ETV Bharat / bharat

Budget 2022: ମହିଳାଙ୍କ ପାଇଁ ଆସିବ ୩ ନୂଆ ଯୋଜନା

author img

By

Published : Feb 1, 2022, 2:29 PM IST

Updated : Feb 2, 2022, 9:39 AM IST

ମହିଳାଙ୍କୁ ଆତ୍ମନିର୍ଭର କରିବା ପାଇଁ ବଜେଟ ପ୍ରସ୍ତୁତ ହୋଇଛି । ନାରୀ ଶକ୍ତିକୁ ଗୁରୁତ୍ବ ଦେଇ ୩ଟି ଯୋଜନା ପ୍ରସ୍ତୁତ ହୋଇଥିବା କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅଧିକ ପଢନ୍ତୁ

Budget 2022
Budget 2022

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପିତ ହୋଇଛି । ମହିଳାଙ୍କୁ ଆତ୍ମନିର୍ଭର କରିବା ପାଇଁ ବଜେଟ ପ୍ରସ୍ତୁତ ହୋଇଛି । ନାରୀ ଶକ୍ତିକୁ ଗୁରୁତ୍ବ ଦେଇ ୩ଟି ଯୋଜନା ପ୍ରସ୍ତୁତ ହୋଇଥିବା କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟରେ ସକ୍ଷମ ଅଙ୍ଗନୱାଡି ଓ ପୋଷଣ ୨.୦ ଯୋଜନା ପାଇଁ ୨୦ ହଜାର୧୦୫ କୋଟି ଓ ମିଶନ ବାତ୍ସଲ୍ୟ ଯୋଜନାରେ ୯୦୦ କୋଟି ଟଙ୍କା ଆବଣ୍ଟନ ହୋଇଥିବା କହିଛନ୍ତି ଅର୍ଥମନ୍ତ୍ରୀ ।

ଚତୁର୍ଥ ଥର ପାଇଁ ବଜେଟ୍ ଭାଷଣରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣ ମହିଳାମାନଙ୍କ ପାଇଁ ଅନେକ ପଦକ୍ଷେପ ନିଆଯାଇଥିବା ଘୋଷଣା କରିଛନ୍ତି। ନାରୀ ଶକ୍ତିର ଗୁରୁତ୍ବକୁ ଦୃଷ୍ଟିରେ ରଖି ମହିଳା ଏବଂ ଶିଶୁଙ୍କ ପାଇଁ ସମନ୍ବିତ ବିକାଶ ପାଇଁ 3 ଟି ଯୋଜନା ଆରମ୍ଭ କରାଯାଇଛି ବୋଲି ସଂସଦରେ କହିଛନ୍ତି । ମିଶନ ବାତ୍ସଲ୍ୟ ଓ ପୋଷଣ ୨.୦ ଯୋଜନାରେ ମା' ଓ ଶିଶୁର ସ୍ବାସ୍ଥ୍ୟକୁ ଗୁରୁତ୍ବ ଦିଆଯିବ। ସକ୍ଷମ ଅଙ୍ଗନୱାଡି ଯୋଜନାରେ ଅଙ୍ଗନବାଡୀକୁ ଅତ୍ୟାଧୁନିକ କରାଯିବ । ଅଙ୍ଗନୱାଡି ଭିତ୍ତିଭୂମିକୁ ଉନ୍ନତ କରାଯିବ । ଦେଶବ୍ୟାପୀ ୨ ଲକ୍ଷ ଅଙ୍ଗନୱାଡି ଉନ୍ନତୀକରଣ ହେବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।

୨୦୧୧ ଜନଗଣନା ଅନୁସାରେ ଦେଶରେ ୬୭.୭ ପ୍ରତିଶତ ମହିଳା ଓ ଶିଶୁ ଅଛନ୍ତି । ମହିଳା ଓ ଶିଶୁଙ୍କ ବିକାଶକୁ କେନ୍ଦ୍ର ସରକାର ପ୍ରଧାନ୍ୟ ଦେଇ ଆସୁଥିବା କହିଛନ୍ତି ଅର୍ଥମନ୍ତ୍ରୀ ସୀତାରମଣ ।

Last Updated : Feb 2, 2022, 9:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.