ETV Bharat / bharat

ନିଜ ରାଇଫଲରେ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ବିଏସଏଫ ଯବାନ

author img

By

Published : May 13, 2021, 10:24 AM IST

ରାଜସ୍ଥାନର ଜୋସଲମେର ଜିଲ୍ଲା ଭାତର-ପାକିସ୍ତାନ ସୀମା ନିକଟ ଆନ୍ତର୍ଜାତୀୟ ଶାହାଗଡ ବିଲେଜ ଅଞ୍ଚଳର ଚିଙ୍କାରା ବର୍ଡର ଆଉଟ ପୋଷ୍ଟରେ ଅଘଟଣ । ଜଣେ ବିଏସଏଫ ଯବାନ ନିଜ ରାଇଫଲରୁ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି । ଅଧିକ ପଢନ୍ତୁ...

ନିଜ ରାଫଲରୁ ଗୁଳିଚଳାଇ ଅତ୍ମହତ୍ୟା କଲେ ବିଏସଏଫ ଯବାନ

ଜୟପୁର: ନିଜ ରାଇଫଲରୁ ନିଜେ ଗୁଳି ଚଳାଇ ଆତ୍ମହତ୍ୟା କଲେ ବିଏସଏଫ ଯବାନ । ରାଜସ୍ଥାନର ଜୋସଲମେର ଜିଲ୍ଲା ଭାତର-ପାକିସ୍ତାନ ସୀମା ନିକଟ ଆନ୍ତର୍ଜାତୀୟ ଶାହାଗଡ ବିଲେଜ ଅଞ୍ଚଳର ଚିଙ୍କାରା ବର୍ଡର ଆଉଟ ପୋଷ୍ଟରେ ଆତ୍ମହତ୍ୟା କରିଛନ୍ତି ଯବାନ । ମୃତକ ଜଣକ ହେଉଛନ୍ତି ହେଡକନେଷ୍ଟବଳ ପ୍ରେମକୁମାର ଯାଦବ । ସେ ମଧ୍ୟପ୍ରଦେଶର ବାସିନ୍ଦା ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାଇ ବିଏସଏଫ ଯବାନ ଘରୁ 1 ମାସ ଛୁଟି କାଟି ଏପ୍ରିଲ 30 ରେ ଡ୍ୟୁଟିକୁ ଫେରି ଆସିଥିଲେ । କୁହାଯାଉଛି କି ଘରୋଇ କାରଣକୁ ନେଇ ସେ ଚାପରେ ଥିଲେ । ଏହି କାରଣରୁ ସେ ବୁଧବାର ତାଙ୍କ ଅଫିସିଆଲ ରାଇଫଲରୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି | ଏନେଇ ସୂଚନା ପାଇବା ପରେ ବିଏସଏଫ ଅଧିକାରୀମାନେ ଶାହଗଡ ପୋଲିସ ଷ୍ଟେସନକୁ ସୂଚନା ଦେଇଛନ୍ତି ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ବିଏସଏଫ ମଧ୍ୟ ଯବାନଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.