ଶ୍ରୀନଗର: ଭାରତ-ପାକ ନିୟନ୍ତ୍ରଣ ରେଖା (LOC) ନିକଟବର୍ତ୍ତୀ ପୁଞ୍ଚ ସେକ୍ଟରରେ ଏକ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ BSF ଯବାନ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଆଜି (ସୋମବାର) ଏହି ବିସ୍ଫୋରଣ ଘଟିଥିବା ସୀମା ସୁରକ୍ଷା ବଳ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
![ପୁଞ୍ଚରେ ବିସ୍ଫୋରଣ, BSF ଯବାନ ଆହତ](https://etvbharatimages.akamaized.net/etvbharat/prod-images/13960455_434_13960455_1640001609030.png)
ସୁରକ୍ଷା ବଳ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆହତ ଯବାନଜଣଙ୍କ କନଷ୍ଟବଳ ଅଜିସ.କେ ଓ ସେ BSF ର ୧୪୬ ବାଟାଲିୟନରେ କାର୍ଯ୍ୟରତ ଅଛନ୍ତି । ସେ ଆଜି ପୁଞ୍ଚ ଜିଲ୍ଲାର ବାଲାକୋଟ ଏରିଆରେ ନିୟନ୍ତ୍ରଣ ରେଖା ନିକଟରେ ମୂତୟନ ହୋଇଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା । ଏଥିରେ ଯବାନଙ୍କ ମୁହଁ,ହାତ ଓ ଗୋଡରେ ଗମ୍ଭୀର ଆଘାତ ଲାଗିଥିଲା ।
![ପୁଞ୍ଚରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, BSF ଯବାନ ଆହତ](https://etvbharatimages.akamaized.net/etvbharat/prod-images/jk-poo-01-bsftrooperinjuredinmineblastinbalakotesectorofpoonch-dry-jkc10005_20122021161512_2012f_1639997112_842_2012newsroom_1639997864_1023.jpg)
ସେଠାରେ କାର୍ଯ୍ୟରତ ଯବାନମାନେ ତାଙ୍କୁ ତୁରନ୍ତ ଉଦ୍ଧାର କରିବା ସହ ଏୟାରଲିଫ୍ଟ ଜରିଆରେ ତାଙ୍କୁ ଉଦ୍ଧମପୁର ହସ୍ପିଟାଲରେ ଭର୍ତ୍ତି କାରାଯାଇଛି । ଶେଷ ସୂଚନା ଅନୁସାରେ ଗୁରୁତର ଅବସ୍ଥାରେ ତାଙ୍କ ଚିକିତ୍ସା ଜାରି ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