ETV Bharat / bharat

ଭୁଶୁଡିଲା ଆନ୍ଧ୍ର-ଓଡ଼ିଶାକୁ ସଂଯୋଗ କରୁଥିବା ବ୍ରିଟିଶ ଅମଳର ବ୍ରିଜ

ଓଡ଼ିଶା ସୀମାନ୍ତ ଆନ୍ଧ୍ରପ୍ରଦେଶର ଇଚ୍ଛାପୁରମରେ ଭୁଶୁଡିଲା ବ୍ରିଟିଶ ଅମଳର ବ୍ରିଜ । ଏହି ବ୍ରିଜ ଦେଇ ଗଞ୍ଜାମ ଜିଲ୍ଲା ପାତ୍ରପୁରକୁ ଅନେକ ଗାଡି ଯାତାୟତ କରିଥାଏ । ଅଧିକ ପଢନ୍ତୁ

author img

By

Published : May 3, 2023, 12:02 PM IST

Updated : May 3, 2023, 2:26 PM IST

ଇଚ୍ଛାପୁରମରେ ଭୁଶୁଡିଲା ବ୍ରିଟିଶ ଅମଳର ବ୍ରିଜ
ଇଚ୍ଛାପୁରମରେ ଭୁଶୁଡିଲା ବ୍ରିଟିଶ ଅମଳର ବ୍ରିଜ
ଇଚ୍ଛାପୁରମରେ ଭୁଶୁଡିଲା ବ୍ରିଟିଶ ଅମଳର ବ୍ରିଜ

ବ୍ରହ୍ମପୁର: ଭୁଶୁଡିଲା ଆନ୍ଧ୍ର ଓ ଓଡ଼ିଶାକୁ ସଂଯୋଗ କରୁଥିବା ବ୍ରିଟିଶ ଅମଳର ବ୍ରିଜ । ଆଜି (ବୁଧବାର) ସକାଳେ ଓଡ଼ିଶା ସୀମାନ୍ତ ଆନ୍ଧ୍ରପ୍ରଦେଶ ଇଚ୍ଛାପୁରମ ଠାରେ ବାହୁଦା ନଦୀ ଉପରେ ଥିବା ପୁରାତନ ବ୍ରିଜଟି ଭୁଶୁଡି ପଡିଛି । ସକାଳେ ଗ୍ରାନାଇଟ ବୋଝେଇ ଗୋଟିଏ ବଡ କଣ୍ଟେନର ଉକ୍ତ ବ୍ରିଜ ଦେଇ ଯାଉଥିବା ସମୟରେ ହଠାତ୍ ଏହା ଭୁଶୁଡି ଯାଇଛି । ଏଥିରେ କାହାର ମୃତ୍ୟୁ ହୋଇନଥିବା ବେଳେ କଣ୍ଟେନର ଚାଳକ ସାମାନ୍ୟ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଏବେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି । ତେବେ ବ୍ରିଜ ଭୁଶୁଡିବା ବେଳେ ସେଠାରେ କୌଣସି ଯାତ୍ରାବାହୀ ଗାଡି ନଥିବାରୁ ଏକ ବଡ ଅଘଟଣ ଟଳି ଯାଇଛି । ଏହି ପୁରୁଣା ପୋଲଟି ଆନ୍ଧ୍ର ଓ ଓଡ଼ିଶାକୁ ସଂଯୋଗ କରୁଥିବା ବେଳେ ଏହା ଭୁଶୁଡି ପଡିବା ଯୋଗୁଁ ଯାତାୟତରେ ଅନେକ ସମସ୍ୟା ହେବ ।

ବାହୁଦା ନଦୀ ଉପରେ ନିର୍ମିତ ଏହି ବ୍ରିଜ ଦେଇ ଗଞ୍ଜାମ ଜିଲ୍ଲା ପାତ୍ରପୁରକୁ ଅନେକ ଗାଡି ଯାତାୟତ କରିଥାଏ । ପାତ୍ରପୁର ବ୍ଲକ ସମେତ ଖାରିଆଗୁଡା ଅଞ୍ଚଳବାସୀ ଏହି ବ୍ରିଜ ଦେଇ ନିୟମିତ ଭାବେ ଗମନାଗମନ କରନ୍ତି । ବର୍ତ୍ତମାନ ବ୍ରିଜଟି ଭୁଶୁଡି ପଡିଥିବା ବେଳେ ଏହା ଉପରେ ନିର୍ଭର କରୁଥିବା ସ୍ଥାନୀୟବାସୀ ଯାତାୟତରେ ଅସୁବିଧା ଭୋଗିବେ । ପାତ୍ରପୁର ଅଞ୍ଚଳର ସୀମାନ୍ତରେ ରହୁଥିବା ଲୋକଙ୍କୁ ଏଣିକି ଅନ୍ୟ ଏକ ରାସ୍ତା ଦେଇ ଯାତାୟତ କରିବାକୁ ପଡିବ ।

୧୯୨୯ ମସିହାରେ ଇଂରେଜମାନେ ବାହୁଦା ନଦୀ ଉପରେ ଏହି ବ୍ରିଜ ନିର୍ମାଣ କରିଥିଲେ । ମୁଖ୍ୟତଃ ବାହୁଦା ନଦୀ ଉପରେ ସ୍ଥିତ ଏହି ପୁରାତନ ବ୍ରିଜ ଇଚ୍ଛାପୁରମ ଗ୍ରାମ ନିକଟରେ ଥିବାବେଳେ ଏହା ଆନ୍ଧ୍ରପ୍ରଦେଶ ସରକାରଙ୍କ ଅଧିନରେ ରହିଛି ।

ଏହାମଧ୍ୟ ପଢନ୍ତୁ: ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟିବେ ନୀତିଶ କୁମାର, ମେ' ୫ରେ ଆସିପାରନ୍ତି ଓଡ଼ିଶା

ମିଳିଥିବା ସୂଚନା ଅନୁସାରେ, କିଛି ଦିନ ପୂର୍ବରୁ ପୋଲଟିର ମରାମତି ହୋଇଥିଲା । ମରାମତି ପରେ ବ୍ରିଜ ଚକାଚକ ଦେଖା ଯାଉଥିଲା । ମାତ୍ର ଗ୍ରାନାଇଟ ବୋଝେଇ କଣ୍ଟେନର ଭାର ସହି ନପାରି ଏହା ଭୁଶୁଡି ଯାଇଛି । ଖବର ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ତେବେ ଏଥିରେ କଣ୍ଟେନର ଚାଳକଙ୍କ ବିଶେଷ କ୍ଷତି ହୋଇନଥିବା ବେଳେ ସେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି ।

ଏହାମଧ୍ୟ ପଢନ୍ତୁ: ଝିଅକୁ ବିଦା କରି ଦୁନିଆରୁ ବିଦାୟ ନେଲେ ବାପା-ମାଆ, ପିକଅପ ଭ୍ୟାନ ଦୁର୍ଘଟଣାରେ 5 ମୃତ

ଇଟିଭି ଭାରତ, ବ୍ରହ୍ମପୁର

Last Updated : May 3, 2023, 2:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.