ETV Bharat / bharat

ଭାରତ-ପାକ୍ ସୀମାରୁ ପାକିସ୍ତାନୀ ଅନୁପ୍ରବେଶକାରୀ ଗିରଫ

author img

By ETV Bharat Odisha Team

Published : Sep 24, 2023, 12:01 PM IST

ଗୁଜୁରାଟର ଭାରତ-ପାକ୍ ସୀମାରୁ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀ ଗିରଫ । ଅଧିକ ପଢ଼ନ୍ତୁ

ଭାରତ-ପାକ୍ ସୀମାରୁ ପାକିସ୍ତାନୀ ଅନୁପ୍ରବେଶକାରୀ ଗିରଫ
ଭାରତ-ପାକ୍ ସୀମାରୁ ପାକିସ୍ତାନୀ ଅନୁପ୍ରବେଶକାରୀ ଗିରଫ

ଚଣ୍ଡିଗଡ଼: ଗୁଜୁରାଟ କଚ୍ଛ ଜିଲ୍ଲାରେ ଭାରତ-ପାକିସ୍ତାନ ସୀମା ନିକଟରୁ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀ ଧରାପଡ଼ିଛି । ବିଏସ୍‌ଏଫ ଯବାନମାନେ ଅନୁପ୍ରବେଶକାରୀକୁ ଗିରଫ କରିଛନ୍ତି । ତା'ର ନାମ ମେହବୁବ ଅଲ୍ଲୀ(୩୦) ଓ ସେ ପାକିସ୍ତାନ ନାଗରିକ ହୋଇଥିବା ସ୍ପଷ୍ଟ ହୋଇଛି । ଅନ୍ତର୍ଜାତୀୟ ବର୍ଡର ନିକଟରେ ସେ ସନ୍ଦିଗ୍ଧ ଅବସ୍ଥାରେ ବୁଲାବୁଲି କରୁଥିବାରେ ଦେଖି ସୁରକ୍ଷାକର୍ମୀ ତାକୁ ଗିରଫ କରିଛନ୍ତି । ଏନେଇ BSF ମୁଖପାତ୍ରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

BSF ସୂଚନା ଅନୁଯାୟୀ, ଗତ ଶୁକ୍ରବାର ଦିନ ସେହି ପାକିସ୍ତାନୀ ନାଗରିକ କଚ୍ଛର ହରମୀନାଲା ସୀମା ନିକଟରେ ବୁଲୁଥିଲା । ତା'ର ଗତିବିଧି ଉପରେ ସନ୍ଦେହ ହେବାରୁ BSF ଟିମ୍ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଅଟକ ରଖିଥିଲେ । ପଚରାଉଚରାରୁ ସେ ପାକିସ୍ତାନ ନାଗରିକ ହୋଇଥିବା ଜଣାପଡିଥିଲା । ତା' ନିକଟରୁ ଗୋଟିଏ ପକ୍ଷୀ ଜବତ କରାଯାଇଛି । ଅଧିକ ତଦନ୍ତ ପାଇଁ ଅନୁପ୍ରବେଶକାରୀକୁ ପୋଲିସକୁ ହସ୍ତାନ୍ତର କରାଯାଇଛି ।

ଏହାମଧ୍ୟ ପଢନ୍ତୁ: Anantnag Encounter: ଶହୀଦ ଯବାନଙ୍କ ପ୍ରତିଶୋଧ ନେଲା ସୁରକ୍ଷାବଳ, ଏନକାଉଣ୍ଟରରେ ଲସ୍କର କମାଣ୍ଡର ଉଜେର୍ ଖାନ ନିପାତ

କାହିଁକି ଭାରତ ସୀମାରେ ପଶିଥିଲା ପାକ୍ ନାଗରିକ: BSF ହାତରେ ଧରାପଡିଥିବା ସନ୍ଦିଗ୍ଧ ପାକିସ୍ତାନୀର ଘର ପାକିସ୍ତାନର ସିନ୍ଧ ରାଜ୍ୟରେ । ସେ ମହମ୍ମଦ ୟୁସୁଫଙ୍କ ପୁଅ ମେହବୁବ ଅଲ୍ଲୀ । ତା'ର ବୟସ ୩୦ ବର୍ଷ । ସୀମା ସୁରକ୍ଷା ବଳର ଯବାନ ତା' ପାଖରୁ ଗୋଟିଏ ପକ୍ଷୀ ଜବତ କରାଯାଇଛି । ସେ ପକ୍ଷୀ ଏବଂ କଙ୍କଡ଼ା ଧରିବାକୁ ଭାରତୀୟ ଅଞ୍ଚଳରେ ପ୍ରବେଶ କରିଥିବା ଗିରଫ ଯୁବକ କହିଛି । ଘଟଣାରେ ଅଧିକ ଛାନଭିନ୍ ଜାରି ରହିଛି ।

ଏହାମଧ୍ୟ ପଢନ୍ତୁ: ପାକିସ୍ତାନର ହୀନ ଉଦ୍ୟମ: ଭାରତ ସୀମାରେ ଆତଙ୍କୀକୁ ବଞ୍ଚାଇବାକୁ କଭର ଫାୟାର ଦେଇଥିଲା ପାକ୍ ସେନା

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ତଳେ ଜମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲାରେ ନିୟନ୍ତ୍ରଣ ରେଖା ନିକଟରେ ଦୁଇ ଜଣ ଆତଙ୍କବଦୀ ଅନୁପ୍ରବେଶ ଉଦ୍ୟମ କରିଥିଲେ । ହେଲେ ଯବାନଙ୍କ ଗୁଳିମାଡରେ ଉଭୟ ନିହତ ହୋଇଥିଲେ । ସେମାନଙ୍କ ନିକଟରୁ ଗୋଟିଏ AK-47, ଦୁଇଟି ମାଗାଜିନ, ୩୦ ରାଉଣ୍ଡ ଗୁଳି, ଦୁଇଟି ଗ୍ରେନଟେ ଓ କିଛି ପାକିସ୍ତାନୀ ମେଡିସନ ଜବତ ହୋଇଥିଲା । ସେହିପରି ସେପ୍ଟେମ୍ବର ୧୬ରେ ଉରି ସେକ୍ଟରରେ ୩ ଜଣ ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ କରିଥିବା ବେଳେ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିୟମରେ ନିପାତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.