ETV Bharat / bharat

ଏବେବି ବୁଦ୍ଧଦେବଙ୍କ ଶିକ୍ଷା ପ୍ରାସଙ୍ଗିକ: ଦଲାଇଲାମା - ଦଲାଇ ଲାମା

ବୁଦ୍ଧ ଦେବଙ୍କ ଜନ୍ମ ଜୟନ୍ତୀରେ ମନେ ପକାଇଲେ ତିଦ୍ଦତୀୟ ଧର୍ମଗୁରୁ ଦଲାଇଲାମା । ଆଜି ମଧ୍ୟ 2600 ବର୍ଷ ପୂର୍ବେ ଯେପରି ବୁଦ୍ଧ ଶିକ୍ଷାର ପ୍ରାସଙ୍ଗିକତା ଥିଲା ସେହିପରି ରହିଛି । ଅଧିକ ପଢନ୍ତୁ...

ଏବେବି ବୁଦ୍ଧ ଦେବଙ୍କ ଶିକ୍ଷା ପ୍ରାସଙ୍ଗିକ: ଦଲାଇ ଲାମା

author img

By

Published : May 26, 2021, 2:16 PM IST

ଶିମଲା: ଆଜି(ବୁଧବାର) ବୁଦ୍ଧ ଦେବଙ୍କ ଜନ୍ମ ଜୟନ୍ତୀରେ ତାଙ୍କୁ ମନେପକାଇ ତିଦ୍ଦତୀୟ ଆଧ୍ୟାତ୍ମିକ ଧର୍ମଗୁରୁ ଦଲାଇଲାମା କହିଛନ୍ତି ଯେ ଯଦିଓ ବୁଦ୍ଧଙ୍କ ସମୟରୁ ବିଶ୍ୱରେ ବହୁ ପରିବର୍ତ୍ତନ ଆସିଛି, ତଥାପି ତାଙ୍କ ଶିକ୍ଷାର ମୂଳତତ୍ତ୍ବ ଆଜି ମଧ୍ୟ 2600 ବର୍ଷ ପୂର୍ବେ ଯେପରି ଥିଲା ସେହିପରି ପ୍ରାସଙ୍ଗିକ ରହିଛି । ସେ କହିଛନ୍ତି ଯେ, ବୁଦ୍ଧଙ୍କ ଶିଖ୍ୟା ବିଶେଷତଃ ବ୍ୟବହାରିକ କ୍ଷେତ୍ରରେ ବହୁ ଉପକାରୀ ।

ଏହା କେବଳ ଗୋଟିଏ ଗୋଷ୍ଠୀ କିମ୍ବା ଗୋଟିଏ ଦେଶ ପାଇଁ ନୁହେଁ, ବରଂ ସମସ୍ତ ସମ୍ବେଦନଶୀଳ ପ୍ରାଣୀମାନଙ୍କ ପାଇଁ । ଲୋକମାନେ ସେମାନଙ୍କର ଦକ୍ଷତା ଏବଂ ପ୍ରବୃତ୍ତି ଅନୁଯାୟୀ ଏହି ପଥ ଅନୁସରଣ କରିପାରିବେ । ଯେପରି ମୁଁ ପିଲାଦିନରୁ ବୌଦ୍ଧ ଧର୍ମ ଶିକ୍ଷା ଆରମ୍ଭ କରିଥିଲେ ମଧ୍ୟ ବର୍ତ୍ତମାନ ପ୍ରାୟ 86 ବର୍ଷ ବୟସରେ ମଧ୍ୟ ତଥାପି ବୌଦ୍ଧ ଶିକ୍ଷା ଲାଭ କରୁଛି ।

ଯେତେବେଳେ ମୁଁ ବିଂଶ ଶତାବ୍ଦିର କୌଣସି ବୌଦ୍ଧ ଧର୍ମାଲମ୍ବୀମାନଙ୍କ ସହ ସାକ୍ଷାତ କରେ ସେମାନଙ୍କୁ ଉତ୍ସାହିତ କରେ । ଶିକ୍ଷାର ପ୍ରକୃତ ଅର୍ଥ କ’ଣ ଏବଂ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବୌଦ୍ଧ ଧର୍ମ ଉତ୍ସାହିତ କରେ । ବୁଦ୍ଧ ଶାକ୍ୟମୁନି ପ୍ରାୟ 2600 ବର୍ଷ ପୂର୍ବେ ପ୍ରାଚୀନ ଭାରତର ଶାକ୍ୟ ବଂଶର ରାଜକୁମାର ଭାବରେ ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ ବୋଲି ଦଲାଇଲାମା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.