ETV Bharat / bharat

ବଡି ବିଲ୍ଡରରୁ ଲୁଟ୍‌ର ମାଷ୍ଟର ମାଇଣ୍ଡ: ମିଷ୍ଟର ଆନ୍ଧ୍ରଙ୍କ ନାଁରେ ୩୨ଟି ଚୋରି ମାମଲା - ବଡି ବିଲ୍ଡରରୁ ଚୋରିର ମାଷ୍ଟର ମାଇଣ୍ଡ

ବଡି ବଲ୍ଡରରୁ କୁଖ୍ୟାତ ଚୋର । ରାସ୍ତାରେ ମହିଳାଙ୍କ ବେକରୁ ଚେନ ଝାମ୍ପି ଛୁ ମାରୁଥିଲା ଅଭିଯୁକ୍ତ । ଅଧିକ ପଢନ୍ତୁ

ବଡି ବିଲ୍ଡରରୁ ଲୁଟ୍‌ର ମାଷ୍ଟର ମାଇଣ୍ଡ
ବଡି ବିଲ୍ଡରରୁ ଲୁଟ୍‌ର ମାଷ୍ଟର ମାଇଣ୍ଡ
author img

By

Published : Apr 26, 2023, 2:14 PM IST

ବେଙ୍ଗାଲୁରୁ: ଜଣାଶୁଣା ବଡି ବିଲ୍ଡରରୁ ଲୁଟେରାଙ୍କ ସର୍ଦ୍ଦାର । ବଡି ବିଲ୍ଡିଂରେ ମିଷ୍ଟର ଆନ୍ଧ୍ର କୁହାଯାଉଥିବା ଯୁବକ ପାଲଟିଥିଲା କୁଖ୍ୟାତ ଚୋର । ସହଜରେ ପୁଳା ପୁଳା ଟଙ୍କା କମାଇବାକୁ ଲୁଟ୍‌ କରୁଥିଲା । ରାସ୍ତାରେ ଯାଉଥିବା ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇ ଛୁ' ମନ୍ତର ହୋଇଯାଉଥିଲା । ଏଭଳି ଗୋଟିଏ କି ଦୁଇଟି ନୁହେଁ, ୩୨ଟି ଲୁଟ୍ ମାମଲାରେ ମାଷ୍ଟର ମାଇଣ୍ଡ ଥିଲା । ଶେଷରେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ପୋଲିସ । ଏହି ଅଭିଯୁକ୍ତର ପ୍ରକୃତ ନାମ ହେଉଛି ସୟିଦ ବସା । ମିଷ୍ଟର ଆନ୍ଧ୍ର ନାମରେ ପରିଚିତ ସୟିଦ ସମେତ ତାର ଆଉ ଜଣେ ସହଯୋଗୀ ଶେଖ ଆୟୁବକୁ ଚୋରି ଛିନତାଇ ମାମଲାରେ ପୋଲିସ ଗିରଫ କରିଛି ।

ଦୁଇ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ସୁନା ଚେନ୍, ୬ ଲକ୍ଷ ଟଙ୍କା ଏବଂ ଦୁଇଟି ବାଇକ୍ ଜବତ କରାଯାଇଛି । ସୟିଦର ଘର ଆନ୍ଧ୍ରପ୍ରଦେଶ କଡପା ଜିଲ୍ଲାରେ । ସେ ୨୦୦୫ରୁ ୨୦୧୫ ପର୍ଯ୍ୟନ୍ତ କୁଏତରେ କାର୍ ଡ୍ରାଇଭର ଭାବେ କାମ କରୁଥିଲା । ବିଦେଶରେ ଥିବାବେଳେ ସେ ସୁନା ଚୋରା ଚାଲାଣ ମାମଲାରେ ଜଡିତ ଥିଲା । କୋରୋନା ମହାମାରୀ ସମୟରେ ସୟିଦ ଭାରତ ଫେରି ଆସିଥିଲା ଏବଂ ଶାରିରୀକ ବ୍ୟାୟାମ କ୍ଷେତ୍ରରେ ନିଜର ରୁଚି ବଢାଇଥିଲା । ସୟିଦ ଅନେକ ବଡି ବିଲ୍ଡିଂ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ହୋଇଥିଲା । ଏଥିପାଇଁ ତାକୁ 'ମିଷ୍ଟର ଆନ୍ଧ୍ର' ଟ୍ୟାଗ୍ ମିଳିଥିଲା ।

କିନ୍ତୁ ତାକୁ ସହଜ ଉପାୟରେ ଅଧିକ ଟଙ୍କା ରୋଜଗାର କରିବାର ନିଶା ଘାରିଥିଲା । ଏଥିପାଇଁ ସେ ଅପରାଧ ଦୁନିଆରେ ପାଦ ଦେଇଥିଲା । ବିଶେଷକରି ଚେନ୍ ଛିନତାଇ ମାମଲାରେ ଅଧିକ ଜଡିତ ଥିଲା ସୟିଦ । ଏକ ଚୋରି ମାମଲାରେ କଡପା ପୋଲିସ ତାକୁ ପୂର୍ବରୁ ଗିରଫ କରିଥିଲା । ହେଲେ ଜାମିନରେ ମୁକୁଳିବା ପରେ ଏହି ବଡି ବିଲ୍ଡର ବେଙ୍ଗାଲୁରୁ ଚାଲି ଆସିଥିଲା । ଏଠାରେ ମଧ୍ୟ ଲୁଟପାଟ୍, ଛିନତାଇ ଭଳି ଅପରାଧିକ କାର୍ଯ୍ୟକଳାପରେ ସକ୍ରିୟ ରହିଥିଲା । ରାସ୍ତାରେ ଏକାକୀ ଯାଉଥିବା ମହିଳା ଓ ବୃଦ୍ଧଙ୍କୁ ସେ ଟାର୍ଗେଟ କରୁଥିଲା ଏବଂ ସୁଯୋଗ ଦେଖି ତାଙ୍କ ବେକରୁ ଚେନ୍ ଛିଣ୍ଡାଇ ନେଇ ପଳାଉଥିଲା ।

ସୟିଦ ବେଙ୍ଗାଲୁରୁର ଗିରିନଗର ଏବଂ ସୁବ୍ରମଣ୍ୟନଗରରେ ଅଧିକ ଲୁଟପାଟ କରୁଥିଲା । ପୋଲିସ ହାତରେ ଧରା ପଡିଥିବା ଭୟରେ ସେ କେବେ ହେଲେ ମୋବାଇଲ ଫୋନ ବ୍ୟବହାର କରୁନଥିଲା । ଲୁଟ୍, ଛିନତାଇ କରିବା ପରେ ସେ ଥାନା ଆଖପାଖରେ ଘୁରି ବୁଲିଥିଲା ଯେମିତି ତା' ଉପରେ କାହାରି ସନ୍ଦେହ ନହେବ । ଶେଷରେ ଏହି କୁଖ୍ୟାତ ଚୋର ପୋଲିସ ହାତରେ ଧରାପଡିଛି । ସୟିଦ ୩୨ଟି ଚୋରି ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.