ETV Bharat / bharat

ଘରେ ପଡିଥିଲା ବାପାଙ୍କ ମୃତଦେହ, ଛାତିରେ କୋହକୁ ଚାପି ପରୀକ୍ଷା ଦେବାକୁ ଗଲା ଝିଅ - ଛାତିରେ କୋହକୁ ଚାପି ପରୀକ୍ଷା ଦେବାକୁ ଗଲା ଝିଅ

ହୃଦଘାତରେ ଚାଲିଗଲେ ବାପା । କେଇ ଘଣ୍ଟା ପରେ ଥିଲା ଯୁକ୍ତ ଦୁଇ ପରୀକ୍ଷା । ବାପାଙ୍କ ମୃତଦେହକୁ ଘରେ ଛାଡି ପରୀକ୍ଷା ଦେବାକୁ ପହଞ୍ଚିଲେ ମୌସୁମୀ । ପରୀକ୍ଷା ସରିବା ପରେ ଘରକୁ ଫେରି ବାପାଙ୍କ ଅନ୍ତିମ ସଂସ୍କାର କଲେ । ଅଧିକ ପଢନ୍ତୁ

ବାପାଙ୍କ ମୃତ୍ୟୁ ପରେ ବି ପରୀକ୍ଷା ଦେଲା ଝିଅ
ବାପାଙ୍କ ମୃତ୍ୟୁ ପରେ ବି ପରୀକ୍ଷା ଦେଲା ଝିଅ
author img

By

Published : Mar 17, 2023, 9:51 AM IST

କୋଲକାତା: ମାତ୍ର କେଇ ଘଣ୍ଟା ପରେ ଥିଲା ଯୁକ୍ତ ଦୁଇ ପରୀକ୍ଷା । ରାତିସାରା ପାଠ ପଢି ସକାଳୁ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଥିଲେ ମୌସୁମୀ । ହେଲେ ହାଠତ୍ ଭୋର ସମୟରେ ହୃଦଘାତରେ ଆରପାରିକୁ ଚାଲିଗଲେ ବାପା । ଗୋଟିଏ ପଟେ ଘରେ ପଡିଥିଲା ବାପାଙ୍କ ମୃତଦେହ, ଆରପଟେ ଥିଲା ପରୀକ୍ଷା । ଶେଷରେ ଛାତିରେ ପଥର ରଖି ପରୀକ୍ଷା ଦେବାକୁ ପହଞ୍ଚିଲେ ଛାତ୍ରୀ । ପରୀକ୍ଷା ସରିବା ପରେ ଘରକୁ ଫେରି ବାପାଙ୍କ ଅନ୍ତିମ ସଂସ୍କାର କଲେ । ପଶ୍ଚିମବଙ୍ଗ ବୀରଭୂମି ଜିଲ୍ଲା ଅନ୍ତର୍ଗତ ବୋଲପୁର ଅଞ୍ଚଳରୁ ଏଭଳି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗରେ ଯୁକ୍ତ ଦୁଇ ପରୀକ୍ଷା ଚାଲିଥିବାବେଳେ ଗତକାଲି(ଗୁରୁବାର) ଇଂରାଜୀ ବିଷୟ ଥିଲା । ଏପରି ସ୍ଥିତିରେ ଗୁରୁବାର ଭୋର୍ ୪ଟା ସମୟରେ ଯୁକ୍ତ ଦୁଇ ଛାତ୍ରୀ ମୌସୁମୀଙ୍କ ବାପା ଅଷ୍ଟମ ଦାଲୁଇ ହୃଦଘାତରେ ପ୍ରାଣ ହରାଇଥିଲେ । ବାପାଙ୍କର ମୃତ୍ୟୁ ପରେ କାନ୍ଦ ବୋବାଳିରେ ଫାଟି ପଡିଥିଲା ଘର । ଏଣେ କେଇ ଘଣ୍ଟା ପରେ ମୌସୁମୀଙ୍କ ଯୁକ୍ତ ଦୁଇ ପରୀକ୍ଷା ଥିଲା । ଶେଷରେ ବାପାଙ୍କ ମୃତ୍ୟୁର ଦୁଃଖକୁ ଛାତିରେ ଚାପି ସେ ପରୀକ୍ଷା ଦେବାକୁ ନିଷ୍ପତ୍ତି ନେଇଥିଲେ । ପଡୋଶୀଙ୍କ ସହାୟତାରେ ଛାତ୍ରୀ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ଥିଲେ । ପରୀକ୍ଷା ସରିବା ପରେ ଘରକୁ ଫେରି ବାପାଙ୍କ ଶେଷକୃତ୍ୟରେ ସାମିଲ ହୋଇଥିଲେ ।

