ETV Bharat / bharat

ଅଫରେସନ ପୂର୍ବରୁ ନେଉଥିଲେ ଆନାସ୍ଥେସିଆ, ହୃଦଘାତରେ ଚାଲିଗଲା ଜୀବନ - ଅଫରେସନ ପୂର୍ବରୁ ନେଉଥିଲେ ଆନାସ୍ଥେସିଆ

ଅଫରେସନ ପୂର୍ବରୁ ଆନାସ୍ଥେସିଆ ଦିଆଯିବା ବେଳେ ହୃଦଘାତ ଆସିବାରୁ ନାବାଳକର ଚାଲିଗଲା ଜୀବନ । ଅଧିକ ପଢନ୍ତୁ

ଅଫରେସନ ପୂର୍ବରୁ ନେଉଥିଲେ ଆନାସ୍ଥେସିଆ, ହୃଦଘାତରେ ଚାଲିଗଲା ଜୀବନ

author img

By

Published : Sep 8, 2022, 3:28 PM IST

ହାଇଦ୍ରାବାଦ: ହାତ ଅପରେସନ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ନବାଳକ, ଅଫରେସନ ପୂର୍ବରୁ ଆନାସ୍ଥେସିଆ(anesthesia) ଦିଆଯିବା ବେଳେ ହୃଦଘାତ ଆସିବାରୁ ଚାଲିଗଲା ଜୀବନ (boy has died while giving anesthesia) । ଏଭଳି ଘଟଣା ଘଟିଛି ତେଲେଙ୍ଗାନାର ୱାରଙ୍ଗାଲ ଏମଜିଏମ ଡାକ୍ତରଖାନା(Warangal MGM hospital)ରେ । ମୃତ ନାବାଳକ ହେଉଛନ୍ତି ୱାରଙ୍ଗାଲ ଜିଲ୍ଲାର ଲିଙ୍ଗିଆ ଟାଣ୍ଡା । ଗତ ମଙ୍ଗଳବାର ଦିନ ଲିଙ୍ଗିଆଙ୍କ ମୃ୍ତ୍ୟୁ ହୋଇଥିବା ଜଣାପଡିଛି ।

ସେପ୍ଟେମ୍ବର ୪ତାରିଖରେ ଏକ ସଡକ ଦୁର୍ଘଟଣାରେ ଲିଙ୍ଗିଆଙ୍କ ଡାହାଣ ହାତ ଭାଙ୍ଗି ଯିବାରୁ ସେ ଏମଜିଏମ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେପ୍ଟେମ୍ବର ୬ ତାରିଖ ମଙ୍ଗଳବାର ଦିନ ହାତ ଅପରେସନ ପାଇଁ ତାଙ୍କୁ ସକାଳ ୧୦ଟା ୩୦ ମିନଟରେ ଅପେରସନ ଥିଏଟରକୁ ନିଆଯାଇଥିଲା । ସେଠାରେ ଡାକ୍ତର ଅପରେସନ ପୂର୍ବରୁ ଆନାସ୍ଥେସିଆ ଦେବା ସମୟରେ ହଠାତ ନାବାଳକ ଜଣଙ୍କୁ ହୃଦଘାତ ଆସିଥିଲା । ଏହା ପରେ ତାଙ୍କୁ RICU ଓ୍ବାର୍ଡରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତରଙ୍କ ସମସ୍ତ ଚେଷ୍ଟା ପରେ ମଧ୍ୟ ନାବାଳକର ମୃତ୍ୟୁ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-ଡୁଡଲରେ ସଙ୍ଗୀତଜ୍ଞ ଭୂପେନ ହଜାରିକାଙ୍କ ଜନ୍ମ ଜୟନ୍ତୀ ପାଳିଲା ଗୁଗଲ୍‌

ଏହି ଘଟଣା ଘଟିବା ପରେ ମୃତ ନାବାଳକର ପରିବାର ଏହାର ପ୍ରତିବାଦ କରିଥିଲେ । ଏପରିକି ସଂପୃକ୍ତ ଡାକ୍ତରଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ମାତ୍ର ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରୀଙ୍କୁ ଏଥିରୁ ନିବୃତ୍ତ କରି ଡାକ୍ତରଙ୍କୁ ସୁରକ୍ଷା ଦେଇଥିଲେ । ତେବେ ନାବାଳକର ମୃତ୍ୟୁର କାରଣ ନେଇ ବରିଷ୍ଠ ଡାକ୍ତରଙ୍କ ସହ ଏକ ତିନି ଜଣିଆ କମିଟି ଗଠନ କରାଯାଇଥିବା ହସ୍ପିଟାଲ ସୁପରିଟେଣ୍ଡେଣ୍ଟ ଡାକ୍ତର ଚନ୍ଦ୍ରଶେଖର ସୂଚନା ଦେଇଛନ୍ତି । ହସ୍ପିଟାଲ ଡିଏମଇ(DME) ଡକ୍ଟର ରମେଶ ରେଡ୍ଡୀ ଏମଜିଏମ ଅଧିକାରୀଙ୍କୁ ଏହି ଘଟଣା ସମ୍ପର୍କରେ ରିପୋର୍ଟ ମାଗିଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.