ETV Bharat / bharat

Year 2022: ପଞ୍ଜାବ ସୀମାରେ ଦୁଇ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ନିପାତ, 22 ଡ୍ରୋନ୍, 316 କେଜି ଡ୍ରଗ୍ସ ଜବତ

author img

By

Published : Dec 31, 2022, 4:15 PM IST

ଚଳିତବର୍ଷ ପଞ୍ଜାବ ସୀମାରେ 2 ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ନିପାତ କରିବା (BSF killed Pak intruders in Punjab) ସହ 22ଡ୍ରାନକୁ ଖସାଇଛି ବିଏସଏଫ । ଜବତ କରିଛି 316 କେଜି ଡ୍ରଗ୍ସ । ଅଧିକ ପଢନ୍ତୁ

ଚଳିତବର୍ଷ ପଞ୍ଜାବ ସୀମାରେ ଦୁଇ ପାକିସ୍ତାନୀ ଅନୁପ୍ରବେଶକାରୀ ନିପାତ କରିବା ସହ 316 କେଜି ଡ୍ରଗ୍ସ ଜବତ କରିଛି ବିଏସଏଫ

ହାଇଦ୍ରାବାଦ: ଚଳିତବର୍ଷ (2022) ପଞ୍ଜାବ ସୀମାରେ ସୀମା ସୁରକ୍ଷାବଳକୁ ମିଳିଛି ସଫଳତା । 2ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ନିପାତ କରିବା ସହ ଏକାଧିକ ଅପରେସନରେ ମୋଟ 22 ଟି ସୀମାପାର ଡ୍ରୋନକୁ ମଧ୍ୟ ଜବତ କରିବାରେ ସଫଳତା ପାଇଛି ବିଏସଏଫ । ସେହିପରି କେବଳ ସେତିକି ନୁହେଁ ମୋଟ 316 କେ.ଜି ଡ୍ରଗ୍ସ ମଧ୍ଯ ଜବତ କରାଯାଇଛି (BSF killed Pak intruders in Punjab)। ଡ୍ରୋନ ମାଧ୍ୟମରେ ଅନ୍ତର୍ଜାତୀୟ ସୀମା ସଲଗ୍ନ ପଞ୍ଜାବର ସୀମାନ୍ତ ଅଞ୍ଚଳକୁ ନିଶାଦ୍ରବ୍ୟ ପଠାଯାଉଥିଲା । ପ୍ରାୟତଃ ରାତିରେ ଏହି ଚାଲାଣ ହେଉଥିବା ବେଳେ ଗ୍ରାମବାସୀଙ୍କ ଠାରୁ ଖବର ପାଇ ସୁରକ୍ଷାବଳର ଯବାନମାନେ ଏକାଧିକ ଡ୍ରୋନକୁ ଗୁଳି କରି ଖସାଇ ଦେଇଥିଲେ । ସେଥିରୁ ବହୁ ପରିମାଣର ନିଶାଦ୍ରବ୍ୟ ଜବତ କରାଯାଇଥିଲା । ଚଳିତ ବର୍ଷେ ମଧ୍ୟରେ ଏହି ଜବତ ନିଶାଦ୍ରବ୍ୟ ପରିମାଣ ପ୍ରାୟ 316 କେ.ଜି ହେବା ନେଇ ସୁରକ୍ଷାବଳ ପକ୍ଷରୁ ସୂଚନା ମିଳିଛି ।

ଚଳିତ ବର୍ଷରେ ସୀମାନ୍ତ ରାଜ୍ୟ ପଞ୍ଜାବରେ ସୀମା ସୁରକ୍ଷାବଳ ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନ ନେଇ BSF ଏକ ବିବୃତ୍ତି ଜାରି କରିଛି । ଏଥିରେ ମୋଟ 22 ଡ୍ରୋନ ଜବତ ସହ 316.988 କେଜି ନିଶାଦ୍ରବ୍ୟ, 67 ରାଇଫଲ, ପିସ୍ତଲ ସମେତ ଅନ୍ୟ କିଛି ମାରଣାସ୍ତ୍ର ଓ ପ୍ରାୟ 850 ରାଉଣ୍ଡ ଗୁଳିଗୋଳା ମଧ୍ୟ ଜବତ ହୋଇଥିବା ଦର୍ଶାଯାଇଛି । ସେହିପରି ସୀମା ପାର କରି ଭାରତୀୟ ଅଞ୍ଚଳରେ ପ୍ରବେଶ ଉଦ୍ୟମ କରୁଥିବା ଦୁଇ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ନିପାତ କରିବା ସହ ବର୍ଷବ୍ୟାପୀ ବିଭିନ୍ନ ଅପରେସନରେ ପ୍ରାୟ 23 ପାକିସ୍ତାନୀ ନାଗରିକଙ୍କୁ ଗିରଫ କରିଛି ବିଏସଫ ।

ସେହିପରି ସୀମା ଅତିକ୍ରମ ବେଳେ ଧରା ପଡିଥିବା ପାକିସ୍ତାନୀ ନାଗରିକଙ୍କ ମଧ୍ୟରୁ 9ଜଣଙ୍କୁ ମାନବିକ ଦୃଷ୍ଟିକୋଣରୁ ପାକିସ୍ତାନ ସୀମା ରେଞ୍ଜର୍ସକୁ ହସ୍ତାନ୍ତର ମଧ୍ୟ କରାଯାଇଛି । ଯାଞ୍ଚ ପରେ ସେମାନେ ଉଦ୍ଦେଶ୍ୟମୂଳକ ଭାବେ ନୁହେଁ ବରଂ ବାଟବଣା ହୋଇ ସୀମା ଅତିକ୍ରମ କରିଥିବା ଜଣାପଡିବା ପରେ ସେମାନଙ୍କ ମଧ୍ୟରୁ 9ଜଣଙ୍କୁ ପାକିସ୍ତାନକୁ ହସ୍ତାନ୍ତର କରାଯାଇଥିଲା ।

ଭାରତ ପାକିସ୍ତାନ ଅନ୍ତର୍ଜାତୀୟ ସୀମାର 533 କି.ମି କେବଳ ପଞ୍ଜାବରେ ରହିଛି (Indo Pakistan International Border )। ଯାହାର ସୁରକ୍ଷା ସୀମା ସୁରକ୍ଷାବଳ ଦ୍ବାରା କରାଯାଉଛି । ସୀମାରେ ସୁରକ୍ଷାବଳର ଯବାନମାନେ 24 ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ସହ ପାଟ୍ରୋଲିଂ କରୁଛନ୍ତି । ଚଳିତବର୍ଷର 58ତମ ରାଇଜିଂ ଡେ ପରେଡ ମଧ୍ୟ ପଞ୍ଜାବରେ ଅନୁଷ୍ଠିତ କରିଥିଲା ସୀମା ସୁରକ୍ଷାବଳ । ଅମୃତସରର ଗୁରୁ ନାନକଦେବ ବିଶ୍ବବିଦ୍ୟାଳୟରେ ଏହି ପରେଡ୍‌ର ଆୟୋଜନ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.