ଲଣ୍ଡନ: କୋଭିଡ ନିୟମ ଭାଙ୍ଗି ଚର୍ଚ୍ଚାରେ ରହିଥିବା ବ୍ରିଟିଶ ପ୍ରଧାନମନ୍ତ୍ରୀ ତାଙ୍କର ଆଉ ଏକ ସମାନ କାର୍ଯ୍ୟ ପାଇଁ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ପୁଣି ଥରେ କୋଭିଡ ନିୟମକୁ ଖୋଦ ପ୍ରଧାନମନ୍ତ୍ରୀ ଭାଙ୍ଗିବା ପରେ ଦଣ୍ଡ ସ୍ବରୂପ ଜୋରିମାନା ଦେବାକୁ ଯାଉଛନ୍ତି । ଏଥର କିନ୍ତୁ ବୋରିଶ ଏକା ନାହାନ୍ତି ତାଙ୍କ ସହ ବ୍ରିଟେନର ଅର୍ଥମନ୍ତ୍ରୀ ମଧ୍ୟ ରହିଛନ୍ତି ।
ପ୍ରଧାନମନ୍ତ୍ରୀ ବୋରିସ ଜନସନ ଓ ଅର୍ଥମନ୍ତ୍ରୀ ଋଷି ସୁନାକ ଉଭୟଙ୍କୁ ଜୋରିମାନା ଭରିବାକୁ ପଡ଼ିବ ବୋଲି ଜଣାପଡ଼ିଛି । ଉଭୟ ଲକଡାଉନ ନିୟମ ନିୟମ ଉଲ୍ଲଙ୍ଘନ କରି କିଛି କାର୍ଯ୍ୟକ୍ରମ କରିବା ପରେ ବିବାଦକୁ ଆସିଥିଲେ । ତେବେ ଏପରି କରିବା ଜନସନଙ୍କ ପକ୍ଷରେ ପ୍ରଥମ ଘଟଣା କିମ୍ବା ନୂଆ କଥା ମଧ୍ୟ ନୁହେଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