ETV Bharat / bharat

Bride stops wedding: ବର ପକ୍ଷ ଯୌତୁକରେ ଅସନ୍ତୁଷ୍ଟ କନ୍ୟା, ଭାଙ୍ଗିଲା ବିବାହ - ଶିଶୁପାଳ

ପୁଅ ଘର ଯୌତୁକରେ ନା ଖୁସ୍‌ କନ୍ୟା । ଯୌତୁକ ବାବଦକୁ ଅଧିକ ଅର୍ଥ ବର ପକ୍ଷ ନ ଦେବାରୁ ବାହାଘର ଭାଙ୍ଗିଲେ ଯୁବତୀ । ତେଲେଙ୍ଗାନାରେ ଘଟିଛି ଏଭଳି ବିରଳ ଘଟଣା । ଅଧିକ ପଢନ୍ତୁ

Bride stops wedding
Bride stops wedding
author img

By

Published : Mar 10, 2023, 4:40 PM IST

ହାଇଦ୍ରାବାଦ: ଯୌତୁକକୁ ନେଇ ପୁଅ ଘର ଲୋକେ ବାହାଘର ଭାଙ୍ଗିବା ତ ସାଧାରଣ କଥା । ହେଲେ ଏଠାରେ କନ୍ୟା ପକ୍ଷରୁ ଭାଙ୍ଗିଛି ବିବାହ ଉତ୍ସବ । ପୁଅ ଘର ପକ୍ଷରୁ ଯୌତୁକ ଲାଗି ଦିଆଯାଇଥିବା ଅର୍ଥରେ ଅସନ୍ତୁଷ୍ଟ ଯୁବତୀ ଶେଷରେ ବିବାହ ମଣ୍ଡପରେ ବାହା ହେବାକୁ ମନା କରିଦେଇଥିବା ଜଣାପଡ଼ିଛି । ଫଳରେ ବିବାହ ଭାଙ୍ଗିଥିବା ବେଳେ ଶିଶୁପାଳ ହୋଇ ଘରକୁ ଫେରିଛି ବର । ତେଲେଙ୍ଗାନା ମାଲକାଜିଗିରି ଜିଲ୍ଲାର ଘଟକେସାର ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି ଏଭଳି ଘଟଣା । ଏହାପରେ ବର ପକ୍ଷ ଥାନାରେ ଅଭିଯୋଗ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ବିବାହ ଲାଗି ବର ପକ୍ଷରୁ କନ୍ୟାକୁ ଯୌତୁକ ବାବଦକୁ ୨ ଲକ୍ଷ ଟଙ୍କା ଦିଆଯାଇଥିଲା । ମାତ୍ର ଏହି ଅର୍ଥ କନ୍ୟା ପାଇଁ ପର୍ଯ୍ୟାପ୍ତ ନଥିବା ଅଭିଯୋଗ ହୋଇଥିଲା । ଫଳରେ ସେ ଯୌତୁକ ବାବଦରେ ଦିଆଯାଇଥିବା ଅର୍ଥକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ବିବାହର ମାତ୍ର ଘଣ୍ଟାଏ ପୂର୍ବରୁ ବାହା ହେବାକୁ ମନା କରିଦେଇଥିଲେ । କନ୍ୟାଙ୍କ ନିଷ୍ପତ୍ତିକୁ ପରିବାର ମଧ୍ୟ ସମର୍ଥନ ଜଣାଇଥିଲା । ବିବାହ ପାଇଁ ମଣ୍ଡପ ପ୍ରସ୍ତୁତ ଥିଲା, ସାଜସଜ୍ଜା, ଭୋଜିଭାତର ଆୟୋଜନ ମଧ୍ୟ ହୋଇଥିଲା । ହେଲେ ଶେଷରେ ବିବାହ ହୋଇପାରିନଥିଲା ।

ଏହା ବି ପଢନ୍ତୁ- କେରଳରେ ଲାଗୁହେବ ନର୍ଥଇଷ୍ଟ୍ ମଡେଲ୍: ପୂର୍ବୋତ୍ତର ବିଜୟ ପରେ କେରଳ ଦଖଲ ଲକ୍ଷ୍ୟରେ ବିଜେପି

