ETV Bharat / bharat

ସୀମାରୁ 6 ସନ୍ଦିଗ୍ଧ ପାକିସ୍ତାନୀ ନାଗରିକ ଗିରଫ

author img

By

Published : Jan 9, 2021, 12:16 PM IST

ପଞ୍ଜାବ ସୀମାରୁ 6 ସନ୍ଦିଗ୍ଧ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରିଛି ବିଏସଏଫ । ଅଧିକ ପଢନ୍ତୁ...

ପାକିସ୍ତାନୀ ନାଗରିକ ଗିରଫ
ପାକିସ୍ତାନୀ ନାଗରିକ ଗିରଫ

ଅମୃତସର: ସୀମାରୁ 6 ସନ୍ଦିଗ୍ଧ ପାକିସ୍ତାନୀ ନାଗରିକ ଗିରଫ । ଶୁକ୍ରବାର 6 ସନ୍ଦିଗ୍ଧଙ୍କୁ ଗିରଫ କରିଛି ବିଏସଏଫ । ଏନେଇ ବିଏସଏଫ ପକ୍ଷରୁ ସୂଚନା ଦିଆଯାଇଛି ।

ଗିରଫ ସନ୍ଦିଗ୍ଧଙ୍କ ପାଖରୁ କୌଣସି ଅସ୍ତ୍ରଶସ୍ତ୍ର କିମ୍ବା ସନ୍ଦିଗ୍ଧ ଜିନିଷପତ୍ର ଜବତ ହୋଇନାହିଁ । ତେବେ ଅଧିକ ସୂଚନା ପାଇଁ ସେମାନଙ୍କୁ ପଚରାଉଚରା କରାଯାଉଛି । ଗିରଫ ହୋଇଥିବା ପାକିସ୍ତାନୀ ନାଗରିକ ନାବାଳକ ହୋଇଥିବା କୁହାଯାଉଛି । ଯାହା ସତ କି ମିଛ ତାହା ଜଣାପଡିନାହିଁ ।

ଏମାନଙ୍କୁ ଶୁକ୍ରବାର ସନ୍ଧ୍ୟା 5ଟାରେ ଅମୃତସର ସୀମାରେ ଗିରଫ କରାଯାଇଥିଲା । ତେବେ ଏମାନଙ୍କୁ ଗୁଇନ୍ଦା ବିଭାଗ ଓ ସୁରକ୍ଷା ବଳର ଏକ ଟିମ୍‌ ଅଧିକ ପଚରାଉଚରା ଜାରି ରଖିଛି । ଭୁଲବଶତଃ ନା କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ସୀମାରେ ଏମାନେ ପଶିଥିଲେ ତାହା ଜାଣିବାକୁ ଚେଷ୍ଟା ଚାଲିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.