ETV Bharat / bharat

ICAI Results: CA ପରୀକ୍ଷାରେ ଭାଇ-ଭଉଣୀଙ୍କ କମାଲ

author img

By

Published : Sep 14, 2021, 8:59 PM IST

ଚାଟାର୍ଡ ଆକାଣ୍ଟାଣ୍ଟ(CA) ଫାଇନାଲ ପରୀକ୍ଷାରେ ବଡ ସଫଳତା ହାସଲ କରିଛନ୍ତି ମଧ୍ୟପ୍ରଦେଶର ଭାଇ-ଭଉଣୀ । ସିଏ ଫାଇନାଲ ପରୀକ୍ଷାରେ ନନ୍ଦିନୀ ଅଗ୍ରୱାଲଙ୍କ ସର୍ବଭାରତୀୟ ରାଙ୍କ ୧ ରହିଛି । ସେହିପରି ତାଙ୍କ ଭାଇ ସଚିନ ଅଗ୍ରୱାଲ ୧୮ ତମ ସ୍ଥାନରେ ଅଛନ୍ତି । ଅଧିକ ପଢନ୍ତୁ...

ICAI Results: CA ପରୀକ୍ଷାରେ ଭାଇ-ଭଉଣୀଙ୍କ କମାଲ
ICAI Results: CA ପରୀକ୍ଷାରେ ଭାଇ-ଭଉଣୀଙ୍କ କମାଲ

ଭୋପାଳ: ଚାଟାର୍ଡ ଆକାଣ୍ଟାଣ୍ଟ(CA) ଫାଇନାଲ ପରୀକ୍ଷାରେ ବଡ ସଫଳତା ହାସଲ କରିଛନ୍ତି ମଧ୍ୟପ୍ରଦେଶର ଭାଇ-ଭଉଣୀ । ଏହି ପରୀକ୍ଷାରେ ଭଉଣୀ ଦେଶରେ ଟପ୍ପର ହୋଇଥିବାବେଳେ ୧୮ତମ ସ୍ଥାନ ହାସଲ କରିଛି ଭାଇ । ସୋମବାର ରେଜଲ୍ଟ ଘୋଷଣା କରିଛି ଚାର୍ଟାଡ ଆକାଉଣ୍ଟ୍ସ ଅଫ ଇଣ୍ଡିଆ (ICAI) ।

ସିଏ ଫାଇନାଲ ପରୀକ୍ଷାରେ ନନ୍ଦିନୀ ଅଗ୍ରୱାଲଙ୍କ ସର୍ବଭାରତୀୟ ରାଙ୍କ୍‌ ୧ ରହିଛି । ସେହିପରି ତାଙ୍କ ଭାଇ ସଚିନ ଅଗ୍ରୱାଲ ୧୮ ତମ ସ୍ଥାନରେ ଅଛନ୍ତି । ଭାଇ-ଭଉଣୀ ସିଏ ପରୀକ୍ଷା ପାଇଁ ସାଙ୍ଗ ହୋଇ ପ୍ରସ୍ତୁତି ଆରମ୍ଭ କରିଥିଲେ ।

ଭଉଣୀ ନନ୍ଦିନୀ ୮୦୦ରୁ ୬୧୪ ନମ୍ବର ହାସଲ କରି ଦେଶରେ ଟପ୍ପର ହୋଇଛନ୍ତି । ପ୍ରଥମ ପ୍ରୟାସରେ ହିଁ ଉଭୟ ଭାଇ ଓ ଭଉଣୀଙ୍କୁ ମିଳିଛି ଏହି ସଫଳତା । ସାଧାରଣତଃ ଦୁଇ ତିନିଥର ପ୍ରୟାସରେ ମଧ୍ୟ ଏହି ପରୀକ୍ଷାରେ ସଫଳତା ମିଳେ ନାହିଁ ।

ମଧ୍ୟପ୍ରଦେଶର ଏହି ୨ ଭାଇ ଓ ଭଉଣୀଙ୍କ ସଫଳତାକୁ ନେଇ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.