ଏହାପରେ ବର ପକ୍ଷ ଘଟକେସାର ପୋଲିସ ଷ୍ଟେସନରେ ଅଭିଯୋଗ କରିଥିବା ଜଣାପଡ଼ିଛି । ପୋଲିସର କହିବା ଅନୁସାରେ ବର ଜଣକ ମାଲକାଜିଗିରି ଜିଲ୍ଲାର ମେଡଚାଲ ପୋଚାରାମ ମ୍ୟୁନିସପାଲିଟି ଅଞ୍ଚଳର । ସେ ଖାମାମ ଜିଲ୍ଲାର ଜଣେ ଯୁବତୀଙ୍କ ସହିତ ନିର୍ବନ୍ଧ କରିଥିଲେ । ଏହାପରେ ୨ ପରିବାରର ବରିଷ୍ଠ ସଦସ୍ୟଙ୍କ ଉପସ୍ଥିତିରେ ଉଭୟଙ୍କ ବିବାହ ଲାଗି ତାରିଖି ସ୍ଥିର କରାଯାଇଥିଲା । ଗତକାଲି (ମାର୍ଚ୍ଚ ୯ ତାରିଖ) ରାତି ୭.୨୧ରେ ବିବାହ ପାଇଁ ଲଗ୍ନ ସ୍ଥିର ହୋଇଥିଲା । ଉଭୟ ପକ୍ଷରୁ ବିବାହ ଲାଗି ସମ୍ପର୍କୀୟ ଓ ଆଖପାଖ ଲୋକଙ୍କୁ ନିମନ୍ତ୍ରଣ କାର୍ଡ ଦିଆଯାଇଥିଲା । ଯେତେବେଳେ ଅତିଥି ବିବାହ ମଣ୍ଡପ ନିକଟରେ ପହଞ୍ଚିଥିଲେ ତ ବିବାହ ହେଉନଥିବା ଦେଖିବାକୁ ପାଇଥିଲେ । ସେମାନେ ଏନେଇ ବର ପକ୍ଷକୁ ଯୋଗାଯୋଗ କରିବା ପରେ ପ୍ରକୃତ ଘଟଣା ସମ୍ପର୍କରେ ଜାଣିପାରିଥିଲେ ।

ଯୁବତୀ ଜଣକ ଯୌତୁକ ବାବଦକୁ ଦିଆଯାଉଥିବା ଅର୍ଥରେ ସନ୍ତୁଷ୍ଟ ନଥିବା ପୋଲିସକୁ କହିଛନ୍ତି ଏବଂ ଅଧିକ ଅର୍ଥ ଦାବି କରିଥିଲେ । ଯଦି ଅଧିକ ଅର୍ଥ ନ ଦିଆଯାଏ ତେବେ ସେ ବିବାହ କରିବେ ନାହିଁ ବୋଲି ମଧ୍ୟ ବର ପକ୍ଷକୁ କହିଥିଲେ । ତେବେ ବର ପକ୍ଷ ଅଧିକ ଅର୍ଥ ଦେବାକୁ ରାଜି ନ ହେବାରୁ ସେ ବିବାହ ପାଇଁ ମନା କରିଦେଇଥିଲେ ଯୁବତୀ । ଏହାପରେ ବର ପକ୍ଷ ଘଟଣାରେ ପୋଲିସର ହସ୍ତକ୍ଷେପ ଲୋଡ଼ିଥିଲା । ଏହାପରେ ସର୍କଲ ଇନିସପେକ୍ଟର ଅଶୋକ ରେଡ୍ଡି କନ୍ୟା ପକ୍ଷକୁ ସମନ ଜାରି କରିଛି । ଏହାସହ ଉଭୟ ପକ୍ଷ ମଧ୍ୟରେ ଆପୋଷ ବୁଝାମଣା କରିବା ଲାଗି ପ୍ରସ୍ତାବ ମଧ୍ୟ ଦେଇଛି । ମାତ୍ର ଶେଷରେ ଉଭୟ ପକ୍ଷ ବିବାହ ଲାଗି ରାଜି ନହେବାରୁ ଏହି ବିବାହ ଭାଙ୍ଗିଥିବା ପୋଲିସ କହିଛି ।

ସୂଚନା ଥାଉ କି ଏବେ ସମାଜରେ ଯୁବକଙ୍କ ସଂଖ୍ୟା ତୁଳନାରେ ଯୁବତୀଙ୍କ ସଂଖ୍ୟା ବହୁ କମ ରହିଛି । ଫଳରେ ବଦଳିଛି ବହୁ ବର୍ଷରୁ ଚାଲିଆସୁଥିବା ସମାଜର ନିୟମ । ପୂର୍ବରୁ ବିବାହ ସମୟରେ ବର ପକ୍ଷକୁ କନ୍ୟା ପରିବାର ଯୌତୁକ ଦେଉଥିଲେ । ମାତ୍ର ଏବେ ଘରକୁ ବୋହୂଟିଏ ଆଣିବା କଷ୍ଟକର ହୋଇପଡୁଥିବାରୁ କନ୍ୟା ପକ୍ଷକୁ ଯୌତୁକ ଦିଆଯାଉଛି । ଦେଶର ଅନେକ ରାଜ୍ୟରେ ଯୁବତୀଙ୍କୁ ଯୌତୁକ ଦେଉଛନ୍ତି ବର ପକ୍ଷ । ତେବେ ଏଠାରେ ବିବାହ ଲାଗି କନ୍ୟାଙ୍କୁ ଯୌତୁକ ଦିଆଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.