୁ ଓ କେରଳରେ ମେଗା ଭିତ୍ତିଭୂମି ସୃଷ୍ଟି ପାଇଁ ବଜେଟରେ ବ୍ୟୟବରାଦ କରାଯାଇଛି ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା ଆସାମ ଓ ବଙ୍ଗଳାରେ ବିଜେପିର ଆତ୍ମବିଶ୍ବାସ ବୃଦ୍ଧି ପାଇଁ ଉଦ୍ଦିଷ୍ଟ ବୋଲି କୁହାଯାଉଛି । ଏହାଛଡା ସୀତାରମଣଙ୍କ ବଜେଟ୍ ରାଜନୈତିକ ଦୃଷ୍ଟିରୁ ବେଶ୍ ଆହ୍ବାନମୂଳକ ତାମିଲନାଡୁ ଓ କେରଳରେ ବି ବିଜେପି ପାଇଁ ଆଶା ସୃଷ୍ଟି କରିବ ବୋଲି ଆଶା ରଖିଛି ଦଳ ।

ଦକ୍ଷିଣ ଓ ପୂର୍ବ ଭାରତ ରାଜ୍ୟଗୁଡିକ ପ୍ରତି ଏଥର ବଜେଟରେ ଅତିରିକ୍ତ ଧ୍ୟାନ ଦିଆଯାଇଛି ବୋଲି ବଜେଟ ଉପସ୍ଥାପନ ପରେ ଦେଇଥିବା ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଲ୍ଲେଖ କରିଥିଲେ । ସାମଗ୍ରିକ ଭାବେ ନିର୍ବାଚନର ସାମ୍ନା କରିବାକୁ ଥିବା ୪ଟି ରାଜ୍ୟ ଉପରେ ସୀତାରମଣଙ୍କ ବଜେଟରେ ବିଶେଷ ଧ୍ୟାନ ଦିଆଯାଇଛି । ଏହି ଚାରିଟି ରାଜ୍ୟରେ ଭିତ୍ତିଭୂମି ପ୍ରକଳ୍ପ ଗୁଡିକ ପାଇଁ ୨୨୫, ୦୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି ।

ତାମିଲନାଡୁ ପାଇଁ ସର୍ବାଧିକ ୧ ଦଶମିକ ୦୩ କୋଟି ଟଙ୍କା ଘୋଷଣା କରାଯାଇଛି । ଏହି ଟଙ୍କା ଆସନ୍ତା ୫ ବର୍ଷ ମଧ୍ୟରେ ଭିତ୍ତିଭୂମି କ୍ଷେତ୍ରରେ ବ୍ୟୟ କରାଯିବ । ଏକାଧିକ ରାଜପଥ ନିର୍ମାଣରେ ଅର୍ଥ ବ୍ୟୟ କରାଯିବ । ତାମିଲନାଡୁକୁ ପଡୋଶୀ କେରଳ ଓ ଆନ୍ଧ୍ର ପ୍ରଦେଶକୁ ଯୋଡୁଥିବା ମଦୁରାଇ-କୋଲମ କରିଡର ଓ ଚିତୋର-ଥାଟଚୁର କରିଡର ନିର୍ମାଣରେ ବରାଦ ହୋଇଥିବା ଟଙ୍କା ଖର୍ଚ୍ଚ କରାଯିବ।

ବଡ କଥା ହେଲା ଯେ, ମାତ୍ର ଦୁଇଦିନ ପୂର୍ବେ ବିଜେପି ସଭାପତି ଜେ.ପି ନଡ୍ଡା ଘୋଷଣା କରିଥିଲେ ଯେ, ତାଙ୍କ ଦଳ ତାମିଲନାଡୁରେ ଏଆଇଏଡିଏମକେ ସହ ମେଣ୍ଟ କରି ବିଧାନସଭା ନିର୍ବାଚନ ଲଢିବ । ଏହି ଘୋଷଣା ଦ୍ବାରା ଦୁଇ ଦଳ ମଧ୍ୟରେ ନିର୍ବାଚନ ମେଣ୍ଟ ନେଇଥିବା ଥିବା ଅନିଶ୍ଚିତତା ଦୂର ହୋଇଥିଲା । ପୂର୍ବରୁ ଏଆଇଏଡିଏମକେ ସହ ମେଣ୍ଟ ନେଇ ଟାଳଟୁଳ ନୀତି ଅବଲମ୍ବନ କରୁଥିଲା ବିଜେପି । ବିଧାନସଭା ନିର୍ବାଚନ ପାଇଁ ଏନଡିଏ ସହ ଦଳର ମେଣ୍ଟ ବଜାୟ ରହିବ ବୋଲି ଏଆଇଏଡିଏମକେର ଘୋଷଣା ସ୍ବତ୍ତ୍ବେ ବିଜେପି କିଛି ଘୋଷଣା କରି ନଥିଲା ।

