ETV Bharat / bharat

ଶ୍ରୀରାଘବେନ୍ଦ୍ର ସ୍ବାମୀ ମନ୍ଦିରରେ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ପରିବାର, ସୁଧା ମୂର୍ତ୍ତିଙ୍କ ସହ ମିଶି କଲେ ଅର୍ଘ୍ୟ ଅର୍ପଣ

ଶ୍ରୀରାଘବେନ୍ଦ୍ର ସ୍ବାମୀ ମନ୍ଦିରରେ ଏକାଠି ନଜର ଆସିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ବାପା ମାଆ ଓ ଶାଶୁ। ସେମାନେ ମନ୍ଦିରରେ ଦର୍ଶନ କରିବା ସହ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଛନ୍ତି । ଅଧିକ ପଢନ୍ତୁ

rishi sunak parents visited raghavendra swami temple
ଶ୍ରୀରାଘବେନ୍ଦ୍ର ସ୍ବାମୀ ମନ୍ଦିରରେ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ପରିବାର
author img

By ETV Bharat Odisha Team

Published : Sep 13, 2023, 3:17 PM IST

Updated : Sep 13, 2023, 4:35 PM IST

ଶ୍ରୀରାଘବେନ୍ଦ୍ର ସ୍ବାମୀ ମନ୍ଦିରରେ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ପରିବାର

ମାଙ୍ଗାଲୁରୁ: ଶ୍ରୀ ରାଘବେନ୍ଦ୍ର ସ୍ବାମୀ ମନ୍ଦିର ଦର୍ଶନ କଲେ ଋଷି ସୁନକଙ୍କର ପରିବାର । ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ପିତା ୟଶବୀର ସୁନକ, ମା' ଉଷା ସୁନକଙ୍କ ସହ ଉପସ୍ଥିତ ରହିଥିଲେ ଋଷିଙ୍କ ଶାଶୁ ତଥା ଇନଫୋସିସ ଅଧ୍ୟକ୍ଷା ସୁଧା ମୂର୍ତ୍ତି । ପ୍ରଥମେ ସେମାନେ ଶ୍ରୀ ରାଘବେନ୍ଦ୍ର ସ୍ବାମୀ ମନ୍ଦିରରେ ପ୍ରବେଶ କରି ଦର୍ଶନ କରିଥିଲେ । ଏହାସହ ଉଭୟ ପରିବାର ମିଶି ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଛି ।

ତେବେ ମନ୍ଦିରରେ ପୂଜାର୍ଚ୍ଚନା ପରେ ୟଶବୀର ସୁନକ, ଉଷା ସୁନାକ ଏବଂ ସୁଧା ମୁର୍ତ୍ତୀ ମଠର ମୁଖ୍ୟ ଶ୍ରୀସୁବୁଦେନ୍ଦ୍ର ଥିର୍ଥାଙ୍କୁ ଭେଟି ମନ୍ଦିର ବିଷୟରେ ଆଲୋଚନା କରିଥିଲେ । ଏହି ଅବସରରେ ପ୍ରିଜାଇଡିଂ ଅଫିସର ଋଷି ସୁନକଙ୍କ ପିତାମାତା ଏବଂ ଶାଶୁଙ୍କୁ ଭଗବାନଙ୍କ ଆଶୀର୍ବାଦ ସ୍ବରୂପ ବସ୍ତ୍ର ଭେଟି ଦେବା ସହ ପ୍ରସାଦ ପ୍ରଦାନ କରିଥିଲେ । ଆଉ ଏହି ପ୍ରସାଦକୁ ଋଷି ସୁନକଙ୍କୁ ନିକଟକୁ ପହଞ୍ଚାଇ ଦେବାକୁ ମଧ୍ୟ କହିଥିଲେ ପ୍ରିଜାଇଡିଂ ଅଫିସର।

ଏହା ବି ପଢନ୍ତୁ...Watch: ଅକ୍ଷରଧାମ ମନ୍ଦିରରେ ପତ୍ନୀଙ୍କ ସହ ଆଳତୀ କଲେ ଋଷି ସୁନକ

ତେବେ ନିକଟରେ G-20 ସମ୍ମିଳନୀକୁ ଯୋଗ ଦେବାକୁ ଆସିଥିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ । ତାଙ୍କ ସହ ପତ୍ନୀ ଅକ୍ଷତା ମୂର୍ତ୍ତି ମଧ୍ୟ ଉପସ୍ଥିତ ଥିଲେ । ସମ୍ମିଳନୀର ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ଭିଡିଓ ଓ ଫଟୋ କ୍ୟାମେରାରେ କଏଦ ହୋଇଛି । ହେଲେ ଏହି ଫଟୋଗୁଡ଼ିକ ମଧ୍ୟରେ ସବୁଠୁ ଚର୍ଚ୍ଚାରେ ରହିଥିଲା ବିଟ୍ରେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଫଟୋ । ପତ୍ନୀ ଅକ୍ଷତାଙ୍କ ସହ ଝିପଝିପ ବର୍ଷା ସମୟର ଫଟୋ ହେଉ ଅବା ସ୍ବାମୀ ନାରାୟଣ ମନ୍ଦିରରେ ଦର୍ଶନ ଏ ସମସ୍ତ ବିଷୟ ବେଶ ପ୍ରଶଂସା ସାଉଣ୍ଟି ଥିବାବେଳେ ଗଣମାଧ୍ୟମର ଶିରୋନାମାରେ ରହିଥିଲା ।

ଏହା ବି ପଢନ୍ତୁ...UK PM in New Delhi: ଭାରତ ଗସ୍ତକୁ ନେଇ ମୁଁ ଉତ୍ସାହିତ: ପ୍ରଧାନମନ୍ତ୍ରୀ ଋଷି ସୁନକ

ତେବେ ଏହି ଦମ୍ପତି ପୁଣି ଥରେ ବ୍ରିଟେନ୍‌ ପ୍ରତ୍ୟାବର୍ତ୍ତନ କରିଥିବା ଜଣାପଡିଛି । ସେପଟେ ଶ୍ରୀ ରାଘବେନ୍ଦ୍ର ସ୍ବାମୀ ମନ୍ଦିର ଆସି ପୂଜାର୍ଚ୍ଚନା କରିଛନ୍ତି ଋଷି ସୁନକଙ୍କର ପିତା, ମାତା ଓ ଶାଶୁ । ଉଭୟ ପରିବାର ମିଶି ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଥିବାବେଳେ ମନ୍ଦିରର ପ୍ରସାସନ ପକ୍ଷରୁ ସେମାନଙ୍କୁ ପ୍ରସାଦ ବଣ୍ଟନ ସହ ଋଷିଙ୍କ ନିକଟକୁ ମଧ୍ୟ ପ୍ରସାଦ ପହଞ୍ଚାଇବାକୁ ଅନୁରୋଧ କରାଯାଇଛି । ତେବେ ଜଣେ ଭାରତୀୟ ବଂଶୋଦ୍ଭବ ଭାବେ ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇ ଚର୍ଚ୍ଚାରେ ରହିଆସିଛନ୍ତି ଋଷି ସୁନକ।

Last Updated : Sep 13, 2023, 4:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.