ETV Bharat / bharat

ଜାନୁଆରୀ ୧୮ରେ BRSର ବିଶାଳ ସମାବେଶ, ଯୋଗ ଦେବେ ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ

author img

By

Published : Jan 10, 2023, 10:58 AM IST

ବିଆରଏସର ସାଧାରଣ ସଭାରେ ଯୋଗ ଦେବେ ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ । ଆସନ୍ତା ୧୮ ତାରିଖରେ ଖମ୍ମାମରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଏହି ସଭାର ଆୟୋଜନ କରାଯାଉଛି । ଅଧୁକ ପଢନ୍ତୁ

BRSs huge open meeting in Khammam
BRSs huge open meeting in Khammam

ହାଇଦ୍ରାବାଦ: ଆସନ୍ତା ୧୮ ତାରିଖରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ BRSର ବିଶାଳ ସମାବେଶ(public meeting ) ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିରେ ଯୋଗ ଦେବା ପାଇଁ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ, କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଓ ଉତ୍ତରପ୍ରଦେର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ନିମନ୍ତ୍ରଣ କରିଛନ୍ତି ।

ଅରବିନ୍ଦ କେଜ୍ରିଓ୍ବାଲ, ଭଗବନ୍ତ ମାନ ଓ ଅଖିଳେଶ ଯାଦବ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାରୁ ରାଜି ହୋଇଯାଇଥିବା ବେଳେ କେରଳ ମୁଖ୍ୟମନ୍ତ୍ରୀ ଯୋଗ ଦେବେ ନା ନାହିଁ ସେନେଇ କିଛି ସୂଚନା ହସ୍ତଗତ ହୋଇ ନାହିଁ । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର(K Chandrashekar Rao ) ଆସନ୍ତା ୧୮ ତାରିଖରେ ଖମ୍ମାମରେ କଲେକ୍ଟରେଟ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ BRSର ଏକ ସାଧାରଣ ସଭାର ଆୟୋଜନ କରାଯିବ । ଏହା ପୂର୍ବରୁ ସମସ୍ତ ବ୍ୟବସ୍ଥା କରିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ KCR ।

ପ୍ରାୟ ଏକ ଲକ୍ଷରୁ ଅଧିକ ଲୋକ ଖମ୍ମାମରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ମହାବୁବାଦ, ଭଦ୍ରଦ୍ରୀ, ସୂର୍ଯ୍ୟପେଟ, ନାଲଗୋଣ୍ଡା, ୱାରଙ୍ଗାଲ, ମୁଲୁଗୁ ଏବଂ ଭୁପାଲାପଲ୍ଲୀ ଜିଲ୍ଲାବାସୀ ଏହି ସାଧାରଣ ସଭାରେ ଯୋଗ ଦେବେ ।

ଏହା ମଧ୍ୟ ପଢନ୍ତୁ-Pm Modi Visit Telengana: ତେଲେଙ୍ଗାନା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, 7 ହଜାର କୋଟି ପ୍ରକଳ୍ପ ଦେବେ ଭେଟି

ତେଲେଙ୍ଗାନାର ଖମ୍ମାମ ଜିଲ୍ଲାକୁ ରାଜ୍ୟ ସରକାର ବେସ୍‌ ଗୁରତ୍ବ ଦେଉଛନ୍ତି । କାରଣ ଏହି ଜିଲ୍ଲା ତିନି ରାଜ୍ୟର ସୀମା ସଂଯୋଗରେ ରହିଛି । ତେବେ BRS ଛତିଶଗଡରେ ଦଳର ଏକ ପାର୍ଟି ଅଫିସ ପ୍ରତିଷ୍ଠା କରିବାକୁ ଚାହୁଁଛି । ଖମ୍ମାମ ଜିଲ୍ଲାରେ ବାମପନ୍ଥୀଙ୍କ ଦବଦବା ରହିଛି । ନିର୍ବାଚନ ସମୟରେ କମ୍ୟୁନିଷ୍ଟମାନଙ୍କ ସହ ଏକ ମେଣ୍ଟ ହୋଇଥିଲା। ଏହା ବ୍ୟତୀତ ଦଳରେ ସାମ୍ପ୍ରଦାୟିକ ମତଭେଦ ରହିଛି । ଏସବୁକୁ ଧ୍ୟାନରେ ରଖି ଖମ୍ମାମ ଜିଲ୍ଲାରେ ଏକ ସମ୍ମିଳନୀ ସଭା ଆୟୋଜନ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.