ETV Bharat / bharat

ଜମ୍ମୁ ଅର୍ନିଆରେ ପୁଣି ଉଡିଲା ପାକ୍ ଡ୍ରୋନ୍‌, ସେନାର ଗୁଳିମାଡ

ପୁଣି ଭାରତ ଆକାଶରେ ଉଡିଲା ପାକିସ୍ତାନ ଡ୍ରୋନ । ଜମ୍ମୁର ଅର୍ନିଆ ଅଞ୍ଚଳରେ ଏକ ପାକିସ୍ତାନ ଡ୍ରୋନ ଉଡୁଥିବାର ଦେଖିବାକୁ ମିଳିଛି । ସୀମା ସୁରକ୍ଷାବଳ ପକ୍ଷରୁ ଡ୍ରୋନକୁ ଗୁଳିମାଡ କରାଯାଇଛି । ଅଧିକ ପଢନ୍ତୁ

author img

By

Published : Jun 9, 2022, 11:01 AM IST

ଜମ୍ମୁ ଅର୍ନିଆରେ ପୁଣି ଉଡିଲା ପାକ୍ ଡ୍ରୋନ୍‌
ଜମ୍ମୁ ଅର୍ନିଆରେ ପୁଣି ଉଡିଲା ପାକ୍ ଡ୍ରୋନ୍‌

ଶ୍ରୀନଗର: ପୁଣି ଭାରତ ଆକାଶରେ ଉଡିଲା ପାକିସ୍ତାନ ଡ୍ରୋନ । ଜମ୍ମୁର ଅର୍ନିଆ ଅଞ୍ଚଳରେ ଏକ ପାକିସ୍ତାନ ଡ୍ରୋନ ଉଡୁଥିବାର ଦେଖିବାକୁ ମିଳିଛି । ସୀମା ସୁରକ୍ଷାବଳ ପକ୍ଷରୁ ଡ୍ରୋନକୁ ଗୁଳିମାଡ କରାଯାଇଛି । ପରେ ସନ୍ଦିଗ୍ଧ ଡ୍ରୋନ୍‌ଟି ପାକିସ୍ତାନ ପାର୍ଶ୍ବକୁ ଫେରିଯାଇଥିବା କହିଛି ବିଏସଏଫ (BSF) । ଆଜି ଭୋର ପାଖାପାଖି 4ଟା 45ରେ ଘଟଣା ଘଟିଛି ।

  • Search operation underway by BSF and J&K Police close to the international border in J&K’s Arnia Sector where the troops fired at a drone yesterday. pic.twitter.com/9VyEEajeTE

    — ANI (@ANI) June 9, 2022 " class="align-text-top noRightClick twitterSection" data=" ">

ଅର୍ନିଆ ଅଞ୍ଚଳରେ ହଠାତ ଆକାଶରେ ଏକ ଲାଇଟ ଦେଖାଯାଇଥିଲା । ବିଏସଏଫ ସଙ୍ଗେ ସଙ୍ଗେ ଆଲର୍ଟ ହୋଇଯାଇଥିଲେ । ଡ୍ରୋନକୁ ଗୁଳିମାଡ କରି ଖସାଇବାକୁ ଚେଷ୍ଟା କରିଥିଲେ । ପାଖାପାଖି 300 ମିଟର ଦୂରରେ ଡ୍ରୋନ ଉଡୁଥିବା ଫୋର୍ସ ପକ୍ଷରୁ କୁହାଯାଇଛି । ସେନା ଗୁଳିମାଡ କରିବା କ୍ଷଣି ଡ୍ରୋନ ପାକିସ୍ତାନ ପାର୍ଶ୍ବକୁ ପଳାଇଯାଇଥିଲା । ଏହା ପରେ ଭାରତ ବିଏସଏଫ ଭାରତ-ପାକିସ୍ତାନ ଏବଂ ଭାରତ ବାଂଲାଦେଶ ସୀମାରେ ସର୍ଚ୍ଚ ଅପରେସନ ଚଳାଇଛି ।

ସୀମାରେ ଡ୍ରୋନ କାର୍ଯ୍ୟକଳାପ ବଢିବାରେ ଲାଗିଛି । ମଇ 15, ମଇ 8, ମଇ 29, ଫେବୃଆରୀ 24ରେ ସୀମାରେ ଡ୍ରୋନ ଠାବ ହୋଇଥିଲା । ଏହା ପରେ ସେଠାରେ ସ୍ବତନ୍ତ୍ର ଅପରେସନ ଆରମ୍ଭ ହୋଇଥିଲା । ପୋଲିସ କର୍ଡନ ସର୍ଚ୍ଚ ଅପରେସନ କରି ଏକ ଡ୍ରୋନ ଠାବ କରିଥିଲା । ଯେଉଁଥିରେ 3ଟି ରିମୋଟ ନିୟନ୍ତ୍ରଣ IED, 3ଟି ବିସ୍ଫୋରଣ ବୋତଲ, ଗୋଟିଏ ବଣ୍ଡଲ କୋର୍ଡଟେକ୍ସ ଚାର, ଗୋଟିଏ ପିଷ୍ଟଲ ଓ 6ଟି ମାଗାଜିନ, 70 ରାଉଣ୍ଡ ଗୁଳି ଜବତ କରିଥିଲା ।

ଭାରତ ସୀମାର ପାକିସ୍ତାନ ପାର୍ଶ୍ୱରୁ ଡ୍ରୋନ୍ ଆସିଥିବା ଘଟଣା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଯାହା ଦେଶ ପାଇଁ କ୍ଷତି ପହଞ୍ଚାଉଛି । ଯାହା ଫଳରେ ଭାରତରେ ସ୍ଲମଗଲଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ଡ୍ରୋନ ଗୁଡିକ ଭାରତରେ ଚଳପ୍ରଚଳ କରିବା ଦ୍ବାରା ଦେଶରେ ଡ୍ରଗ୍ସ ଚୋରା ଚାଲାଣକାରୀ, ଅସ୍ତ୍ରଶସ୍ତ୍ର ଚୋରା ଚାଲାଣକାରୀ ବୃଦ୍ଧି ପାଉଛି । ଏହାକୁ ରୋକିବା ପାଇଁ ଭାରତୀୟ ସେନା ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.