ETV Bharat / bharat

Monsoon session: ହଟ୍ଟଗୋଳ ଯୋଗୁ ଉଭୟ ଗୃହ ମୁଲତବୀ

ପୁଣି ଉଭୟ ଗୃହ ଅଚଳ । ଶିବସେନା ସଞ୍ଜୟ ରାଉତ ଗିରଫ ପ୍ରସଙ୍ଗ ଓ ସାଂସଦ ନିଲମ୍ବନ ପ୍ରତିବାଦରେ ଉଭୟ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ । ଉଭୟ ଗୃହକାର୍ଯ୍ୟ ମୁଲତବୀ । ଅଧିକ ପଢନ୍ତୁ

author img

By

Published : Aug 1, 2022, 1:29 PM IST

Monsoon session: ହଟ୍ଟଗୋଳ ଯୋଗୁ ଉଭୟ ଗୃହ ମୁଲତବୀ
Monsoon session: ହଟ୍ଟଗୋଳ ଯୋଗୁ ଉଭୟ ଗୃହ ମୁଲତବୀ

ନୂଆଦିଲ୍ଲୀ: ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ମୁଲତବୀ ହୋଇଛି ସଂସଦର ଉଭୟ ଗୃହ । ରାଜ୍ୟସଭା ଓ ଲୋକସଭାର ଗୃହକାର୍ଯ୍ୟ ପ୍ରକ୍ରିୟା ଆଜି (ସୋମବାର) ପ୍ରାୟ ଏକ ଘଣ୍ଟା ପାଇଁ ସ୍ଥଗିତ ରଖାଯାଇଛି । ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କ ଗିରଫଦାରୀ ତଥା ଅନ୍ୟାନ୍ୟ ପ୍ରସଙ୍ଗରେ ବିରୋଧୀ ସାଂସଦଙ୍କ ହଟ୍ଟଗୋଳ ଯୋଗୁ ରାଜ୍ୟସଭାର ପ୍ରୋସିଡିଂ ସ୍ଥଗିତ ରଖିଛି ।

ରାଉତଙ୍କ ଗିରଫଦାରୀକୁ ବିରୋଧ କରି ଶିବସେନା ସାଂସଦମାନେ ସେମାନଙ୍କ ଆସନରେ ଛିଡା ହୋଇ ପ୍ରତିବାଦ କରିବା ସହ ସରକାର ବରୋଧୀ ନାରା ଦେଇଥିବା ଦେଖିବାକୁ ମିଳିଥିଲା । ଫଳରେ ଉଚ୍ଚ ସଦନକୁ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ମୁଲତବୀ ଘୋଷଣା କରିଥିଲେ । ଅନ୍ୟପଟେ ନିମ୍ନ ସଦନ ଲୋକସଭାେରେ ମଧ୍ୟ ଅନୁରୂପ ଭାବେ ଅଚଳାବସ୍ଥା ଦେଖିବାକୁ ମିଳିଛି ।

ବିରୋଧୀ ଦଳର ଚାରିଜଣ କଂଗ୍ରେସ ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହାର ଦାବିରେ ବିରୋଧୀ କଂଗ୍ରେସ ସମେତ ଅନ୍ୟ କିଛି ବିରୋଧୀ ଦଳର ସାଂସଦ ମଧ୍ୟ ନାରାବାଜୀ କରିବା ସହ ହଟ୍ଟଗୋଳ କରିଥିଲେ । ଫଳରେ ଗୃହକାର୍ଯ୍ୟ ସ୍ବାଭାବିକ ହୋଇ ପାରିନାହିଁ । ବିରୋଧ ପରେ ଲୋକସଭାକୁ ସ୍ଥଗିତ ରଖାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.