ଅମୃତସର: ପୁଣି ନିଜର ମହାନତା ଦେଖାଇଲା ଭାରତ । ତେବେ ପଡୋଶୀ ଦେଶ ପାକିସ୍ତାନକୁ ଭାରତ ପୁଣି ଥରେ ପ୍ରେମର ବାର୍ତ୍ତା ଦେଇଛି । ଭୁଲରେ ପାକିସ୍ତାନ ସୀମା ଅତିକ୍ରମ କରି ଆସିଥିବା ୪ ବର୍ଷର ନାବାଳିକାକୁ ପାକିସ୍ତାନ ରେଞ୍ଜର୍ସକୁ ହସ୍ତାନ୍ତର କଲା ସୀମା ସୁରକ୍ଷା ବଳ(ବିଏସଏଫ) ।
-
23/03/2022#Abohar
— BSF PUNJAB FRONTIER (@BSF_Punjab) March 23, 2022 " class="align-text-top noRightClick twitterSection" data="
Alert #BSF troops of Abohar Sector handed over a Pakistan nation (toddler girl of appx 3-4 years),who had inadvertently crossed international Border and entered into Indian territory to Pakistan Rangers,on humanitarian grounds. #JaiHind#FirstlineofDefence
">23/03/2022#Abohar
— BSF PUNJAB FRONTIER (@BSF_Punjab) March 23, 2022
Alert #BSF troops of Abohar Sector handed over a Pakistan nation (toddler girl of appx 3-4 years),who had inadvertently crossed international Border and entered into Indian territory to Pakistan Rangers,on humanitarian grounds. #JaiHind#FirstlineofDefence23/03/2022#Abohar
— BSF PUNJAB FRONTIER (@BSF_Punjab) March 23, 2022
Alert #BSF troops of Abohar Sector handed over a Pakistan nation (toddler girl of appx 3-4 years),who had inadvertently crossed international Border and entered into Indian territory to Pakistan Rangers,on humanitarian grounds. #JaiHind#FirstlineofDefence
ସେହିପରି ବିଏସଏଫ୍ର ଏହି ପଦକ୍ଷେପ ସବୁଆଡେ ପ୍ରଶଂସା କରାଯାଉଛି । ତେବେ ଭୁଲରେ ପଳେଇ ଆସିଥିବା ଝିଅଟିକୁ ବିଏସଏଫ ଉଦ୍ଧାର କରିବା ସହ କ୍ୟାମ୍ପରେ ରଖିଥିଲେ । ଏହାପରେ ବିଏସଏଫର ବରିଷ୍ଠ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଯାଇଥିଲା । ଏଥିସହ କଡା ଯାଞ୍ଚ ପରେ ନାବାଳିକାକୁ ପାକିସ୍ତାନ ରେଞ୍ଜର୍ସକୁ ହସ୍ତାନ୍ତର କରିଛି ବିଏସଏଫ ।
ଅନ୍ୟପଟେ ବିଏସଏଫରେ ଅନୁସନ୍ଧାନ ଓ ଯାଞ୍ଚ ପରେ ଝିଅଟି ଭୁଲରେ ଭାରତ ସୀମା ପାର କରି ପଳେଇ ଆସିଥିଲା ବୋଲି ବିଏସଏଫ ପକ୍ଷରୁ କୁହାଯାଇଛି । ଏହାପରେ ବିଏସଏଫ ପକ୍ଷରୁ ପାକିସ୍ତାନ ରେଞ୍ଜର୍ସଙ୍କ ସହ ଯୋଗାଯୋଗ କରାଯିବା ସହ କାଗଜପତ୍ର କାମ ପରେ ନାବାଳିକାକୁ ପାକିସ୍ତାନ ରେଞ୍ଜର୍ସକୁ ହସ୍ତାନ୍ତର କରିଛି । ଏନେଇ ବିଏସଏଫ ପଞ୍ଜାବ ଟ୍ୱିଟ କରି କହିଛି ଯେ, ବିଏସଏଫ ଯବାନମାନେ ୩ରୁ ୪ ବର୍ଷର ବାଳିକାକୁ ଆବୋହାର ସେକ୍ଟରରେ ପାକିସ୍ତାନକୁ ହସ୍ତାନ୍ତର କରିବା ସହ ଭୁଲରେ ସୀମା ଅତିକ୍ରମ କରିଥିବାରୁ ମାନବିକତା ଦୃଷ୍ଟିରୁ ପାକିସ୍ତାନ ରେଞ୍ଜର୍ସଙ୍କୁ ହସ୍ତାନ୍ତର କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