ETV Bharat / bharat

ଅମୃତସରରେ ପୁଣି ଉଡିଲା ପାକିସ୍ତାନୀ ଡ୍ରୋନ; ଜବତ କଲା ବିଏସଏଫ - ଭାରତୀ ସୀମା ପାକିସ୍ତାନ ଡ୍ରୋନ ପ୍ରବେଶ

Pak Drone In Amritsar: ପଞ୍ଜାବ ଅମୃତସର ସେକ୍ଟରରେ ପୁଣି ଗୋଟିଏ ପାକିସ୍ତାନୀ ଡ୍ରୋନ ଜବତ । ଅଧିକ ପଢନ୍ତୁ

ଅମୃତସରରୁ ପାକିସ୍ତାନୀ ଡ୍ରୋନ ଜବତ
ଅମୃତସରରୁ ପାକିସ୍ତାନୀ ଡ୍ରୋନ ଜବତ
author img

By ETV Bharat Odisha Team

Published : Dec 8, 2023, 8:02 AM IST

ଚଣ୍ଡିଗଡ: ଭାରତ ବାୟୁସୀମାରେ ପାକିସ୍ତାନୀ ଡ୍ରୋନ ପ୍ରବେଶ କରିବା ନିତିନିଦିଆ ଘଟଣା ହୋଇଗଲାଣି । ବାରମ୍ବାର ଭାରତୀୟ ସୀମାରେ ପାକିସ୍ତାନ ଡ୍ରୋନ ଉଡୁଥିବାର ନିଜର ଆସୁଛି । ପଞ୍ଜାବ ଅମୃତସର ସେକ୍ଟରରେ ଏହି ଡ୍ରୋନ ଅଧିକ ଦେଖିବାକୁ ମିଳୁଛି । ସୀମା ସୁରକ୍ଷା ବଳର ଯବାନ ମଧ୍ୟ ଡ୍ରୋନଗୁଡିକ ଉପରେ ନଜର ରଖି ଏହାକୁ ନଷ୍ଟ କରିଦେଉଛନ୍ତି । ଏବେ ପୁଣିଥରେ ଅମୃତସର ସେକ୍ଟରରେ ଆଉ ଏକ ପାକିସ୍ତାନୀ ଡ୍ରୋନ ଠାବ ହୋଇଛି । ବିଏସଏଫ ଏବଂ ପଞ୍ଜାବ ପୋଲିସ ମିଳିତ ଅପରେସନ ଚଳାଇ ଡ୍ରୋନଟିକୁ ଜବତ କରିଛନ୍ତି । ଏନେଇ ଆଜି(ଶୁକ୍ରବାର) ବିଏସଏଫ ପଞ୍ଜାବ ଫ୍ରଣ୍ଟିୟର ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ, ଅମୃତସହରର ଧାନୋଇ କାଲାନ ଗାଁ ନିକଟରେ ଥିବା ଚାଷ ଜମିରୁ ଏହି ଡ୍ରୋନ୍‌ ଜବତ କରାଯାଇଛି । ଡ୍ରୋନଟି ପାକିସ୍ତାନ ପଟୁ ଆସି ଭାରତୀୟ ଅଞ୍ଚଳରେ ପ୍ରବେଶ କରିଥିଲା । ଜବତ ଡ୍ରୋନ ଗୋଟିଏ କ୍ବାଡକପ୍ଟର ହୋଇଥିବା ବିଏସଏଫ ବିବୃତ୍ତି ଜାରି କରିଛି । ଏନେଇ ବିଏସଏଫ ପଞ୍ଜାବ ଫ୍ରଣ୍ଟିୟର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ପୂର୍ବର ଟ୍ବିଟର)ରେ ପୋଷ୍ଟ କରିଛି, ''ବିଶେଷ ଗୁଇନ୍ଦା ସୂତ୍ର ସୂଚନା ଆଧାରରେ ପଞ୍ଜାବ ପୋଲିସ ଏବଂ ବିଏସଏଫ ଏକ ମିଳିତ ଅପରେସନ ଲଞ୍ଚ କରିଥିଲେ । ଏହି ଅପରେସନ ସମୟରେ ଧାନୋଇ କାଲାନ ଗାଁ ସଂଲଗ୍ନ ଗୋଟିଏ ଚାଷ ଜମିରୁ ଏକ ଡ୍ରୋନ ଉଦ୍ଧାର କରାଯାଇଛି ।'' ତେବେ ଏହି ଡ୍ରୋନ ଜବତ କରାଯିବା ପରେ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ: ଡ୍ରୋନରେ ଭାରତକୁ ନିଶା ଚାଲାଣ ଯୋଜନା ପଣ୍ଡ; ୫ କେଜି ହେରୋଇନ ଜବତ

ଏହା ମଧ୍ୟ ପଢନ୍ତୁ: କୁପୱାରାରୁ 2 ସନ୍ଦିଗ୍ଧ ଆତଙ୍କୀ ଗିରଫ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ପାକିସ୍ତାନର ଏହି ଡ୍ରୋନ ସାହାଯ୍ୟରେ ପଞ୍ଜାବ ଦେଇ ଭାରତକୁ ନିଶାଦ୍ରବ୍ୟ ଓ ଅସ୍ତ୍ରଶସ୍ତ୍ର ଚାଲାଣ କରାଯାଉଛି । ଅନେକ ଥର ସୀମା ସୁରକ୍ଷା ବଳର ଯବାନ ଡ୍ରୋନଗୁଡିକୁ ନଷ୍ଟ କରୁଥିବା ବେଳେ ପଡୋଶୀ ଦେଶ ନିଜର ପ୍ରକୃତି ଛାଡୁନି । ପାକିସ୍ତାନୀ ତସ୍କରମାନେ ଲଗାତାର ଡ୍ରୋନ ଦ୍ବାରା ନିଶାଦ୍ରବ୍ୟ ଚାଲାଣ କରୁଛନ୍ତି । ନିକଟରେ ଅମୃତସରରେ ଏକ ପାକିସ୍ତାନୀ ଡ୍ରୋନ ଉଡୁଥିବା ବେଳେ ବିଏସଏଫ ଯବାନମାନେ ଏହାକୁ ଗୁଳି କରି ଖସାଇଥିଲେ । ପରେ ଛାନଭିନ୍ କରାଯିବାରୁ ଡ୍ରୋନ ସହିତ ଘଟଣାସ୍ଥଳରୁ ଗୋଟିଏ ପିସ୍ତଲ ଏବଂ ୫ କେଜି ୨୪୦ ଗ୍ରାମ ହେରୋଇନ ଜବତ କରାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.