ETV Bharat / bharat

ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ବଙ୍ଗରେ ହିଂସା, TMC କାର୍ଯ୍ୟାଳୟରେ ଫୁଟିଲା ବୋମା - ପ୍ରଥମ ପର୍ଯ୍ୟାୟ ମତଦାନ

ବଙ୍କୁଡାର ଜୟପୁର ଟିଏମସି କାର୍ଯ୍ୟାଳୟରେ ବୋମା ବିସ୍ଫୋରଣ ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଅଧିକ ପଢନ୍ତୁ...

ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ବଙ୍ଗରେ ହିଂସା, TMC କାର୍ଯ୍ୟାଳୟରେ ଫୁଟିଲା ବୋମା

author img

By

Published : Mar 26, 2021, 8:48 PM IST

କୋଲକାତା: ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ କାର୍ଯ୍ୟାଳୟରେ ବୋମା ବିସ୍ଫୋରଣ । ବାଙ୍କୁଡାର ଜୟପୁର ଟିଏମସି କାର୍ଯ୍ୟାଳୟରେ ବୋମା ବିସ୍ଫୋରଣ ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

ଘଟଣାକୁ ନେଇ ବାମଦଳ ଓ କଂଗ୍ରେସ ଉପରେ ଅଭିଯୋଗ ଲଗାଇଛି ଟିଏମସି । ଏଥିରେ 3 ଜଣ ଆହତ ହୋଇଛନ୍ତି । ଆହତଙ୍କୁ ହୁଗୁଳିର ଆରାମବାଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସେପଟେ ବୋମା ବିସ୍ଫୋରଣ ଘଟଣା ପରେ ଟିଏମସି ଓ ଆଇଏସଏଫ କାର୍ଯ୍ୟକର୍ତ୍ତା ମୁହାଁମୁହିଁ ହୋଇଥିବା ଜଣାପଡିଛି । ଏଥିରେ ମଧ୍ୟ କିଛି କାର୍ଯ୍ୟକର୍ତ୍ତା ଆହତ ହୋଇଛନ୍ତି । କେନ୍ଦ୍ରୀୟ ସୁରକ୍ଷାକର୍ମୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛନ୍ତି ।

ସୂଚନା ଅନୁଯାୟୀ ବିସ୍ଫୋରଣ ଅଧିକ ଶକ୍ତିଶାଳୀ ନଥିଲା । ତେବେ ଅଫୁଟା ବୋମା ବିସ୍ଫୋରଣ ହୋଇଛି । ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର । ପଶ୍ଚିମବଙ୍ଗ ପୋଲିସ ଓ ସ୍ଥାନୀୟ ପ୍ରଶାସନକୁ ମାମଲାରେ ଆଇନଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.