ETV Bharat / bharat

Karnataka: ବଧୂବେଶରେ ପରୀକ୍ଷା ଦେଲେ ଯୁବତୀ, କଲେଜକୁ ଛାଡିନେଲେ ବର

author img

By ETV Bharat Odisha Team

Published : Sep 10, 2023, 9:00 PM IST

କର୍ଣ୍ଣାଟକରେ ବଧୂବେଶରେ ପରୀକ୍ଷା ଦେଲେ ଯୁବତୀ । ଜାଣନ୍ତୁ ଏହା ପଛର କାରଣ କଣ ? ଅଧିକ ପଢନ୍ତୁ

Karnataka
Karnataka

ବେଙ୍ଗାଲୁରୁ: ବଧୂବେଶରେ ପରୀକ୍ଷା ଦେଲେ ଯୁବତୀ । ବିବାହ ଶେଷ ହେବା ପରେ ସଙ୍ଗେସଙ୍ଗେ କଲେଜକୁ ବାହାରିଲେ ନବବଧୂ । ବିବାହ ପାଇଁ ପରୀକ୍ଷାରୁ ବଞ୍ଚିତ ହେବାକୁ ଚାହୁଁନଥିଲେ ଯୁବତୀ । ଏଣୁ ବିବାହ ଶେଷ ହେବା ପରେ ସେ ପରୀକ୍ଷା ହଲରେ ପହଞ୍ଚିଥିଲେ । ଯୁବତୀଙ୍କ ସ୍ବାମୀ ତଥା ଯୁବକ ଜଣକ ମଧ୍ୟ ବର ବେଶରେ ଯୁବତୀଙ୍କୁ କଲେଜରେ ଛାଡ଼ିଥିଲେ । ଏଭଳି ଏକ ଘଟଣା କର୍ଣ୍ଣାଟକ ଶିବମୋଗା ଅଞ୍ଚଳରେ ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁସାରେ ଯୁବତୀଙ୍କ ବିବାହ ତାରିଖ ପୂର୍ବରୁ ନିର୍ଦ୍ଧାରିତ ହୋଇସାରିଥିଲା । ହେଲେ ବିବାହ ଦିନ ହିଁ ପରୀକ୍ଷା ପୋଗ୍ରାମ ବାହାରିବା ପରେ ଯୁବତୀ ଜଣକ ଏପରି ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ । ଏହି ନବବଧୂ ଜଣକ ହେଉଛନ୍ତି କମଳା ନେହେରୁ କଲେଜର କଳା 3ୟ ବର୍ଷର ଛାତ୍ରୀ ସତ୍ୟବତୀ । ତାଙ୍କ ଘର ଭ୍ରମାପାନଗର ଅଞ୍ଚଳରେ । ଆଜି (ସେପ୍ଟେମ୍ବର 10)ତାରିଖରେ ଯୁବତୀଙ୍କ ଇକୋନୋମିକ୍ସ ପରୀକ୍ଷା ରହିଥିଲା । ସତ୍ୟବତୀ ନିଜ ଜୀବନର 2ଟି ମୁଖ୍ୟ ଇଭେଣ୍ଟରୁ ବଞ୍ଚିତ ହେବାକୁ ଚାହୁଁନଥିଲେ। ଏଣୁ ସେ ବିବାହ ସହିତ ପରୀକ୍ଷା ଦେବା ଲାଗି ମଧ୍ୟ ନିଷ୍ପତ୍ତି ନେଇଥିଲେ ।

Karnataka
ବଧୂବେଶରେ ପରୀକ୍ଷାର୍ଥୀ

ଏହା ବି ପଢନ୍ତୁ- ପୂଜା ପରେ ମଧ୍ୟ ବିବାହ ପାଇଁ ମିଳିଲାନି ମନପସନ୍ଦ କନ୍ୟା ! ମନ୍ଦିରରୁ ଶିବଲିଙ୍ଗ ଫିଙ୍ଗିଦେଲେ ଯୁବକ

ବିବାହ ରୀତିନୀତି ଶେଷ ହେବା ପରେ ସେ ପରୀକ୍ଷା ଦେବା ଲାଗି କଲେଜ ଅଭିମୁଖେ ବାହାରିଥିଲେ । ନବବଧୂ ବେଶରେ ସେ ପରୀକ୍ଷା ହଲ୍‌ରେ ପହଞ୍ଚିଥିଲେ । ବର ଫ୍ରାନ୍ସିସ୍‌ ତାଙ୍କୁ କଲେଜକୁ ଛାଡ଼ି ନେଇଥିବା ଦେଖିବାକୁ ମଧ୍ୟ ମିଳିଥିଲା । ସୂଚନା ଥାଉ କି ଫ୍ରାନ୍ସିସ ଓ ସତ୍ୟବତୀ ଉଭୟ ସୋସିଆଲ ମିଡିଆ ମାଧ୍ୟମରେ ପରସ୍ପରର ସମ୍ପର୍କରେ ଆସିଥିଲେ । ସତ୍ୟବତୀ ଫ୍ରାନ୍ସିସଙ୍କ ପ୍ରେମରେ ପଡ଼ିଥିଲେ । ଫ୍ରାନ୍ସିସଙ୍କ ଘର ତାମିଲନାଡୁର ଏକ ଅଞ୍ଚଳରେ ହୋଇଥିବା ବେଳେ ସେ ଗତ 2 ବର୍ଷ ପୂର୍ବେ ଚାକିରି ପାଇଁ ରାଜଧାନୀ ଚେନ୍ନାଇରେ ରହି ଆସୁଛନ୍ତି । ଏଠାରେ ଏକ ଘରୋଇ କମ୍ପାନୀରେ ଫ୍ରାନ୍ସିସ କାମ କରୁଥିବା ଜଣାପଡ଼ିଛି ।

ତେବେ ଉଭୟ ପରସ୍ପରର ପ୍ରେମରେ ପଡ଼ିବା ପରେ ବିବାହ ଲାଗି ସ୍ଥିର କରିଥିଲେ । ଏନେଇ ସେ ନିଜ ପରିବାର ଲୋକଙ୍କୁ ମଧ୍ୟ ଅବଗତ କରାଇଥିଲେ । ସତ୍ୟବତୀ ଓ ଫ୍ରାନ୍ସିସଙ୍କ ବିବାହ ତାରିଖ ସେପ୍ଟେମ୍ବର 10 ତାରିଖ ନେଇ ନିର୍ଦ୍ଧାରିତ ହୋଇଥିଲା । ଆଜି ସତ୍ୟବତୀଙ୍କ ପୈତୃକ ଘରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ସକାଳେ ବିବାହ ରୀତିନୀତି ଶେଷ ହେବା ପରେ ସତ୍ୟବତୀ ପରୀକ୍ଷା ଦେବାକୁ କଲେଜ ଯାଇଥିଲେ ବୋଲି ତାଙ୍କ ସମ୍ପର୍କୀୟ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.