ETV Bharat / bharat

ପ୍ରାକ୍ ନିର୍ବାଚନୀ ମେଣ୍ଟକୁ ମାୟାବତୀଙ୍କ ନା, ଲୋକସଭା ପୋଲ୍ ଏକାକୀ ଲଢ଼ିବ ବିଏସପି

author img

By ETV Bharat Odisha Team

Published : Jan 15, 2024, 12:01 PM IST

Updated : Jan 15, 2024, 12:37 PM IST

Mayawati announces to go solo in Lok Sabha polls: ବିଏସପି ଏକାକୀ ଲଢ଼ିବ ଲୋକସଭା ନିର୍ବାଚନ । ନିର୍ବାଚନ ପରେ ଗଠବନ୍ଧନ ପାଇଁ ବିକଳ୍ପ ଖୋଲା । ଏଭଳି ବଡ଼ ଘୋଷଣା କରିଛନ୍ତି ବିଏସପି ସୁପ୍ରିମୋ ମାୟାବାତୀ । ଅଧିକ ପଢ଼ନ୍ତୁ,

ମାୟାବତୀଙ୍କ ବଡ଼ ଘୋଷଣା, ଏକାକୀ ଲୋକସଭା ନିର୍ବାଚନ ଲଢ଼ିବ ବିଏସପି

ଲକ୍ଷ୍ନୌ: ସାଧାରଣ ନିର୍ବାଚନକୁ ନେଇ ବହୁଜନ ସମାଜବାଦୀ ପାର୍ଟି ସୁପ୍ରିମୋ ମାୟାବତୀଙ୍କ ବଡ଼ ଘୋଷଣା । ୨୦୨୪ ଲୋକସଭା ନିର୍ବାଚନରେ ଏକାକୀ ଲଢ଼ିବ ବିଏସପି । ନିର୍ବାଚନରେ କୌଣସି ଦଳ କିମ୍ବା ମେଣ୍ଟ ସହ ମିଶିବ ନାହିଁ ତାଙ୍କ ଦଳ । ତେବେ ନିର୍ବାଚନ ପରବର୍ତ୍ତୀ ସମୟରେ ମେଣ୍ଟ ପାଇଁ ବିକଳ୍ପ ଖୋଲା ରଖିଛନ୍ତି ମାୟାବତୀ । ସାଧାରଣ ନିର୍ବାଚନକୁ ନେଇ 'ଇଣ୍ଡିଆ' ମେଣ୍ଟ ମିଳିତ ଭାବେ ନିର୍ବାଚନ ଲଢ଼ିବାକୁ ଅଣ୍ଟା ଭିଡୁଥିବା ବେଳେ, ମାୟାବତୀଙ୍କ ଏକାକୀ ଲଢ଼ିବା ଘୋଷଣା ବିରୋଧୀ ଫ୍ରଣ୍ଟକୁ ଶକ୍ତ ଝଟକା ଦେଇଛି ।

ଲୋକସଭା ନିର୍ବାଚନକୁ ମାସ କେଇଟା ବାକି ଥିବା ବେଳେ, ପ୍ରାକ୍ ନିର୍ବାଚନୀ ମେଣ୍ଟ ସମ୍ଭାବନାରେ ବ୍ରେକ୍ ଲଗାଇଛନ୍ତି ମାୟାବତୀ । ମାୟାବତୀ କହିଛନ୍ତି, "୨୦୨୪ ନିର୍ବାଚନରେ ବିଏସପି କୌଣସି ଦଳ କିମ୍ବା ଗଠବନ୍ଧନ ସହ ପ୍ରାକ୍ ନିର୍ବାଚନୀ ମେଣ୍ଟ କରିବ ନାହିଁ । କାରଣ ଯେତେବେଳେ ବିଏସପି ମେଣ୍ଟ କରି ନିର୍ବାଚନକୁ ଓହ୍ଲାଇଛି, ସେତେବେଳେ ତାଙ୍କ ଦଳର ହିଁ ଅଧିକ କ୍ଷତି ହୋଇଛି । ତାଙ୍କ ଦଳର ଭୋଟ୍ ଅନ୍ୟ ଦଳକୁ ଚାଲି ଯାଇଛି । ଫଳରେ ମେଣ୍ଟ କରି ଲାଭ ହେବା ବଦଳରେ ତାଙ୍କ ଦଳ କ୍ଷତି ହିଁ ସହିଛି ।" ତେଣୁ ଆସନ୍ତା ସାଧାରଣ ନିର୍ବାଚନରେ ବିଏସସି ଉତ୍ତରପ୍ରଦେଶରେ କୌଣସି ଦଳ ସହ ମିଶି ଲଢ଼ିବ ନାହିଁ । ବିଏସପି ଏକାକୀ ନିର୍ବାଚନ ଲଢ଼ିବ ଏବଂ ନିର୍ବାଚନ ପରେ ଆବଶ୍ୟକ କ୍ଷେତ୍ରରେ ଗଠବନ୍ଧନ କରିବ । ଉତ୍ତରପ୍ରଦେଶରେ ପୂର୍ବ ନିର୍ବାଚନଗୁଡ଼ିକର ଉଦାହରଣ ଦେଇ ମାୟାବତୀ ଏହା କହିଛନ୍ତି ।

