ETV Bharat / bharat

ବେଙ୍ଗାଲୁରୁ ରାଜଭବନରେ ବୋମା ଖଞ୍ଜା ଯାଇଥିବା ନେଇ ଫେକ କଲ

author img

By ETV Bharat Odisha Team

Published : Dec 12, 2023, 4:25 PM IST

Bomb threat call to Raj Bhavan: ବେଙ୍ଗାଲୁରୁ ରାଜଭବନରେ ବୋମା ଥିବା ଆସିଲା ଫୋନ । ଅଜଣା ବ୍ୟକ୍ତି ବିରୋଧରେ ମାମଲା ରୁଜୁ । ଅଧିକ ପଢନ୍ତୁ

ବେଙ୍ଗାଲୁରୁ ରାଜଭବନ
Bomb threat call to Raj Bhavan

ବେଙ୍ଗାଲୁରୁ: ବେଙ୍ଗାଲୁରୁ ସ୍ଥିତ ରାଜଭବନକୁ ଉଡାଇ ଦେବାକୁ ଧମକ । ରାଜଭବନରେ ବୋମା ଖଞ୍ଜା ଯାଇଥିବା ଆସିଲା ଧମକପୂର୍ଣ୍ଣ କଲ । ଏନଆଇଏ କଣ୍ଟ୍ରୋଲ ରୁମକୁ ଫୋନ କରି କହିଲେ ଅଜଣା ବ୍ୟକ୍ତି । ସୋମବାର ବିଳମ୍ବିତ ରାତିରେ ଅଜଣା ନମ୍ବରରୁ ଏନଆଇଏକୁ ଏପରି ଫୋନ କଲ ଆସିବା ପରେ ରାଜଭବନ ପରିସରରେ ବୋମା ଖୋଜା ଯାଇଥିଲା । କିନ୍ତୁ କୌଣସି ପ୍ରକାର ବୋମା ବା ବିସ୍ଫୋରକ ସାମଗ୍ରୀ ମିଳିନଥିଲା । ପରେ ଏହା ଏକ ଫେକ କଲ ହୋଇଥିବା ଜଣାପଡିଛି । ଏହି ଘଟଣାରେ ପୋଲିସ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । କିଏ ଏନଆଇଏ କଣ୍ଟ୍ରୋଲ ରୁମକୁ କଲ କରି ଏପରି ଧମକ ଦେଇଥିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ ।

ଏହା ମଧ୍ୟ ପଢନ୍ତୁ-ଏକାସଙ୍ଗେ ୪୪ ସ୍କୁଲକୁ ବିସ୍ଫୋରଣରେ ଉଡାଇବାକୁ ଧମକ, ଛାନଭିନ କଲା ସନ୍ଧାନୀ କୁକୁର

ସୋମବାର ରାତି ପ୍ରାୟ 11ଟା 30 ମିନିଟ ସମୟରେ ଏନଆଇଏ କଣ୍ଟ୍ରୋଲ ରୁମକୁ pଣେ ବ୍ୟକ୍ତି କଲ କରିଥିଲେ । ଜଣେ କର୍ମଚାରୀ ଫୋନ ଉଠାଇବା ପରେ ରାଜଭବନରେ ବୋମା ଖଞ୍ଜାଯାଇଥିବା ସେ କହିଥିଲେ । ସେ ନିଜେ ଏହି ବୋମା ଖଞ୍ଜିଥିବା କହିବା ପରେ ରାଜ ଭବନରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଥିଲା । ସଙ୍ଗେ ସଙ୍ଗେ ଏନଆଇଏ କଣ୍ଟ୍ରୋଲ ରୁମର କର୍ମଚାରୀମାନେ ବେଙ୍ଗାଲୁରୁ ପୋଲିସକୁ ଏନେଇ ସୂଚନା ଦେଇଥିଲେ । ବେଙ୍ଗାଲୁରୁ ନଗର ପୋଲିସ ବୋମା ନିଷ୍କ୍ରିୟକାରୀ ଟିମ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। କିନ୍ତୁ ରାଜଭବନ ପରିସରରୁ କୌଣସି ବୋମା ମିଳିନଥିଲା । ପରେ ଏହା ଏକ ଫେକ କଲ ହୋଇଥିବା ଜଣାପଡିଥିଲା । ବିଧାନ ସୌଧ ପୋଲିସ ଷ୍ଟେସନ ଏନଆଇଏ କଣ୍ଟ୍ରୋଲ ରୁମ କର୍ମଚାରୀଙ୍କଠାରୁ ଅଜଣା ବ୍ୟକ୍ତିଙ୍କ ନମ୍ବର ଆଣି ଏକ ମାମଲା ରୁଜୁ କରିଛି । ଏହି ଘଟଣା ବିଷୟରେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ଅଭିଯୁକ୍ତକୁ ଚିହ୍ନଟ କରିବରେ ବର୍ତ୍ତମାନ ସୁଦ୍ଧା ସଫଳ ହୋଇପାରିନି ପୋଲିସ ।

60 ସ୍କୁଲକୁ ଉଡାଇ ଦେବାକୁ ଆସିଥିଲା ଧମକ: ଗତ ଡିସେମ୍ବର 1 ତାରିଖରେ ବେଙ୍ଗାଲୁରୁର 60 ସ୍କୁଲକୁ ଏକାସାଙ୍ଗରେ ବୋମା ବିସ୍ଫୋରଣ ହେବାର ଧମକ ମିଳିଥିଲା । ଇ-ମେଲ ଜରିଆରେ ଏହି ଧମକପୂର୍ଣ୍ଣ ମେସେଜ ଆସିଥିଲା । ଏହାପରେ ସମ୍ପୃକ୍ତ ସ୍କୁଲଗୁଡିକୁ ଖାଲି କରିଦିଆଯାଇଥିଲା । ଘଟଣାସ୍ଥଳରେ ବମ୍ ସ୍କ୍ବାର୍ଡ ଟିମ ପହଞ୍ଚି ଯାଞ୍ଚ କରିଥିଲା । ଧମକ ପୂର୍ଣ୍ଣ ମେଲକୁ ନେଇ ଚାରି ଆଡେ ଭୟର ବାତାବରଣ ଖେଳିଯାଇଥିଲା । ସ୍କୁଲ ନିକଟରେ ଅଭିଭାବକମାନେ ପହଞ୍ଚି ନିଜ ନିଜ ପିଲାଙ୍କୁ ଘରକୁ ଆଣିଥିଲେ । ସ୍କୁଲ ସାମ୍ନାରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତର ପତ୍ତା ମିଳିପାରିନି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.