ETV Bharat / bharat

ହାଇଦ୍ରାବାଦର ବୋଇତ ବନ୍ଦାଣ ଉତ୍ସବ ପାଳିଲା ଉତ୍କଳ ୟୁଥ ଆସୋସିଏସନ - କାର୍ତ୍ତିକ ପୂର୍ଣ୍ଣିମା 2022

ହାଇଦ୍ରାବାଦରେ ପାଳିତ ହେଲା ବଇନ୍ଦ ବନ୍ଦାଣ ଉତ୍ସବ(Boita Bandana utsav celebration in Hyderabad) । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦର ବଇନ୍ଦ ବନ୍ଦାଣ ଉତ୍ସବ ପାଳିଲା ଉତ୍କଳ ୟୁଥ ଆସୋସିଏସନ

author img

By

Published : Nov 6, 2022, 5:00 PM IST

Updated : Nov 6, 2022, 7:08 PM IST

ହାଇଦ୍ରାବାଦ: ହାଇଦ୍ରାବାଦରେ ପାଳିତ ହୋଇଛି ବୋଇତ ବନ୍ଦାଣ ଉତ୍ସବ(Boita Bandana utsav celebration in Hyderabad) । ମଣିକୋଣ୍ଡାସ୍ଥିତ ମାଲକମଚେରୁଭୁ ପାର୍କରେ ସାମାଜିକ ଅନୁଷ୍ଠାନ ଉତ୍କଳ ୟୁଥ ଆସୋସିଏସନ ପକ୍ଷରୁ (Utkal Youth Association) ଏହି କାର୍ଯ୍ୟକ୍ରମର ଆୟୋଜନ କାରଯାଇଥିଲା । କାର୍ଯ୍ୟକ୍ରମରେ ବରିଷ୍ଠ ଓଡିଆ ସିନେ ଅଭିନେତା ତଥା ଓଡ଼ିଶା ଚଳଚିତ୍ର ନିଗମ (OFDC)ର ଅଧ୍ୟକ୍ଷ କୁନା ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଅଂଶଗ୍ରହଣ କରିଥିଲେ । ଏଥିରେ ବହୁ ସଂଖ୍ୟକ ପ୍ରବାସୀ ଓଡିଆ ସାମିଲ ହୋଇଥିଲେ । କୁନିକୁନି ଛାତ୍ରଛାତ୍ରୀ ସାଧବ ପୁଅ ଓ ସାଧବ ବୋହୁ ଭାବେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

ହାଇଦ୍ରାବାଦର ବୋଇତ ବନ୍ଦାଣ ଉତ୍ସବ ପାଳିଲା ଉତ୍କଳ ୟୁଥ ଆସୋସିଏସନ

ଅନୁଷ୍ଠାନ ପକ୍ଷରୁ ନାମ ସଂଙ୍କୀର୍ତ୍ତନ, ବୋଇତ ବନ୍ଦାଣ ଓ ପରେ ଏକାଧିକ ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସାଧବ ବୋହୁ ପ୍ରତିଯୋଗିତା, ରଙ୍ଗୋଲି ଓ ମୁରୁଜ ପ୍ରତିଯୋଗିତାରେ କୁନିକୁନି ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ନୃତ୍ୟ, ସଙ୍ଗୀତ ଆଦି ପରିବେଷଣ କରାଯାଇଥିଲା । ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିବା କୃତି ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା (Boita Bandana utsav celebration in Hyderabad)।

ଓଡିଶାର ସାଧାବପୁଅ (ବଣିକମାନେ) ସୁଦୂର ଇଣ୍ଡୋନେସିଆର ବାଲି, ଜାଭା ଓ ସୁମାତ୍ରାରେ ବାଣିଜ୍ୟ ବ୍ୟବସାୟ କରି ସ୍ବଦେଶ ଫରୁଥିଲେ । ଯାହା ଓଡିଶାର ଗୌରବମୟ ନୌବାଣିଜ୍ୟ ଇତିହାସର ଏକ ସ୍ବର୍ଣ୍ଣିମ ଅଧ୍ୟାୟ । ତେବେ କଳିଙ୍ଗର ଗୌରବମୟ ନୌବାଣିଜ୍ୟ ପରମ୍ପରାକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ରାଜ୍ୟରେ କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇବାର ପରମ୍ପରା ରହିଛି । ବଣିକ ତଥା ସାଧବପୁଅମାନେ ବୋଇତରେ ବ୍ୟବସାୟ ସାରି ବିଦେଶରୁ ଫେରିବା ବେଳେ ସାଧବ ବୋହୂମାନେ ସେମାନଙ୍କୁ ବନ୍ଦାପନା କରି ସ୍ବାଗତ କରିଥାନ୍ତି, ଯାହାକୁ 'ବୋଇତ ବନ୍ଦାଣ ଉତ୍ସବ' କୁହାଯାଏ ।

ରାଜ୍ୟ ଇତିହାସର ଏହି ଗୌରବମୟ ପରମ୍ପରାକୁ ରାଜ୍ୟ ବାହାରେ ଥିବା ଓଡିଆଙ୍କ ମଧ୍ୟରେ ଉଜ୍ଜିବୀତ ରଖିବା ପାଇଁ ଏପରି ଏକ ପ୍ରୟାସ କରାଯାଉଥିବା ଆୟୋଜକମାନେ ମତ ଦେଇଥିଲେ । ତେବେ ଚଳିତ ବର୍ଷ ଏହି କାର୍ଯ୍ୟକ୍ରମର ଆୟୋଜନ ଦ୍ବିତୀୟ ବର୍ଷରେ ପହଞ୍ଚିଛି । ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ର ଗ୍ରହଣ ହେଉଥିବାରୁ କାର୍ଯ୍ୟକ୍ରମକୁ ଦୁଇ ଦିନ ପୂର୍ବରୁ ଅର୍ଥାତ ଆଜି(ରବିବାର) ଆୟୋଜିତ କରାଯାଇଥିଲା । ଏଥିରେ ଅଂଶଗ୍ରହଣ କରିଥିବା ପ୍ରବାସୀ ଓଡ଼ିଆ ଓ କୁନିକୁନି ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ ଉତ୍ସାହ ମଧ୍ୟ ଦେଖିବାକୁ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 6, 2022, 7:08 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.