ETV Bharat / bharat

ହାଇକୋର୍ଟରୁ ପୁଣି ଆଶ୍ବସ୍ତି: ୨୮ ଯାଏଁ ଗିରଫ ହେବେନି ୱାଙ୍ଖଡେ - ସମୀର ୱାଙ୍ଖଡେଙ୍କ ଅନ୍ତରଣୀ ସୁରକ୍ଷା ବୃଦ୍ଧି

ଲାଞ୍ଚ କାରବାର ମାମଲାରେ ୨୮ ତାରିଖ ଯାଏଁ ଗିରଫ ହୋଇପାରିବେନି ସମୀର ୱାଙ୍ଖଡେ । ଅନ୍ତରୀଣ ସୁରକ୍ଷା ବୃଦ୍ଧି କଲେ ବମ୍ବେ ହାଇକୋର୍ଟ । ଅଧିକ ପଢନ୍ତୁ

Bombay HC extends interim relief to Sameer Wankhede

author img

By

Published : Jun 24, 2023, 7:58 AM IST

Updated : Jun 24, 2023, 10:17 AM IST

ମୁମ୍ବାଇ: ଲାଞ୍ଚ କାରବାର ମାମଲାରେ ପୂର୍ବତନ ଏନସିବି ଅଧିକାରୀ ସମୀର ୱାଙ୍ଖଡେଙ୍କୁ ପୁଣିଥରେ ମିଳିଛି ଆଶ୍ବସ୍ତି । ତାଙ୍କର ଅନ୍ତରୀଣ ସୁରକ୍ଷା ଅବଧିକୁ ଜୁନ ୨୮ ଯାଏଁ ବୃଦ୍ଧି କରିଛନ୍ତି ବମ୍ବେ ହାଇକୋର୍ଟ । ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ୱାଙ୍ଖଡେଙ୍କୁ ଗିରଫ କରାଯାଇ ପାରିବ ନାହିଁ କିମ୍ବା ତାଙ୍କ ବିରୋଧରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ନାହିଁ । ଆର୍ଯ୍ୟନ ଖାନ କ୍ରୁଜ ଡ୍ରଗ୍ସ ମାମଲାର ତଦନ୍ତ ବେଳେ ୱାଙ୍ଖଡେ ଶାହାରୁଖ ଖାନଙ୍କ ପରିବାର ଠାରୁ ୨୫ କୋଟି ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା । ଏନେଇ ସିବିଆଇ ତାଙ୍କ ବିରୋଧରେ ମାମଲା କରିଛି ।

ସିବିଆଇ ମାମଲା ରବ୍ଦ କରିବା ପାଇଁ ସମୀର ୱାଙ୍ଖେଡ ହାଇକୋର୍ଟରେ ଆବଦେନ କରିଥିଲେ । ଜଷ୍ଟିସ ଏ.ଏସ୍ ଗଡକରୀ ଏବଂ ଜଷ୍ଟିସ ଶିବକୁମାର ଡିଗେଙ୍କ ଖଣ୍ଡପୀଠ ତାଙ୍କ ଆବେଦନର ଶୁଣାଣି କରି ଜୁନ ୨୮ ତାରିଖ ଯାଏଁ ତାଙ୍କର ଅନ୍ତରୀଣ ସୁରକ୍ଷା ଅବଧି ବୃଦ୍ଧି କରିଛନ୍ତି । ପୂର୍ବରୁ ହାଇକୋର୍ଟ ଜୁନ ୨୩ ଯାଏଁ ତାଙ୍କର ଅନ୍ତରଣୀ ସୁରକ୍ଷା ବଢାଇଥିଲେ । ତେବେ ଗତକାଲି ଶୁଣାଣି ସମୟରେ ସିବିଆଇ ପକ୍ଷରୁ ମାମଲା ପରିଚାଳନା କରିଥିବା ଓକିଲ କୁଲଦୀପ ପଟେଲ ୱାଙ୍ଖେଡଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷା ରବ୍ଦ କରିବା ପାଇଁ ଯୁକ୍ତ ବାଢିଥିଲେ । ସିବିଆଇ ମାମଲା ରବ୍ଦ କରିବାକୁ ୱାଙ୍ଖଡେଙ୍କ ଆବଦେନ ଗ୍ରହଣଯୋଗ୍ୟ ନୁହେଁ ବୋଲି କହିଥିଲେ । ଅନ୍ୟପଟେ ୱାଙ୍ଖେଡେଙ୍କ ଓକିଲ ମଧ୍ୟ ନିଜର ପକ୍ଷ ରଖିଥିଲେ । ଆବେଦନକାରୀ ତଦନ୍ତରେ ପୂର୍ଣ୍ଣ ସହଯୋଗ କରୁଥିବା ଯୁକ୍ତି କରିଥିଲେ ।

ଏହାମଧ୍ୟ ପଢନ୍ତୁ: Aryan Khan Drugs Case: ଗିରଫଠୁ ନେଇ କ୍ଲିନ୍ ଚିଟ୍‌, ଜାଣନ୍ତୁ ପୁରା ଘଟଣା

ଏଠାରେ ଉଲ୍ଲେଖଯୋଗ୍ୟ, ୨୦୨୧ ଅକ୍ଟୋବରରେ କ୍ରୁଜ ଜାହାଜରେ ଡ୍ରଗ୍ସ ପାର୍ଟି କରୁଥିବା ଅଭିଯୋଗରେ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନକୁ ଏନସିବି ଗିରଫ କରିଥିଲା । ସେତେବେଳେ ଏନସିବି ଅଧିକାରୀ ସମୀର ୱାଙ୍ଖଡେ ଆର୍ଯ୍ୟନଙ୍କ ବିରୋଧରେ ଚାଲିଥିବା ଡ୍ରଗ୍ସ ମାମଲା ରଫାଦଫା କରିବାକୁ ଶାହାରୁଖଙ୍କ ଠାରୁ ୨୫ କୋଟି ଟଙ୍କା ଲାଞ୍ଚ ମାଗିଥିଲେ ଏବଂ ଟଙ୍କା ନଦେଲେ ନାର୍କୋଟିକ୍ସ ମାମଲାରେ ଚାର୍ଜଫ୍ରେମ କରାଯିବା ନେଇ ଧମକ ଦେଇଥିବା ଅଭିଯୋଗ ହୋଇଥିଲା । ଏନେଇ ସିବିଆଇ ମାମଲା କରିବା ପରେ ଏହାକୁ ରବ୍ଦ କରିବା ପାଇଁ ୱାଙ୍ଖଡେ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । କହିରଖୁଛୁ କି, ପୂର୍ବତନ ଏନସିବି ଅଧିକାରୀ ସମୀର ୱାଙ୍ଖଡେ ଏବେ ଭାରତୀୟ ରାଜସ୍ବ ସେବା (IRS) ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି ।

Last Updated : Jun 24, 2023, 10:17 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.