ETV Bharat / bharat

ସୀମା ସୁରକ୍ଷା ବଳର ସଫଳତା, ୧ କେଜି ହେରୋଇନ୍ ଜବତ

author img

By

Published : Jan 6, 2023, 6:53 PM IST

ପାକିସ୍ତାନୀ ଡ୍ରଗ୍ସ ଡିଲରଙ୍କ ଯୋଜନାକୁ ପଣ୍ଡ କଲେ BSF ଯବାନ । କୁହିଡି ଆଳରେ ହେରୋଇନ୍ କାରାବାର ପଡିଲା ଭାରି । ପଞ୍ଜାବର ଫିରୋଜପୁରର ଭାରତ-ପାକିସ୍ତାନ ସୀମାରେ ଡ୍ରଗ୍ସ ଡିଲରକୁ ଧରିବାରେ ସଫଳ BSF ଯବାନ । ଅଧିକ ପଢ଼ନ୍ତୁ

୧ କେଜି ହେରୋଇନ୍ ଜବତ
୧ କେଜି ହେରୋଇନ୍ ଜବତ

ଚଣ୍ଡିଗଡ଼: ସୀମା ସୁରକ୍ଷା ବଳର(BSF) ସଫଳତା । ପାକିସ୍ତାନୀ ଡ୍ରଗ୍ସ ଡିଲରଙ୍କ ଯୋଜନାକୁ ପଣ୍ଡ କଲେ BSF ଯବାନ । କୁହିଡି ଆଳରେ ହେରୋଇନ୍ ସ୍ମଗ୍ଲିଂ ପଡିଲା ଭାରି । ପଞ୍ଜାବର ଫିରୋଜପୁରର (Ferozepur border) ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାରେ ଡ୍ରଗ୍ସ ଡିଲରକୁ ଧରିବାରେ ସଫଳ BSF ଯବାନ । BSF ଯବାନଙ୍କ ଦ୍ବାରା ଜବତ କରାଯାଇଥିବା ହେରୋଇନ୍ ଆନୁମାନିକ ମୂଲ୍ୟ ପାଖାପାଖି ୭ରୁ ୮ କୋଟି ହୋଇଥିବା ସୂଚାନା ମିଳିଛି ।

BSF ଯବାନଙ୍କ ସୂଚାନା ମୁତାବକ ଡ୍ରଗ୍ସ ଡିଲର ଜଣକ ଆଳୁ ବିକ୍ରି କରିବା ବାହାନାରେ ଆଳୁ ମଧ୍ୟରେ ଡ୍ରଗ୍ସ ଚୋରା ଚାଲଣ କରୁଥିଲା । ଫିରୋଜପୁରର ପୀର ଇସ୍‌ମାଇଲ ଖାଁ ଗ୍ରାମର ଜମିରେ ହେରୋଇନ ଲୁଚାଇ ରଖିଥିଲା ଡ୍ରଗ୍‌ସ ଡିଲର । (Pir Ismail Khan in Ferozepur) ଡ୍ରଗ୍‌ସ୍‌ ଡିଲରକୁ ଗିରଫ କରିବାରେ ସଫଳ ହୋଇଛି BSF ।

ଗୁରୁବାର ଦ୍ବିପ୍ରହର ବେଳେ ଫିରୋଜପୁର ସେକ୍ଟର ଆଉଟପୋଷ୍ଟ ନିକଟରେ ପାଟ୍ରୋଲିଂ ଦାୟିତ୍ବରେ ଥିବା BSF ଯବାନ, ଏକ ସନ୍ଦିଗ୍ଧ ଅନୁପ୍ରବେଶକାରୀର ପଦ ଚିହ୍ନ ପଡିଥିବା ଦେଖିବାକୁ ପାଇଥିଲେ । BSF ଯବାନ ତୁରନ୍ତ ସେହି ସ୍ଥାନରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ପୀର ଇସମାଇଲ ଖାଁ ଗାଁ ନିକଟରୁ ଡ୍ରଗ୍ସ ଡିଲରକୁ ଗିରଫ କରିବା ସହ ୧ କେଜି ହେରୋଇନ୍(1 kg of heroin) ଜବତ କରାଯାଇଛି । ଜବତ ହୋଇଥିବା ହେରୋଇନ୍‌ର ମାନ ଯାଞ୍ଚ ପାଇଁ ପଠାଯାଇଥିବା ସୂଚନା ଦେଇଛନ୍ତି ଯବାନ । ତେବେ ଅନ୍ତର୍ଜାତୀୟ ବଜାରରେ ୧ କେଜି ହେରୋଇନ୍ ମୂଲ୍ୟ ୭ରୁ ୮ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

୭ ହଜାର ୪୧୯ କିଲୋମିଟର ଦୀର୍ଘ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ସୁରକ୍ଷା ଦାୟିତ୍ବରେ ରହିଛି BSF । ୨୦୨୨ରେ ଗୁଜରାଟର ଭୁଜ ସେକ୍ଟରରୁ BSF ଯବାନମାନେ ଭାରତୀୟ ସାମୁଦ୍ରିକ ସୀମା ଉଲ୍ଲଂଘନ କରୁଥିବା ବେଳେ ୨୨ ଜଣ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ଗିରଫ କରିବା ସହ ୭୯ଟି ମାଛଧରା ବୋଟ୍ ଜବତ କରିଥିଲେ । ଏହାସହ ନିକଟରେ ପଞ୍ଜାବର ଘଷିପୁରା ସେକ୍ଟର ନିକଟରେ ମଧ୍ୟ ଏକ ପାକିସ୍ତାନୀ ଡ୍ରୋନ୍ରୁ ପ୍ରାୟ ୧ କେଜି ହେରୋଇନ୍ ଜବତ କରିଥିଲା BSF ।

୨୦୨୨ ମସିହାରେ ବିଏସଏଫ ସଫଳତାର ସହ ୨୨ଟି ଡ୍ରୋନ୍ ସହ ୩୧୬.୯୮୮ କେଜି ହେରୋଇନ୍, ୬୭ ମାରଣାସ୍ତ୍ର ଏବଂ ୮୫୦ ରାଉଣ୍ଡ ଅଫୁଟା ଗୁଳି ମଧ୍ୟ ଜବତ କରିବାରେ ସଫଳ ହୋଇଛି BSF । ଏହାସହ ୨ଜଣ ପାକିସ୍ତାନୀ ସନ୍ଦିଗ୍ଧ ଅନୁପ୍ରବେଶକାରୀକୁ ନିପାତ କରିଥିବା ବେଳେ ୨୩ ପାକିସ୍ତାନୀକୁ ଧରିଛି BSF ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.