ETV Bharat / bharat

Green India Challenge: ରାମୋଜୀ ଫିଳ୍ମ ସିଟିରେ ଅଭିନେତା ସଲମାନ ଖାନଙ୍କ ବୃକ୍ଷରୋପଣ

author img

By

Published : Jun 22, 2022, 9:55 PM IST

ରାମୋଜୀ ଫିଲ୍ମ ସିଟିରେ ବୃକ୍ଷରୋପଣ କଲେ ଅଭିନେତା ସଲମାନ ଖାନ । ସାଂସଦ ସନ୍ତୋଷ କୁମାରଙ୍କ ଦ୍ବାରା ଆହ୍ବାନ କରାଯାଇଥିବା ଗ୍ରୀନ ଇଣ୍ଡିଆ ଚ୍ୟାଲେଞ୍ଜରେ କଲେ ଅଂଶଗ୍ରହଣ । ସାଂସଦଙ୍କ ପ୍ରୟାସକୁ ପ୍ରଂଶସା କରିବା ସହ କହିଲେ ପରିବେଶ ସୁରକ୍ଷା ସମସ୍ତଙ୍କ ସାମାଜିକ ଉତ୍ତରଦାୟିତ୍ବ । ଅଧିକ ପଢନ୍ତୁ

Green India Challenge: ରାମୋଜୀ ଫିଳ୍ମ ସିଟିରେ ବୃକ୍ଷରୋପଣ କଲେ ଅଭିନେତା ସଲମାନ ଖାନ

ହାଇଦ୍ରାବାଦ: ମଣିଷ ପାଇଁ ଅମ୍ଳଜାନ ଜରୁରୀ । ତେଣୁ ସମସ୍ତେ ପରିବେଶ ସୁରକ୍ଷା ନେଇ ଯତ୍ନଶୀଳ ହେବାର ଆବଶ୍ୟକତା ରହିଛି । ଏହି ଉତ୍ତରଦାୟିତ୍ବ ଆମ ସମସ୍ତଙ୍କର ରହିବା ଉଚିତ । ଏହି ବାର୍ତ୍ତା ସହିତ ଆଜି ହାଇଦ୍ରାବାଦର ରାମୋଜୀ ଫିଲ୍ମ ସିଟିରେ ବୃକ୍ଷରୋପଣ କରିଛନ୍ତି ବଲିଉଡ ଅଭିନେତା ସଲମାନ ଖାନ । ରାଜ୍ୟସଭା ସାଂସଦ ଯୋଗିନାପଲ୍ଲୀ ସନ୍ତୋଷ କୁମାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ଗ୍ରୀନ ଇଣ୍ଡିଆ ଚ୍ଯାଲେଞ୍ଜ (Green India Challenge) ରେ ଅଂଶଗ୍ରହଣ କରିଛନ୍ତି ସଲମାନ ।

ନିଜର ଏକ ଅପକମିଂ ଫିଲ୍ମର ସୁଟିରେ ରାମୋଜୀ ଫିଲ୍ମ ସିଟି ଆସିଥିଲେ ସଲମାନ । ସାଂସଦ ସନ୍ତୋଷ କୁମାର ତାଙ୍କୁ ଏହି ଚ୍ୟାଲେଞ୍ଜରେ ଅଂଶଗ୍ରହଣ କରିବା ପାଇଁ ନିମନ୍ତ୍ରଣ କରିଥିଲେ । ସଲମାନ ଫିଲ୍ମ ସିଟି ପରିସରରେ ଏକ ବୃକ୍ଷ ଲଗାଇବା ସହ ପରିବେଶ ସଚେତନତାର ବାର୍ତ୍ତା ମଧ୍ୟ ବାଣ୍ଟିଥିଲେ । ଆଜିକୁ 5 ବର୍ଷ ପୂର୍ବେ ଏହି ଚ୍ୟାଲେଞ୍ଜର ଆହ୍ବାନ କରିିଥିବା ସାଂସଦ ସନ୍ତୋଷ କୁମାର ବର୍ତ୍ତମାନ ସୁଦ୍ଧା ଦେଶର ବିଭିନ୍ନ ସ୍ଥାନରେ ପ୍ରାୟ 16 କୋଟି ବୃକ୍ଷ ରୋପଣ ମଧ୍ୟ କରି ସାରିଲେଣି । ସଲମାନ ସାଂସଦ ସନ୍ତୋଷଙ୍କ ଏହି ନିଆରା ପ୍ରୟାସକୁ ପ୍ରଶଂସା ମଧ୍ୟ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.