ବୋଲପୁର ମ୍ୟୁନିସିପାଲିଟି ଅନ୍ତର୍ଗତ ମକରମପୁର ଅଞ୍ଚଳରେ ଅଷ୍ଟମ ଦାଲୁଇ ପତ୍ନୀ ଓ ଦୁଇ ଝିଅ ସହ ବସବାସ କରୁଥିଲେ । ବୋଲପୁର ନେତାଜୀ ବଜାରରେ ତାଙ୍କର ଚା' ଦୋକାନ ଥିଲା । ଅଷ୍ଟମଙ୍କ ବଡ ଝିଅ ମୌସୁମୀ ପାରୁଲଦଙ୍ଗା ଶିକ୍ଷାନିକେତନ ଆଶ୍ରମ ବିଦ୍ୟାଳୟରେ ଯୁକ୍ତ ଦୁଇ ଛାତ୍ରୀ ଥିଲେ । ବୋଲପୁର ଶୈଳବାଳା ହାଇସ୍କୁଲରେ ତାଙ୍କର ପରୀକ୍ଷା କେନ୍ଦ୍ର ପଡିଥିଲା । ମୌସୁମୀଙ୍କ ବାପା ସ୍ବପ୍ନ ଥିଲା, ଝିଅ ପରୀକ୍ଷାରେ ଭଲ ନମ୍ବର ରଖି ବଡ ଚାକିରି କରୁ । ତେଣୁ ସେ ବାପାଙ୍କ ସ୍ବପ୍ନ ପୂରଣ କରିବା ପାଇଁ ତାଙ୍କ ମରଶରୀରକୁ ଛାଡି ପରୀକ୍ଷା ଦେବାକୁ ଯାଇଥିଲେ ।

ଏନେଇ ମୌସୁମୀ କହିଛନ୍ତି, ମୋ ବାପାଙ୍କର ପୂର୍ବରୁ ଦୁଇଥର ହୃଦଘାତ ଆସିଥିଲା । ଗୁରୁବାର ସକାଳ ସମୟରେ ତୃତୀୟ ଥର ହୃଦଘାତ ଆସିବା ପରେ ତାଙ୍କର ଦେହାନ୍ତ ହୋଇଯାଇଥିଲା । ମୁଁ ପରୀକ୍ଷାରେ ଭଲ ନମ୍ବର ରଖେ ବୋଲି ମୋ ବାପା ଚାହୁଁଥିଲେ । ତେଣୁ ମୁଁ ପରୀକ୍ଷା ଦେବାକୁ ନିଷ୍ପତ୍ତି ନେଇଥିଲି । ଛାତ୍ରୀଙ୍କ ଦାଦା କହିଛନ୍ତି, ସବୁ ପିଲାଙ୍କ ପାଇଁ ପାଠପଢା ଆଗ ହେବା ଉଚିତ୍ । ବାପାଙ୍କ ମୃତ୍ୟୁ ପରେ ମୌସୁମୀ କଣ କରିବ କିଛି ଜାଣିପାରୁ ନଥିଲା । ଆମେ ତାକୁ ପରୀକ୍ଷା ଦେବା ପାଇ ପଠାଇଥିଲୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.