ETV Bharat / bharat

ଯୌତୁକ ଜୁଇରେ ଜଳିଲା ବଧୂ, ଆଙ୍ଗୁଠି କାଟି ବାପଘର ଲୋକଙ୍କୁ ପଠାଇଥିଲେ ଭିଡିଓ - ସୀମା ଟପିଲା ଯୌତୁକ ନିର୍ଯାତନା

ବିହାରର ମାଝି ଥାନା ଅନ୍ତର୍ଗତ ତାଜପୁର ଗ୍ରାମରେ ଅଭାବନୀୟ ଘଟଣା । ସୀମା ଟପିଲା ଯୌତୁକ ନିର୍ଯାତନା । ଯୌତୁକ ପାଇଁ ବୋହୂର ଆଙ୍ଗୁଠି କାଟିଦେବା ସହ ଜୀବନରୁ ମାରିଦେଇଥିବା ଅଭିଯୋଗ (Murder Of Bride For Dowry । ଅଦିକ ପଢନ୍ତୁ

ଯୌତୁକ ଜୁଇରେ ଜଳିଲା ବଧୂ
ଯୌତୁକ ଜୁଇରେ ଜଳିଲା ବଧୂ
author img

By

Published : Dec 11, 2022, 8:56 AM IST

ପାଟନା: ସୀମା ଟପିଲା ଯୌତୁକ ନିର୍ଯାତନା । ଯୌତୁକ ଲାଳସାରେ ଅନ୍ଧହୋଇ ବର୍ବରକାଣ୍ଡ ଘଟାଇଲେ ଶାଶୁଘର ଲୋକ । ଯୌତୁକ ପାଇଁ ବୋହୂକୁ କଲେ ହତ୍ୟା (Murder Of Bride For Dowry) । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ବିହାରରୁ । ଯୌତୁକ ପାଇଁ ନବ ବିବାହିତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ମାଝି ଥାନା ଅନ୍ତର୍ଗତ ତାଜପୁର ଗ୍ରାମର ଅଟେ (Murder In Chhapra)। ମୃତ ମହିଳାଜଣକ ହେଲେ ତାଜପୁର ସାଲେମପୁରର ବାସିନ୍ଦା ପଙ୍କଜ ମହୋତେଙ୍କ ସ୍ତ୍ରୀ କାଜଲ ଦେବୀ ।

ଏହା ମଧ୍ୟ ପଢନ୍ତୁ: ସ୍ମାର୍ଟସିଟିରେ ଭୁଶୁଡି ପଡିଛି ପରିମଳ ବ୍ୟବସ୍ଥା, BMC ପାଉଛି ସ୍ବଚ୍ଛତାରେ ଜାତୀୟ ସମ୍ମାନ

ତେବେ ନବବିବାହିତାଙ୍କ ମୃତ୍ୟୁ ପୂର୍ବରୁ ତାଙ୍କୁ ଦିଆଯାଇଥିବା ନିର୍ଯାତନା ଶୁଣି ପୋଲିସ ମଧ୍ୟ ତାଜୁବ ହୋଇଯାଇଥିଲା । ମୃତକଙ୍କ ବାପାଙ୍କ କହିବା ଅନୁସାରେ "ବିବାହ ପରେ ଯୌତୁକକୁ ନେଇ ଝିଅର ଶାଶୁଘର ଲୋକେ ବହୁତ ନିର୍ଯାତନା ଦେଇଛନ୍ତି । ଯୌତୁକ ଲୋଭି ଶାଶୁ ମୋ ଝିଅର ଆଙ୍ଗୁଠି କାଟି ଦେଇଥିଲେ । ଏତିକିରେ ମନ ଶାନ୍ତି ହୋଇନଥିଲା ଯେ ଶେଷରେ ଆଙ୍ଗୁଠି କାଟିବାର ଭିଡିଓ କରି ମୋ ପାଖକୁ ପଠାଇଥିଲେ । ଏହାପରେ ସେମାନେ ମୋ ଝିଅକୁ ମାରି ଅପରାଧ ଲୁଚାଇବା ପାଇଁ ପୋଖରୀରେ ଫିଙ୍ଗି ଦେଇଥିଲେ । "

ନିଖୋଜର ୪ଦିନ ପରେ ମିଳିଲା ମୃତଦେହ

ସୂଚନାନୁସାରେ, ମୃତ କାଜଲ ଦେବୀ 8 ମାସ ପୂର୍ବେ ତାଜପୁର ସାଲେମପୁରର ବାସିନ୍ଦା ପଙ୍କଜ ମହୋତେଙ୍କୁ ବିବାହ କରିଥିଲେ। ବିବାହ ପରଠାରୁ ତାଙ୍କୁ ଯୌତୁକ ପାଇଁ ହଇରାଣ କରାଯାଉଥିଲା। ପ୍ରାୟ ଏକ ସପ୍ତାହ ପୂର୍ବରୁ ମୃତକଙ୍କ ପରିବାର ଲୋକେ ଝିଅର ଆଙ୍ଗୁଠି କାଟିବା ଭିଡିଓ ପାଇଥିଲେ । ଏହାର ସମାଧାନ ନହେଉଣୁ କାଜଲ ଘରୁ ଅଚାନକ କୁଆଡେ ନିଖୋଜ ହୋଇଯାଇଥିଲେ । ତେବେ ଘରୁ ପଇସା ନେଇ ବୋହୂ ଫେରାର ହୋଇଯାଇଥିବା ଅଭିଯୋଗ କରିଥିଲେ ଶାଶୁ ଘର ଲୋକେ । ନିଖୋଜ ହେବାର ୪ ଦିନ ପରେ ଗାଁ ପୋଖରୀରେ ମୃତଦେହ ଭାସୁଥିବା ଦେଖିଥିଲେ ଗ୍ରାମବାସୀ ।

ଏନେଇ ସ୍ଥାନୀୟ ଥାନାଧିକାରୀ ସାଂସଦ ସିଂ କହିଛନ୍ତି, " ମୃତ ମହିଳାଙ୍କ ବାପଘର ତରଫରୁ ଥାନାରେ ଏତଲା ଦିଆଯାଇଛି । କାଜଲଙ୍କ ମୃତଦେହ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଆମେ ଘଟଣାର ତଦନ୍ତ ଆରମ୍ଭ କରିଛୁ । ପ୍ରକୃତ କାରଣ ସ୍ପଷ୍ଟ ହେବା ପରେ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.