ETV Bharat / bharat

କେନାଲରୁ ମିଳିଲା 25 KG ବୋମା, ପଞ୍ଜାବରେ ଚହଳ - ବିସ୍ଫୋରକ ସାମଗ୍ରୀ

ପଞ୍ଜାବ ପଟିଆଲାର ଏକ କେନାଲରୁ ଉଦ୍ଧାର ହେଲା ବୋମା (Bomb like object found by a diver in Bhakra Canal) । ଏହାର ଓଜନ ପ୍ରାୟ ୨୫ କେଜି ବୋଲି କହିଛି ପୋଲିସ । ଅଧିକ ପଢନ୍ତୁ

Bomb like object found in patiala
ପଟିଆଲାରୁ ବୋମା ଉଦ୍ଧାର
author img

By

Published : Dec 19, 2022, 10:50 PM IST

ଚଣ୍ଡିଗଡ଼: ପଞ୍ଜାବ ପଟିଆଲାରେ ମିଳିଲା ୨୦-୨୫ କେଜି ଓଜନର ବିସ୍ଫୋରକ ସାମଗ୍ରୀ । ପଟିଆଲା ନାଭା ରୋଡ୍‌ (Nabha Road Patiala) ନିକଟ ଭାକରା କେନାଲରୁ ଏହି ବୋମାକୁ ଉଦ୍ଧାର କରାଯାଇଛି (Bomb like object found by a diver in Bhakra Canal)। ଜଣେ ସ୍କୁବା ଡାଇଭର ପ୍ରଥମେ ଏହି ବୋମା ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ବୋମା ନିଷ୍କ୍ରିୟକାରୀ ଟିମ ଘଟଣାସ୍ଥଳରେ ପହଞ୍ଚି ବୋମାକୁ ଉଦ୍ଧାର କରିଛି । ଉକ୍ତ ସ୍ଥାନରେ ଆଉ ବୋମା ଥିବା ସନ୍ଦେହରେ ପୋଲିସ ଯାଞ୍ଚ କରୁଥିବ ମଧ୍ୟ ଜଣାପଡ଼ିଛି ।

ସ୍ଥାନୀୟ ଅଞ୍ଚଳର ସ୍କୁବା ଡାଇଭର ଶଙ୍କର ଭରଦ୍ବାଜ ପାଣି ମଧ୍ୟରେ ଏହି ବୋମାକୁ ପ୍ରଥମେ ଦେଖିବାକୁ ପାଇଥିଲେ । ଏହାପରେ ସେ ଏହାକୁ ପାଣି ମଧ୍ୟରୁ ଉପରକୁ ଆଣିଥିଲେ । ତାଙ୍କୁ ସନ୍ଦେହ ହେବା ପରେ ସେ ଏ ନେଇ ପୋଲିସକୁ ଖବର ଦେଇଥିଲେ । ତେବେ ପୋଲିସ ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ସଙ୍ଗେ ସଙ୍ଗେ କେନାଲ ନିକଟରେ ପହଞ୍ଚି ବୋମାକୁ ଉଦ୍ଧାର କରିଥିଲା ।

ଏହା ବି ପଢନ୍ତୁ- ଆହ୍ଲାବାଦ ବିଶ୍ୱବିଦ୍ୟାଳୟରେ ହିଂସା, ସୁରକ୍ଷାକର୍ମୀଙ୍କ ସହ ବିବାଦ ପରେ ଛାତ୍ରଙ୍କ ଗଣ୍ଡଗୋଳ

ପଞ୍ଜାବ ରାଜ୍ୟଟି ପାକିସ୍ତାନ ସୀମାକୁ ଲାଗି ରହିଥିବା ବେଳେ ଏଠାରେ ପୂର୍ବରୁ ମଧ୍ୟ ଅନେକ ବିସ୍ଫୋରକ ସାମଗ୍ରୀ ଠାବ ହୋଇଛି । ପଞ୍ଜାବ ସୀମା ଦେଇ କିଛି ଅସ୍ତ୍ରଶସ୍ତ୍ର ମଧ୍ୟ ଚାଲାଣ ହୋଇଥାଏ । କିଛି ସପ୍ତାହ ପୂର୍ବରୁ ପଞ୍ଜାବର ତରନ ଠାରେ ପୋଲିସ ଷ୍ଟେସନ ଉପରେ ଗ୍ରିନେଡ ଆଟାକ ହୋଇଥିଲା । ଏନେଇ ଘାଜୱାତ-ଉଲ-ହିନ୍ଦ ନିଜକୁ ଦାୟୀ କରିଥିଲା । ଅମୃତସର-ଭାଟିଣ୍ଡା ହାଇୱେ ନିକଟରୁ ଏହି ରକେଟ ଫାୟାର ହୋଇଥିଲା ବୋଲି କହିଥିଲା ଏହି ସଂଗଠନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.