କାରଣ ସିନେ ସୁପରଷ୍ଟାର ରଜନୀକାନ୍ତଙ୍କ ରାଜନୀତିକୁ ଲମ୍ଫ ପ୍ରଦାନକୁ ଅପେକ୍ଷା କରିଥିଲା ବିଜେପି । କିନ୍ତୁ ଦୁର୍ବଳ ସ୍ବାସ୍ଥ୍ୟ ଓ ମହାମାରୀ ସ୍ଥିତି ଯୋଗୁଁ ରାଜନୀତିରେ ପ୍ରବେଶ ପାଇଁ ରଜନୀକାନ୍ତ ଅନିଚ୍ଛା ପ୍ରକାଶ କରିଥିଲେ ଓ ରାଜନୈତିକ ଦଳ ଗଠନରୁ ଓହରି ଯାଇଥିଲେ । ତାମିଲନାଡୁରେ ବର୍ତ୍ତମାନ ବିଜେପି ଏଆଇଏଡିଏମକେର ଜୁନିଅର ପାର୍ଟନର । ୨୦୨୧ ନିର୍ବାଚନରେ କିଛି ଆସନ ଜିତିବା ପାଇଁ ଲକ୍ଷ୍ୟ ରଖିଛି ବିଜେପି ।

ତେଣୁ ରାଜ୍ୟ ପାଇଁ ଦଳ ଧ୍ୟାନ ଦେଉଛି ବୋଲି ବଜେଟ ମାଧ୍ୟମରେ ଦେଖାଇବାକୁ ଚାହୁଁଥିଲା ଦଳ । ଜାନୁଆରୀ ୧୯ ତାରିଖରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ.କେ ପଲାନିସ୍ବାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ବିଭିନ୍ନ ଦାବି ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ବଜେଟରେ ଏସବୁ ଦାବି ପ୍ରତି ଧ୍ୟାନ ଦେବା ପାଇଁ ଅନୁରୋଧ କରିଥିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ । ତେଣୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯଦି କିଛି ଦାବି ପ୍ରତି ବଜେଟରେ ଧ୍ୟାନ ଦେଲେ, ତାହା ହେଲେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି କାରଣ ନାହିଁ ।

ଆସନ୍ତା ୧୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡୁ ଗସ୍ତରେ ଯାଇ କିଛି ପ୍ରକଳ୍ପର ଶୁଭାରମ୍ଭ କରିବା ସମ୍ଭାବନା ରହିଛି । ୨୦୨୧-୨୨ରେ ୨୨୭ କିଲୋମିଟର ବ୍ୟାପୀ ଚେନ୍ନାଇ-ସାଲେମ କରିଡର ଏକ୍ସପ୍ରେସ ୱେନିର୍ମାଣ ପାଇଁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବେଶ୍ ଇଚ୍ଛୁକ ଅଛନ୍ତି । ୨୦୧୮ରେ ଏହି ପ୍ରକଳ୍ପ ଘୋଷଣା ହେବା ପରଠାରୁ କୃଷକମାନେ ବିରୋଧ କରିଆସୁଛନ୍ତି । କିନ୍ତୁ ଏନେଇ ଜମି ଅଧିଗ୍ରହଣ ସଂପର୍କିତ ବିଜ୍ଞପ୍ତିକୁ ଗତବର୍ଷ ଡିସେମ୍ବରରେ କାଏମ ରଖିଥିଲେ ସୁପ୍ରିମକୋର୍ଟ । ୨୭୮ କିଲୋମିଟର ବିଶିଷ୍ଟ ବେଙ୍ଗାଳୁରୁ-ଚେନ୍ନାଇ ଏକ୍ସପ୍ରେସ ୱେର ନିର୍ମାଣ କାମ ମଧ୍ୟ ଚଳିତ ଆର୍ଥିକ ବର୍ଷରେ ଆରମ୍ଭ କରାଯିବ । ୧୧୮ ଦଶମିକ ୯ କିଲୋମିଟର ବ୍ୟାପୀ ଚେନ୍ନାଇ ମେଟ୍ରୋ ରେଳପଥ ଫେଜ୍ -୨ ପାଇଁ କେନ୍ଦ୍ରୀୟ ଅନୁଦାନ ବି ଯୋଗାଇ ଦିଆଯିବ ।

