ETV Bharat / bharat

ଉଦ୍ଧାର ହେଲା ବୋରଓ୍ବେଲରେ ଖସି ପଡିଥିବା ଶିଶୁ: ହସ୍ପିଟାଲରେ ମୃତ - ବୋରଓ୍ବେଲରେ ପଡିଥିବା ଶିଶୁ ମୃତ

3ଶହ ଫୁଟ ଗଭୀର ବୋରଓ୍ବେଲରୁ ଉଦ୍ଧାର ହେଲା ଶିଶୁ । ହସ୍ପିଟାଲରେ ଭର୍ତ୍ତି ପରେ ମୃତ ଘୋଷଣା କଲେ ଡାକ୍ତର । ଅବସ୍ଥା ସଙ୍କଟାପନ୍ନ ଥିବା ଯୋଗୁଁ ଭେଣ୍ଟିଲେଟରରେ ରଖାଯାଇଥିଲା । ଅଧିକ ପଢନ୍ତୁ

ବୋରଓ୍ବେଲରେ ଖସି ପଡିଥିବା ଶିଶୁ ଉଦ୍ଧାର: ହସ୍ପିଟାଲରେ ମୃତ

author img

By

Published : May 22, 2022, 8:34 PM IST

ଚଣ୍ଡିଗଡ: ପଞ୍ଜାବର ଗର୍ଦ୍ଧିଓ୍ବାଲାରେ ୩ଶହ ଫୁଟ ଗଭୀର ଏକ ନିର୍ମାଣାଧୀନ ବୋରଓ୍ବେଲରେ ଖସି ପଡିଥିବା ୬ ବର୍ଷୀୟ ଶିଶୁକୁ ଦୀର୍ଘ ଘଣ୍ଟାର ଅଭିଯାନ ପରେ ଉଦ୍ଧାର କରାଯାଇଥିଲେ ସୁଦ୍ଧା ଶିଶୁଟିକୁ ବଞ୍ଚାଯାଇ ପାରିନାହିଁ । ହସ୍ପିଟାଲରେ ଶିଶୁଟିର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଉଦ୍ଧାର ହେଲା ବୋରଓ୍ବେଲରେ ଖସି ପଡିଥିବା ଶିଶୁ: ହସ୍ପିଟାଲରେ ମୃତ

ଶିଶୁଟିକୁ ଉଦ୍ଧାର ପରେ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଶିଶୁଟିର ଅବସ୍ଥା ସଙ୍କଟାପନ୍ନ ଥିବା ଯୋଗୁଁ ତାକୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଥିଲା । ତେବେ ମାତ୍ର କିଛି ସମୟର ବ୍ୟବଧାନ ପରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଛନ୍ତି । ଉଦ୍ଧାରକାରୀ ଟିମ ସହ NDRF ଯବାନ ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ଶିଶୁଟିକୁ 3ଶହ ଫୁଟ ଗଭୀର ବୋରଓ୍ବେଲରୁ ଉଦ୍ଧାର କରିଥିଲେ । ତେବେ ସବୁ ପ୍ରୟାସ ପରେ ମଧ୍ୟ ଶିଶୁଟି ହସ୍ପିଟାଲରେ ଆଖି ବୁଜିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.