ETV Bharat / bharat

ବିବାହର ପ୍ରତିଶ୍ରୁତି ଭଙ୍ଗ କରିବା ଅପରାଧ ନୁହେଁ : କର୍ଣ୍ଣାଟକ ହାଇକୋର୍ଟ

author img

By

Published : Jan 27, 2022, 3:41 PM IST

ବିବାହର ପ୍ରତିଶୃତି ଦେଇ ବିବାହ ନକରିବା ପ୍ରତାରଣା ନୁହଁ । ଏମିତି ଘୋଷଣା କରିଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ଅଧିକ ପଢନ୍ତୁ

ବିବାହର ପ୍ରତିଶୃତି ଭଙ୍ଗ କରିବା ଅପରାଧ ନୁହଁ: କର୍ଣ୍ଣାଟକ ହାଇକୋର୍ଟ

ବେଙ୍ଗାଲୁର: ବିବାହର ପ୍ରତିଶୃତି ଦେଇ ବିବାହ ନ କରିବା ଏକ ଅପରାଧ ନୁହେଁ । ଭାରତୀୟ ପେନାଲ କୋଡ (ଆଇପିସି) ଅନୁଯାୟୀ ଏହା ପ୍ରତାରଣା ଅପରାଧ ବୋଲି ବିବେଚନା କରାଯାଇପାରିବ ନାହିଁ । ଏମିତି ଘୋଷଣା କରିଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ଜଣେ ଯୁବକ ଜଣେ ଯୁବତୀଙ୍କୁ ଆଠ ବର୍ଷ ଧରି ପ୍ରେମ ସମ୍ପର୍କ ରଖିବା ପରେ ବିବାହ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଯୁବକ ଜଣଙ୍କ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଥିଲେ । ଏନେଇ ଉକ୍ତ ଯୁବକ ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ପ୍ରତାରଣାର ଅଭିଯୋଗ ହୋଇଥିଲା ।

ବେଙ୍ଗାଲୁର କେଆର ପୁରର ଭେଙ୍କଟସଙ୍କ ବିରୋଧରେ ଏଭଳି ଅଭିଯୋଗ ହୋଇଥିବାବେଳେ ଜଷ୍ଟିସ୍ କେ ନଟରାଜନଙ୍କ ନେତୃତ୍ୱରେ ଗଠିତ ଏକ ଖଣ୍ଡପୀଠ ଏକ ଆଦେଶ ନାମା ଜାରି କରି ଏହା ଅପରାଧ ନୁହଁ ବୋଲି ବିବେଚନା କରିଛନ୍ତି । ଏଥିରେ ଦର୍ଶାଯାଇଛି ଯେ ଆବେଦନକାରୀ ବିବାହର ପ୍ରତିଶ୍ରୁତି ଦେଇ ବିବାହ କରିନାହାନ୍ତି । ଏହା ଏକ ପ୍ରତାରଣା ନୁହେଁ। ଏହାକୁ ଭାରତୀୟ ଦଣ୍ଡ ସଂହିତା 415ରେ ଅନ୍ତର୍ଭୁକ୍ତ କରାଯାଇପାରିବ ନାହିଁ ବୋଲି ଖଣ୍ଡପୀଠ ଘୋଷଣା କରିଛନ୍ତି ।

ପ୍ରତାରଣା ଉଦ୍ଦେଶ୍ୟରେ ସେତେବେଳେ ମାମାଲା ଦାୟର ହେବ, ଯେତେବେଳେ ବିବାହ ପାଇଁ ଏକ ଏଗ୍ରିମେଣ୍ଟ ହୋଇଥିବ । କିନ୍ତୁ ଏହି ମାମଲାରେ ସେମିତି କିଛି ନାହିଁ । ଏହା ଆଇପିସି ଧାରା 420 ଅନୁଯାୟୀ ଅପରାଧ ହୋଇପାରିବ ନାହିଁ ବୋଲି କୋର୍ଟ ଏହାର ଆଦେଶରେ କହିଛନ୍ତି । ଆବେଦନକାରୀ ଭେଙ୍କଟେଶ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ 5 ମଇ 2020ରେ ଅଭିଯୋଗ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.