ETV Bharat / bharat

G20 Summit in India: ବ୍ରିଟେନ ଫେରିଗଲେ ସୁନକ - ଋଷି ସୁନକଙ୍କ ଭାରତ ଗସ୍ତ

ବ୍ରିଟେନ ଫେରିଗଲେ ଋଷି ସୁନକ । ଚର୍ଚ୍ଚାରେ ଥିଲା ଭାରତୀୟ ବଂଶଜ ତଥା ବ୍ରିଟଶ ପ୍ରଧାନମନ୍ତ୍ରୀ ସୁନକଙ୍କ ଭାରତ ଗସ୍ତ । ପୂର୍ବାହ୍ନରେ ଅକ୍ଷରଧାମ ମନ୍ଦିରରେ ଦର୍ଶନ କରିଥିଲେ ସୁନକ-ଅକ୍ଷତା । ଅଧିକ ପଢନ୍ତୁ

G20 Summit in India: ବ୍ରିଟେନ ଫେରିଗଲେ ସୁନକ

author img

By ETV Bharat Odisha Team

Published : Sep 10, 2023, 5:23 PM IST

ନୂଆଦିଲ୍ଲୀ: ଜି20 ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ପ୍ରଥମ ଥର ଭାରତ ଗସ୍ତରେ ଆସିଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଆଜି ବ୍ରିଟେନ ଫେରିଛନ୍ତି । 8 ତାରିଖରେ ଦୁଇ ଦିନିଆ ଗସ୍ତରେ ସୁନକ ସପତ୍ନୀକ ନୂଆଦିଲ୍ଲୀରେ ପହଞ୍ଚିଥିଲେ । ଗତକାଲି ସମ୍ମିଳନୀର ମୁଖ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଭାରତ-ବ୍ରିଟେନ ସମ୍ପର୍କ ନେଇ ଦ୍ବିପାକ୍ଷିକ ଆଲୋଚନା ମଧ୍ୟ କରିଥିଲେ । ଦୁଇ ଦେଶର ସାଧାରଣ ପ୍ରସଙ୍ଗ,ବାଣିଜ୍ଯ ସମେତ ନିବେଶ ପ୍ରସଙ୍ଗରେ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହି ଗସ୍ତରେ ସବୁଠୁ ଅଧିକ ଚର୍ଚ୍ଚାରେ ଥିଲା ସୁନକ ଓ ପତ୍ନୀ ଅକ୍ଷତାଙ୍କ ଅକ୍ଷରଧାମ ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା । ଆଜି ପୂର୍ବାହ୍ନରେ ଉଭୟ ଦିଲ୍ଲୀର ପ୍ରସିଦ୍ଧ ଅକ୍ଷରଧାମ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ହିନ୍ଦୁ ପୋଷାକରେ ନଜର ଆସିଥିଲେ ଉଭୟ ।

ସୁନକଙ୍କ ଭାରତ ଗସ୍ତ ଚର୍ଚ୍ଚାରେ ଥିଲା । ଭାରତ ଆସିଥିବା ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ.ବାଇଡେନଙ୍କ ପରେ ଚର୍ଚ୍ଚାରେ ଥିଲେ ବ୍ରିଟଶ ପ୍ରଧାନମନ୍ତ୍ରୀ ଋଷି ସୁନକ । କାରଣ ଏହି ଭାରତୀୟ ବଂଶଜ ବ୍ରିଟିଶ ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ଭାରତ ଆସିଥିଲେ । ଗତକାଲି ସମ୍ମିଳନୀର ପ୍ରଥମ ଦିନରେ ଗଣମାଧ୍ୟମରେ ତାଙ୍କ ଗର୍ବିତ ମୂଳହିନ୍ଦୁ ମନ୍ତବ୍ୟ ମଧ୍ୟ ବେଶ ଚର୍ଚ୍ଚାରେ ଥିଲା । ଏହାକୁ ସନାତନ ବିରୋଧୀଙ୍କ ପ୍ରତି ସ୍ପଷ୍ଟ ବାର୍ତ୍ତା ବୋଲି ମଧ୍ୟ ବିଜେପି ଓ ଅନ୍ୟ ସଂଗଠନମାନେ ଦର୍ଶାଇଥିଲେ । ସୁନକ କହିଥିଲେ, ‘‘ମୁଁ ଜଣେ ମୂଳହିନ୍ଦୁ ଓ ହିନ୍ଦୁ ଭାବେ ଗର୍ବିତ ମଧ୍ୟ ।’’ ଏହି ଗସ୍ତରେ ଜି20 ସମ୍ମିଳନୀରେ ଅଂଶଗ୍ରହଣ କରିବା ଅବସରରେ ସୁନକ ଆଜି ଗ୍ରୀନ କ୍ଲାଇମେଟ ଫଣ୍ଡ ବାବଦକୁ (GCF) ବ୍ରିଟେନ 2 ବିଲିୟନ ଆମେରିକୀୟ ଡଲାର ପ୍ରଦାନ କରିବା ନେଇ ଘୋଷଣା ମଧ୍ୟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :-G20 summit: ବର୍ଷାରେ ଜଳବନ୍ଦୀ ‘ଭାରତ ମଣ୍ଡପମ’, କଂଗ୍ରେସ କହିଲା ଖୋଲିଲା ବିକାଶର ପୋଲ

ଏହା ମଧ୍ୟ ପଢନ୍ତୁ: - UK PM At Akshardham: ଅକ୍ଷରଧାମ ମନ୍ଦିରରେ ପୂଜାର୍ଚ୍ଚନା କଲେ ଋଷି ସୁନକ

ଅନ୍ଯପଟେ ଗତକାଲିଠାରୁ ଆରମ୍ଭ ହୋଇଥିବା ଜି20 ସମ୍ମିଳନୀ ଆଜି ଶେଷ ହୋଇଛି । ବହୁ ଗୁରୁତ୍ବପୂର୍ଣ୍ଣ ବୈଶ୍ବିକ ନିଷ୍ପତ୍ତି ସହ ଆଜି ଶେଷ ହୋଇଛି ଭାରତ ଅଧ୍ୟକ୍ଷତାରେ ବର୍ଷେବ୍ୟାପୀ ଜାରି ରହିଥିବା ଜି20 ସମ୍ମିଳନୀ । ରାଜଘାଟରେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ସମାଧୀସ୍ଥଳରେ ବିଶ୍ବନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହା ସହ ଦ୍ବିତୀୟ ତଥା ଅନ୍ତିମ କାର୍ଯ୍ୟଦିବସରେ ଭାରତ ଜାତିସଂଘରେ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ ନେଇ ପ୍ରସ୍ତାବ ରଖିଥିଲେ । ସମ୍ମିଳନୀର ଆସନ୍ତା ସଂସ୍କରଣର ଦାୟିତ୍ବ ବ୍ରାଜିଲ ଗ୍ରହଣ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.