ETV Bharat / bharat

Delhi Liquor Scam: ପୁଣି ଇଡିରେ ହାଜର ହେଲେ କବିତା, ପଚରାଉଚରା ଜାରି - ଇଡିରେ ହାଜର ହେଲେ କବିତା

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା । କେସିଆରଙ୍କ ଝିଅ କବିତାଙ୍କୁ ପଚରାଉଚରା ଜାରି ରଖିଛି ଇଡି । ଅଧିକ ପଢନ୍ତୁ

Delhi Excise Policy Case
Delhi Excise Policy Case
author img

By

Published : Mar 20, 2023, 11:41 AM IST

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା । ଆଜି ପୁଣି ଇଡିରେ ହାଜର ହେଲେ BRS ଏମଏଲସି ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କବିତା । ଇଡିର ସମନ କ୍ରମେ ସେ ଆଜି ଦିଲ୍ଲୀ ସ୍ଥିତ ଇଡି ମୁଖ୍ୟାଳୟରେ ପହଞ୍ଚିଛନ୍ତି । ସେ ଗତକାଲି(ରବିବାର) ଦିନ ରାଜ୍ୟ ମନ୍ତ୍ରୀ ଏବଂ ତାଙ୍କ ଭାଇ କେଟୀ ରାମାରାଓଙ୍କ ସହ ଏକ ସ୍ବତନ୍ତ୍ର ବିମାନରେ ଦିଲ୍ଲୀ ଯାଇଥିବା ବେଳେ ଆଜି ଇଡିରେ ହାଜର ହୋଇଛନ୍ତି ।

ଇଡିରେ ହାଜର ହେବା ପୂର୍ବରୁ ଏଜେନ୍ସିକୁ ଚିଠି ଲେଖିଥିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କବିତା । ସେ ଚିଠିରେ ଲେଖିଥିଲେ, "ତଦନ୍ତ ପାଇଁ ମୁଁ ବ୍ୟକ୍ତିଗତ ରୂପେ ହାଜର ହୋଇପାରିବି ନାହିଁ । ମୋ ବଦଳରେ ବିଆରଅସର ମହାସଚିବ ସୋମା ଭରତ କୁମାର ଯୋଗଦେବେ । "

କବିତା କହିଥିଲେ, "ମେତେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ କୁହାଯାଇନଥିଲା । ଏଥିପାଇଁ ମୁଁ ଅନ୍ୟଜଣଙ୍କୁ ଉପସ୍ଥିତ କରିବା ପାଇଁ ଚାହୁଁଛି ।"

ଏହା ମଧ୍ୟ ପଢନ୍ତୁ: ଦିଲ୍ଲୀ ପୋଲିସ ନିକଟରେ 4 ପୃଷ୍ଠାର ପ୍ରାଥମିକ ଉତ୍ତର ଦାଖଲ କଲେ ରାହୁଲ, କଂଗ୍ରେସ କହିଲା ଦଳ ଭୟଭୀତ ନୁହେଁ

ପ୍ରକାଶଥାଉ କି କବିତା ଇଡିର ସମନକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ସେ ଭାବିଥିଲେ ଯେ, ଇଡି ଅତ୍ୟଧିକ କୋଠର ରଣନୀତି ଆପଣାଇବ । ଏହାସହ ତାଙ୍କୁ ଥାର୍ଡ ଡିଗ୍ରୀ ଦେଇପାରେ ବୋଲି କବିତା ଆଶଙ୍କା କରି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ ।

ଏହା ପୂର୍ବରୁ ଇଡିରେ ହାଜର ହୋଇଥିବା ବେଳେ କବିତା କହିଥିଲେ, " ମୋତେ ଇଡି ଅଫିସକୁ ପଚରାଉଚରା ପାଇଁ ଡକାଯିବାରକୁ ମୁଁ ଉପସ୍ଥିତ ରହିଥିଲି । ମୁଁ ଜଣେ ମହିଳା ହୋଇଥିଲେ ହେଁ ମୋତେ ରାତି ୮ଟା ୩୦ଯାଏଁ ବସାଇଥିଲେ । ମୁଁ ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ ହେଁ ମୋ ଫୋନକୁ ଜବତ କରାଯାଇଥିଲା ।"

ଏହା ମଧ୍ୟ ପଢନ୍ତୁ: Japan PM India visit: ଭାରତରେ ଫୁମିଓ କିସିଦା, ଦ୍ବିପାକ୍ଷିକ ଆଲୋଚନା କରିବେ ଦୁଇ ଦେଶ ନେତା

ପ୍ରକାଶଥାଉକି, ପ୍ରଥମେ ତାଙ୍କୁ ୧୧ ତାରିଖରେ ଜେରା କରିଥିଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପରେ ୧୬ ତାରିଖରେ ତାଙ୍କୁ ଦ୍ବିତୀୟ ଥର ପାଇଁ ଜେରା ପାଇଁ ଡାକିଥିଲା ଇଡି ହେଲେ କବିତା ହାଜର ନହେବାରୁ ପୁଣି ଥରେ ତାଙ୍କୁ ୨୦ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୁଖ୍ୟାଳୟରେ ହାଜର ହୋଇ ଜେରାରେ ସହଯୋଗ କରିବାକୁ ଡାକିଥିଲା ତଦନ୍ତକାରୀ ସଂସ୍ଥା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.