ଏହି ପ୍ରକଳ୍ପ ପାଇଁ ୬୩ ହଜାର ୨୪୬ କୋଟି ଖର୍ଚ୍ଚ ହେବ । ବଜେଟ ଭାଷଣରେ ସୀତାରମଣ କହିଥିଲେ ଯେ, ସାମୁଦ୍ରିକ ଶୈବାଳ ଚାଷ ପାଇଁ ତାମିଲନାଡୁରେ ଏକ ବହୁମୁଖୀ ପାର୍କ ନିର୍ମାଣ କରାଯିବ । ଏହାଦ୍ବାରା ବ୍ୟାପକ ନିଯୁକ୍ତି ଓ ଅତିରିକ୍ତ ଆୟ ସୃଷ୍ଟି ହୋଇପାରିବ । ଚେନ୍ନାଇକୁ ଦେଶର ୫ଟି ପ୍ରମୁଖ ମାଛଧରା ବନ୍ଦର ପ୍ରକଳ୍ପରେ ବି ସାମିଲ କରାଯିବାକୁ ଅର୍ଥମନ୍ତ୍ରୀ ଘୋଷଣା କରିଥିଲେ । କେରଳର ୬ ଶହ କିଲୋମିଟର ଦୀର୍ଘ ମୁମ୍ବାଇ-କନ୍ୟାକୁମାରୀ କରିଡର ସେକସନ୍ ପାଇଁ ତାମିଲନାଡୁ ମଧ୍ୟ ଉପକୃତ ହେବ ।

କେରଳରେ ବିଜେପି ଏଯାବତ ତାହାର ଉପସ୍ଥିତି ଜାହିର କରିବାରେ ବିଫଳ ହୋଇଛି । ତୃଣମୂଳ ସ୍ତରରେ ବର୍ଷ ବର୍ଷ ଧରି ସକ୍ରିୟ ଥିଲେ ମଧ୍ୟ ବିଜେପି ସଫଳ ରହିନାହିଁ । ବାମମେଣ୍ଟ ଓ କଂଗ୍ରେସ ମେଣ୍ଟ ମଧ୍ୟରେ ଲଢେଇ ସୀମିତ ରହିଛି । ଆଗାମୀ ବିଧାନସଭା ନିର୍ବାଚନରେ ବାମମେଣ୍ଟ କ୍ଷମତା ବଜାୟ ରଖିବା ଆଶା ରଖିଛି । କାରଣ ସ୍ଥାନୀୟ ନିର୍ବାଚନରେ ବାମମେଣ୍ଟ ଭଲ ପ୍ରଦର୍ଶନ କରିଛି ।

ସେ ଯାହା ହେଉ ନା କାହିଁକି, କେରଳ ପ୍ରତି ବଜେଟରେ କିଛି ପ୍ରକଳ୍ପ ଘୋଷଣା କରାଯାଇଛି । କୋଚି ମେଟ୍ରୋ ପ୍ରକଳ୍ପର ସଂପ୍ରସାରଣ ପାଇଁ ୧ହଜାର ୯୫୭ କୋଟି ଟଙ୍କା ଦିଆଯିବ । ବର୍ତମାନର ନେଟୱର୍କକୁ ସାଢେ ୧୧ କିମି ଯାଏଁ ସଂପ୍ରସାରିତ କରାଯିବ । କୋଚି ବନ୍ଦରକୁ ମଧ୍ୟ ପ୍ରମୁଖ ବ୍ୟବସାୟିକ ପେଣ୍ଠରେ ପରିଣତ କରାଯିବ । କେରଳର ପ୍ରବାସୀ ଭାରତୀୟଙ୍କ ପାଇଁ ନୋ ଡବଲ୍ ଟ୍ୟାକ୍ସସେନ ଦୁଇ ଗୁଣ କରିବା ପାଇଁ ଅର୍ଥମନ୍ତ୍ରୀ ବଜେଟ ଭାଷଣରେ ଘୋଷଣା କରିଛନ୍ତି ।

