ETV Bharat / bharat

Chandigarh university case: ଯୁବତୀଙ୍କ ପୁରୁଷ ବନ୍ଧୁଙ୍କ ସମେତ ୨ ଗିରଫ - ଚଣ୍ଡିଗଡ ବିଶ୍ବବିଦ୍ୟାଳୟରେ ଉତ୍ତେଜନା

ଚଣ୍ଡିଗଡ ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କ ଭିଡିଓ ଭାଇରାଲ ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ ଆରମ୍ଭ । ଶିମଲାରୁ ଗିରଫ ହେଲା ସମ୍ପୃକ୍ତ ଯୁବତୀଙ୍କ ପୁରଷ ବନ୍ଧୁ (mohali private university video viral) । ଅନ୍ୟ ଜଣେ ଯୁବକ ମଧ୍ୟ ଅଟକ । ଅଧିକ ପଢନ୍ତୁ

chandigarh university case: ଭିଡିଓ ଭାଇରାଲ କରିଥିବା ଯୁବତୀଙ୍କ ପୁରଷ ବନ୍ଧୁ ଗିରଫ

author img

By

Published : Sep 18, 2022, 10:34 PM IST

ଶିମଲା: ଚଣ୍ଡିଗଡ ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ ହେବା ଘଟଣାରେ ସମ୍ପୃକ୍ତ ଛାତ୍ରୀଙ୍କ ପୁରୁଷ ବନ୍ଧଙ୍କୁ ଶିମଲାରୁ ଗିରଫ କରାଯାଇଛି (mohali private university video viral) । ହିମାଚଳ ପ୍ରଦେଶ ପୋଲିସ ତାକୁ ଗିରଫ ପରେ ପଞ୍ଜାବ ପୋଲିସକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି । ଏବେ ୨୩ ବର୍ଷୀୟ ଅଭିଯୁକ୍ତ ଯୁବକ ହିମାଚଳ ପ୍ରଦେଶର ବାସିନ୍ଦା ବୋଲି ମଧ୍ୟ ଜଣାପଡିଛି । ଏହା ସହ ପୋଲିସ ଘଟଣାରେ ସମ୍ପୃକ୍ତ ଅନ୍ୟ ଜଣେ ୩୧ ବର୍ଷୀୟ ଯୁବକକୁ ମଧ୍ୟ ଅଟକ ରଖିଥିବା ସୂଚନା ମିଳିଛି ।

ପ୍ରାୟ ୬୦ ଛାତ୍ରୀଙ୍କର ଆପତ୍ତିଜନକ ଭିଡିଓ (60 students mms viral) ଭାଇରାଲ ହେବା ଘଟଣାରେ ସମଗ୍ର ବିଶ୍ବବିଦ୍ୟାଳୟ କ୍ୟାମ୍ପସ ଉତ୍ତେଜନାପୂର୍ଣ୍ଣ ରହିଛି । ଶତାଧିକ ଛାତ୍ରଛାତ୍ରୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବିରେ କ୍ୟାମ୍ପସରେ ପ୍ରତିବାଦ କରିଛନ୍ତି (ruckus in mohali university)। ସ୍ଥିତିକୁ ଦେଖି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆସନ୍ତକାଲି ଠାରୁ 2 ଦିନ (ସେପ୍ଟେମ୍ବର 19 ଏବଂ 20 ତାରିଖ) ପର୍ଯ୍ୟନ୍ତ କ୍ୟାମ୍ପସରେ ସମସ୍ତ ଏକାଡେମିକ କାର୍ଯ୍ୟକ୍ରମ ବନ୍ଦ ରଖିବା ପାଇଁ ଘୋଷଣା କରିଛନ୍ତି ।

ପୂର୍ବରୁ ଅପରାହ୍ନରେ ଏହି ମାମଲାରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସ୍ପଷ୍ଟୀକରଣ ମଧ୍ୟ ଆସିଥିଲା । ଅନେକ ଛାତ୍ରୀଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ ହେବା ଅଭିଯୋଗକୁ କର୍ତ୍ତୃପକ୍ଷ ଖଣ୍ଡନ କରିବା ସହ ସମ୍ପୃକ୍ତ ଛାତ୍ରୀଜଣଙ୍କ ନିଜ ବ୍ୟକ୍ତିଗତ ଭିଡିଓ ନିଜ ପୁରୁଷ ବନ୍ଧୁଙ୍କ ନିକଟକୁ ପଠାଇଥିବା କହିଥିଲେ । ସେହିପରି ଅନ୍ୟଛାତ୍ରୀଙ୍କ ଭିଡିଓ ଭାଇରାଲ ହେବା ଓ ଏକାଧିକ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଖବରକୁ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଖଣ୍ଡନ କରିଥିଲେ ।

ଅନ୍ୟପଟେ ଘଟଣାର ମୁଖ୍ୟ ଚରିତ୍ର କୁହାଯାଉଥିବା ସମ୍ପୃକ୍ତ ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କ ସଂଧ୍ୟାରେ ଶିମଲାରୁ ପୋଲିସ ଗିରଫ କରିଛି । ଜେରା ଜାରି ରହିଥିବାବେଳେ, ତାକୁ ଜେରା କରାଯାଇ ଅଧିକ ତଥ୍ୟ ହାସଲ କରିବା ପାଇଁ ପୋଲିସ ପ୍ରୟାସ ଜାରି ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.