ଏହା ମଧ୍ଯ ପଢ଼ନ୍ତୁ: ସିଟ ସେୟାରିଂ ଫର୍ମୁଲା; କାଲି ଅନଲାଇନରେ ଇଣ୍ଡିଆ ମେଣ୍ଟର ମାନସ ମନ୍ଥନ

2019 ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ସହ ମେଣ୍ଟ କରିଥିଲା ବିଏସପି । ଉତ୍ତରପ୍ରଦେଶରେ ମୋଟ 80 ଲୋକସଭା ଆସନରୁ ମାୟାବତୀଙ୍କ ଦଳ ୧୦ଟି ଆସନରେ ବିଜୟୀ ହୋଇଥିଲା ବେଳେ ଏସପିକୁ ମିଳିଥିଲା ୫ଟି ଆସନ । ୨୦୧୯ ନିର୍ବାଚନରେ ଦଳ ଅଧିକ ସିଟ୍ ଆଶା କରୁଥିବା ବେଳେ, ଏସପି ସହ ମେଣ୍ଟ ଯୋଗୁଁ ତାଙ୍କ ଦଳର କିଛି ନେତା ଦଳବଦଳ କରିଥିଲେ । ବିଏସପିର ଭୋଟ ପ୍ରତିଶତ ମଧ୍ୟ ହ୍ରାସ ପାଇଥିଲା । ଏପରିକି ତାଙ୍କ ଦଳର ପକେଟ ଭୋଟ୍ ମଧ୍ୟ ଅନ୍ୟ ଦଳକୁ ଚାଲିଯାଇଥିବା ନେଇ ସେତେବେଳେ ଅଭିଯୋଗ କରିଥିଲେ ମାୟାବତୀ । ପରେ ୨୦୨୨ ବିଧାନସଭା ନିର୍ବାଚନରେ ବିଏସପି ଏକାକୀ ଲଢ଼ିଥିଲା । ୪୦୩ ଆସନ ବିଶିଷ୍ଟ ୟୁପି ବିଧାନସଭାରେ ମାତ୍ର ଗୋଟିଏ ଆସନ ପାଇଥିଲା ବିଏସପି । ମାୟାବତୀଙ୍କ କହିବା କଥା, ୨୦୧୯ରେ ମେଣ୍ଟ ଯୋଗୁଁ, ୨୦୨୨ ନିର୍ବାଚନରେ ବିଏସପି ପକେଟ ଭୋଟ୍ ଅନ୍ୟ ଦଳକୁ ଚାଲି ଯାଇଥିଲା ।

ଏହା ମଧ୍ଯ ପଢ଼ନ୍ତୁ: ଇଣ୍ଡିଆ ମେଣ୍ଟ ପ୍ରତିନିଧିଙ୍କୁ ଭେଟିଲେ କଂଗ୍ରେସ ପ୍ରଭାରୀ, ଆସନ ବୁଝାମଣା ପାଇଁ ଗଠନ ହେଲା କମିଟି

ଆସନ୍ତା ଏପ୍ରିଲରୁ ଜୁନ ମଧ୍ୟରେ ହେବ ୨୦୨୪ ଲୋକସଭା ନିର୍ବାଚନ । ଏଥିପାଇଁ ସବୁ ଦଳ ଆରମ୍ଭ କରି ଦେଲେଣି ପ୍ରସ୍ତୁତି । ଚର୍ଚ୍ଚା ହେଉଥିଲା କି, ମାୟାବତୀଙ୍କ ବିଏସପି ଏଥର ଇଣ୍ଡିଆ ମେଣ୍ଟ ସହ ମିଶି ଲଢ଼ିପାରେ ନିର୍ବାଚନ । ଉତ୍ତର ପ୍ରଦେଶରେ ବିଜେପି ବଡ଼ ଶକ୍ତି ଭାବେ ଛିଡ଼ା ହୋଇଥିବା ବେଳେ, କୌଣସି ଗୋଟିଏ ବିରୋଧୀ ଦଳ ଟକ୍କର ଦେବା ମୁସ୍କିଲ୍ । ସେହି ଦୃଷ୍ଟିରୁ ଏସପି-ବିଏସପି-କଂଗ୍ରେସ ପ୍ରାକ୍ ମେଣ୍ଟ କରି ନିର୍ବାଚନକୁ ଯାଇ ପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିଲା । ମାତ୍ର ମାୟାବତୀଙ୍କ ଘୋଷଣା ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇଛି । ମାୟାବତୀଙ୍କ ସୋଲୋ ଲଢ଼େଇ ଘୋଷଣା, ଇଣ୍ଡିଆ ମେଣ୍ଟକୁ ଶକ୍ତ ଝଟକା ଦେଇଥିବା ବେଳେ, ବିଜେପିକୁ ମାଇଲେଜ ଦେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 15, 2024, 12:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.