ଏହି ରାଶି ୫ କୋଟିରୁ ୧୦ କୋଟିକୁ ବୃଦ୍ଧି କରାଯିବ । ଏହି ଘୋଷଣା ଦ୍ବାରା ବିଜେପି କେରଳର ୩ ମିଲିୟନ ପ୍ରବାସୀଙ୍କ ନିକଟତର ହେବା ଲକ୍ଷ୍ୟ ରଖିଛି । ପଶ୍ଚିମବଙ୍ଗରେ ଏଥରର ମମତାଙ୍କୁ ଗାଦିଚ୍ୟୁତ କରିବା ପାଇଁ ବିଜେପି ଦୃଢ ଆଶାବାଦୀ । ରାଜ୍ୟ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ସଡକ ଭିତ୍ତିଭୂମି ବିକାଶ ଓ କୋଲକାତାରୁ ସିଲିଗୁଡିକୁ ସଂଯୋଗ କରୁଥିବା ସଡକର ନବୀକରଣ ପାଇଁ ୨୫ ହଜାର କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ।

ସିଲିଗୁଡି ହେଉଛି ଉତ୍ତର ବଙ୍ଗଳାର ସବୁଠାରୁ ବଡ ସହର । ଆଉ ଉତ୍ତର ବଙ୍ଗଳାରେ ବିଜେପି ୨୦୧୯ ଲୋକସଭା ନିର୍ବାଚନରେ ୮ରୁ ୭ଟି ଆସନରେ ବିଜୟୀ ହୋଇଥିଲା । ୬୭୫ କିଲୋମିଟର ସଡକ ପଥ ବିକଶିତ କରିବା ପାଇଁ ବି ସୀତାରମଣ ଘୋଷଣା କରିଥିଲେ । ପଶ୍ଚିମ ମେଦିନାପୁରର ଜିଲ୍ଲାର ଖଡଗପୁର ଓ ଆନ୍ଧ୍ରର ବିଜୟୱାଡା ଏବଂ ହୁଗଲୀ ଜିଲ୍ଲାର ଡାଙ୍କୁଣୀରୁ ବିହାରର ଗୋମୋ ଯାଏଁ ହେଉଥିବା ଫ୍ରଣ୍ଟ କରିଡର ଦ୍ବାରା ମଧ୍ୟ ଉପକୃତ ହେବ ପଶ୍ଚିମବଙ୍ଗ । ପଶ୍ଚିମବଙ୍ଗ ଓ ଆସାମ ଚା’ ଶିଳ୍ପ ପାଇଁ ଉନ୍ନୟନମୂଳକ ପ୍ୟାକେଜ ବଜେଟରେ ଘୋଷଣା କରାଯାଇଛି।

ମମତା ବାନାର୍ଜୀ ବଜେଟରେ ହୋଇଥିବା ଘୋଷଣାକୁ ହାଲୁକା ଭାବେ ନେଇଛନ୍ତି । ରାଜ୍ୟର ଭୋଟରଙ୍କ ଉପରେ ବଜେଟ ଘୋଷଣାର ପ୍ରଭାବ ପଡିବ ନାହିଁ ବୋଲି ସେ ଦୃଢତାର ସହ କହିଛନ୍ତି । ନିର୍ବାଚନ ହେବାକୁ ଥିବା ଆସାମ ପାଇଁ ମଧ୍ୟ ଅନେକ କିଛି ଘୋଷଣା କରାଯାଇଛି । ରାଜ୍ୟରେ କ୍ଷମତା ବଜାୟ ପାଇଁ ଆଶା ରଖିଛି ବିଜେପି । ଆସାମରେ ଆସନ୍ତା ତିନି ବର୍ଷରେ ରାଜ୍ୟରେ ୧,୩୦୦ କିଲୋମିଟର ଜାତୀୟ ରାଜପଥ ନିର୍ମାଣ ପାଇଁ ୩୪ ହଜାର କୋଟି ଟଙ୍କା ଘୋଷଣା କରିଛନ୍ତି ସୀତାରମଣ । ବର୍ତମାନ କାମ ଚାଲୁଥିବା ଜାତୀୟ ରାଜପଥର ନିର୍ମାଣ ପାଇଁ ଆଗରୁ ୧୯ ହଜାର କୋଟି ଟଙ୍କା ଦିଆଯାଇଛି । ଏବର୍ଷର ବିଧାନସଭା ନିର୍ବାଚନ ଦୃଷ୍ଟିରୁ ଆସାମରେ ଏକାଧିକ ଭିତ୍ତିଭୂମି ପ୍ରକଳ୍ପ ବିଜେପି ପାଇଁ ଗୁରୁତ୍ବ ବହନ କରିଛି ।

ଶେଖର ଆୟର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.