ETV Bharat / bharat

ହତ୍ୟାର 11 ଦିନ ପରେ କେନାଲରୁ ମିଳିଲା ଦିବ୍ୟା ପହୁଜାଙ୍କ ମୃତଦେହ - ଦିବ୍ୟା ପହୁଜାଙ୍କ ମୃତଦେହ ଉଦ୍ଧାର

Ex-Model Divya Pahujas Body Recovered: ବହୁ ଚର୍ଚ୍ଚିତ ପୂର୍ବତନ ମଡେଲ ଦିବ୍ୟା ପହୁଜାଙ୍କୁ ହତ୍ୟା ମାମଲା । ହତ୍ୟାର 11 ଦିନ ପରେ କେନାଲରୁ ମିଳିଲା ଦିବ୍ୟା ପହୁଜାଙ୍କ ମୃତଦେହ । ଅଧିକ ପଢନ୍ତୁ

Ex-Model Divya Pahuja
Ex-Model Divya Pahuja
author img

By ETV Bharat Odisha Team

Published : Jan 13, 2024, 2:13 PM IST

ଚଣ୍ଡିଗଡ଼: ବହୁ ଚର୍ଚ୍ଚିତ ପୂର୍ବତନ ମଡେଲ ଦିବ୍ୟା ପହୁଜାଙ୍କ ମିଳିଲା ମୃତଦେହ । ଗତ 2 ତାରିଖରେ ହତ୍ୟା କରାଯାଇଥିବା ନେଇ ଖବର ସାମ୍ନାକୁ ଆସିଥିବା ବେଳେ 11 ଦିନରେ ପରେ ଆଜି ମୃତଦେହ ଉଦ୍ଧାର କରାଯାଇଛି । ହରିୟାଣାର ଫତେହବାଦ ଜିଲ୍ଲାର ଏକ କେନାଲରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ନେଇ ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା କରାଯାଇଛି । ଏନେଇ ଗୁରୁଗ୍ରାମ ଏସିପି ବରୁଣ କୁମାର ଦହିୟା କହିଛନ୍ତି, "ତୋହାନାର ଭକରା କେନାଲକୁ ପୂର୍ବତନ ମଡେଲ ଦିବ୍ୟା ପହୁଜାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ଦିବ୍ୟାଙ୍କ ପରିବାର ପକ୍ଷରୁ ମୃତେଦହ ଚିହ୍ନଟ କରାଯାଇଛି ।"

ସୂଚନା ଅନୁସାରେ, ଗତ 2 ତାରିଖରେ ଦିବ୍ୟା ପହୁଜାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଗ୍ୟାଙ୍ଗଷ୍ଟାର ସନ୍ଦୀପ ଗାଡୋଲି ଫେକ୍ ଏନକାଉଣ୍ଟର ମାମଲାରେ ବେଲରେ ଆସିଥିବା 27 ବର୍ଷୀୟ ପୂର୍ବତନ ମଡେଲ ଦିବ୍ୟା ପହୁଜାଙ୍କୁ ଗୁରୁଗ୍ରାମର ଏକ ହୋଟେଲରେ ଗୁଳିକରି ହତ୍ୟା କରାଯାଇଥିଲା । ତେବେ ହତ୍ୟା କରିବା ପରେ ଦୁର୍ବତ୍ତମାନେ ମୃତଦେହକୁ କେନାଲକୁ ଫିଙ୍ଗି ଦେଇଥିଲେ । ମୃତଦେହ ଖୋଜିବା ପାଇଁ 25 ଜଣିଆ NDRF ଟିମ ପଟିଆଲାରେ ପହଞ୍ଚିଥିଲେ । ଗୁରୁଗ୍ରାମ ଏବଂ ପଞ୍ଜାବ ପୋଲିସ ସହିତ ଏନଡିଆରଏଫ ଟିମ ପଟିଆଲାଠାରୁ ଖନୌରୀ ପର୍ଯ୍ୟନ୍ତ କେନାଲରେ ମୃତଦେହ ଖୋଜିଥିଲେ । ତୋହାନାର ଭକରା କେନାଲକୁ ମୃତଦେହ ଉଦ୍ଧାର କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଗ୍ୟାଙ୍ଗଷ୍ଟାର ଫେକ୍ ଏନକାଉଣ୍ଟର ମାମଲା, ବେଲରେ ଆସିଥିବା ପୂର୍ବତନ ମଡେଲଙ୍କୁ ହୋଟେଲରେ ଗୁଳିକରି ହତ୍ୟା

କହିରଖୁଛି କି, ଗତ କିଛି ଦିନ ପୂର୍ବରୁ ଜଣେ ଅଭିଯୁକ୍ତକୁ ବାନ୍ଧିଥିଲା ପୋଲିସ । ପଶ୍ଚିମବଙ୍ଗରୁ ପୋଲିସ ଗିରଫ କରିଥିଲା । 27 ବର୍ଷୀୟ ପୂର୍ବତନ ମଡେଲ ଦିବ୍ୟା ପହୁଜା 2016 ବହୁଚର୍ଚ୍ଚିତ ଗ୍ୟାଙ୍ଗଷ୍ଟାର ସନ୍ଦୀପ ଗାଡୋଲି ଫେକ ଏନକାଉଣ୍ଟର ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ । ପୋଲିସର କହିବା ଅନୁସାରେ, କିଛି ମାସ ପୂର୍ବରୁ ସେ ବେଲରେ ଆସିଥିବା ବେଳେ ଏକ ହୋଟେଲରେ ତାଙ୍କର ହତ୍ୟା କରାଯାଇଥିଲା । ପୋଲିସ ଏହି ମାମଲାରେ ହୋଟେଲ ମାଲିକ ସମେତ 3 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।

ଜେଲରୁ ଫେରିଥିବା ଦିବ୍ୟା ହୋଟେଲ ମାଲିକ ଅଭିଜିତ ସିଂ ମଧ୍ୟରେ ସମ୍ପର୍କ ଥିଲା । ଉଭୟଙ୍କର କିଛି ଆପତ୍ତିଜନକ ଫଟୋ ମଧ୍ୟ ଦିବ୍ୟାଙ୍କ ନିକଟରେ ଥିଲା । ଯାହାକୁ ନେଇ ସେ ଅଭିଜିତକୁ ବ୍ଲାକମେଲ କରିବା ସହ ଲାକ୍ଷାଧିକ ଟଙ୍କା ମଧ୍ୟ ମାଗୁଥିଲା । ଜାନୁଆରୀ 2 ତାରିଖରେ ଅଭିଜିତ ଦିବ୍ୟାଙ୍କୁ ଧରି ଗୁରୁଗ୍ରାମସ୍ଥିତ ନିଜ ହୋଟେଲରେ ପହଞ୍ଚିଥିଲେ । ଉକ୍ତ ଫଟୋ ଡିଲିଟ କରିବା ପାଇଁ କହିଥିଲା ଅଭିଜିତ । ଦିବ୍ୟା ଫଟୋ ଡିଲିଟ କରିବା ପାଇଁ ମନା କରିବା ପରେ ଉଭୟଙ୍କ ମଧ୍ୟରେ ବଚସା ହେବା ପରେ ଅଭିଜିତ ଦିବ୍ୟାଙ୍କୁ ଗୁଳି କରି ହତ୍ୟା କରିଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.